Bollywood

ଆଗାମୀ ଫିଲ୍ମ ସାହୋ ରେ, “ବାହୁବଳୀ” ଅଭିନେତା ପ୍ରଭାସଙ୍କ ନାୟିକା ଭାବେ ଅଭିନେତ୍ରୀ ଶ୍ରଦ୍ଧା କପୁର ଆସୁଛନ୍ତି

By Krishna Kumar Manoj

August 17, 2017

ଅଭିନେତ୍ରୀ ଶ୍ରଦ୍ଧା କପୁର ‘ବାହୁବଳୀ’ ଅଭିନେତା ପ୍ରଭାସଙ୍କ ନାୟିକା ଭାବେ ଆକସନ୍‌ ଥ୍ରିଲର ସାହୋ ରେ ନଜର ଆସିବେ ବୋଲି ଶୁଣିବାକୁ ମିଳୁଛି । ମିଡିଆ ରିପୋର୍ଟ ମୁତାବିକ,ଆକ୍ସନ ଓ ଡ୍ରାମାଭିତ୍ତିକ ଫିଲ୍ମ ‘ସାହୋ’ରେ ଉଭୟ ପ୍ରଭାସ ଓ ଶ୍ରଦ୍ଧା ଲିଡ଼ ରୋଲରେ ନଜରକୁ ଆସିବେ । ଏହି ଫିଲ୍ମଟି ତେଲୁଗୁ,ତାମିଲ ଓ ହିନ୍ଦୀ ଭାଷାରେ ରିଲିଜ ହେବ ।

“ସାହୋ” ସିନେମାର ପ୍ରଯୋଜକ ଭି.ଭାମସି କ୍ରିଷ୍ଣା ରେଡ୍ଡି ପ୍ରମୋଦଙ୍କ କହିବା ଅନୁସାରେ ଶ୍ରଦ୍ଧାଙ୍କୁ ‘ସାହୋ’ ସିନେମାର ପାଇଁ ଦିଆଯାଇଥିବା ଭୂମିକା ତାଙ୍କ ପାଇଁ ଏକଦମ୍‌ ପରଫେକ୍ଟ। ସେ ଏହାକୁ ଖୁବ୍‌ ସୁନ୍ଦର ଭାବେ ନିଭାଇ ପାରିବେ ବୋଲି ମୁଁ ଆଶା ରଖିଛି। ଏହି ଫିଲ୍ମରେ ଦର୍ଶକମାନେ ପୁଣିଥରେ ପ୍ରଭାସଙ୍କୁ ଆକ୍ସନ ମୁଡ଼ରେ ଦେଖିବାକୁ ପାଇବେ ।

ସୁଜିତଙ୍କ ନିର୍ଦ୍ଦେଶିତ ସିନେମା ‘ସାହୋ’ ଫିଲ୍ମର ସୁଟିଂ ଆଗାମୀ ମାସରେ ଆରମ୍ଭ ହେବ । ଏଥିପାଇଁ ରାମୋଜୀ ଫିଲ୍ମ ସିଟି ଷ୍ଟୁଡ଼ିଓରେ ଏକ ବଡ଼ ସେଟ୍ ତିଆରି ହୋଇଛି ।