Movie News

ଅଶୋକ ମଲ୍ଲିକଙ୍କ ଲିଖିତ ଭିର୍ଣ୍ଣ ଏକ କାହାଣୀ, ଆଜିର ଦୁନିଆର ସତ୍ୟତା ଉପରେ ପର୍ଜ୍ୟବେଶିତ ଏହି ଓଡିଆ ସିନେମା

ଅଶୋକ ମଲ୍ଲିକଙ୍କ ଲିଖିତ ଭିର୍ଣ୍ଣ ଏକ କାହାଣୀ

ସାରଳା ପ୍ରଡକ୍ସନ ଦ୍ଵାରା ପ୍ରସ୍ତୁତ ଦ୍ଵିତୀୟ ଓଡିଆ ସିନେମା ହେଉଛି ମୁଁ ଗୋଟେ ଦୁଷ୍ଟ ପିଲା । ଅଭିନୟରେ ଦକ୍ଷତା ଥିବା ଅଶୋକ ମଲ୍ଲିକ ସିନେମାଟିରେ କାହାଣୀ ଲେଖିବା, ନିର୍ଦେଶନା ଦେବା ସହିତ ଅଭିନୟ ମଧ୍ୟ କରିଛନ୍ତି ।

ଓଡିଆ ନାୟକ ଦୁଷ୍ମନ୍ତ ଏଥିରେ ମୁଖ୍ୟ ନାୟକ ଭୂମିକାରେ ନଜର ଆସିବେ । ରାନୀ, ଦିବ୍ୟା ଓ ଝାନଶୀ, ଏହି ତିନିଜଣ ଚଳଚିତ୍ରର ମୁଖ୍ୟ ନାୟିକା । ଏମାନଙ୍କ ସହ ଅସିତ ପତି, ବିଜୁ ବଡଜେନା, ସୁମନ, ଦେବୀ ବାରିକ ଜୀବନ ପଣ୍ଡା, ଦେବୁ ବ୍ରମହା  ଏବୋଂ ଅନ୍ୟମାନେ ବହୁ ଗୁରୁତ୍ଵ ପୂର୍ଣ୍ଣ ଭୂମିକାରେ ଦେଖାଦେବେ ।

ଲୋକମାନଙ୍କ ଭିତରେ ସଚେତନତା ସୃଷ୍ଟି କରିବା ଲକ୍ଷ ନେଇ ଏହି ଚଳଚିତ୍ରଟି ପ୍ରସ୍ତୁତ କରିଛୁ ବୋଲି କହିଛନ୍ତି କାହାଣୀର ନିର୍ଦେଶକ ଅଶୋକ ମଲ୍ଲିକ ।

ମୁଁ ଗୋଟେ ଦୁଷ୍ଟ ପିଲା କାହାଣୀ :

ଭିର୍ଣ୍ଣ ଏକ କାହାଣୀ “ମୁଁ ଗୋଟେ ଦୁଷ୍ଟ ପିଲା” । ଆଜିର ଦୁନିଆର ସତ୍ୟତା ଉପରେ ଆଧାରିତ ଏହି ଚଳଚିତ୍ର । ସରଳ ଲୋକମାନେ କେମିତି ଅଧିକ ସରଳ ହେଇପଡୁଛନ୍ତି ଏବୋଂ ଜଟିଳ ଓ ଠକ ଲୋକମାନେ କିପରି ଏହାର ଫାଇଦା ଉଠାଉଛନ୍ତି ତାହା ଏଥିରେ ଦେଖିବାକୁ ମିଳିବ। ବିଶେଷ କରି ଚିଟଫଣ୍ଡ ଠକେଇ ଉପରେ ଏହାର କାହାଣୀ ଜଡିତ ।

ସିନେମାର ନାୟକ ଏକ ସରଳ ବିଶ୍ଵାସୀ ପିଲା । ସମୟକ୍ରମେ ସେ ଚିଟଫଣ୍ଡର ଶିକାର ହଉଛି ଏବୋଂ ଏହି ସମସ୍ୟାରେ ସେ ତାର ସର୍ବସ୍ଵ ହରେଇ ସଂପୂର୍ଣ୍ଣ ବେସାହାରା ହେଇପଡୁଛି । ତାର ସଂଘର୍ଷପୂର୍ଣ୍ଣ ଜୀବନରେ ଅନେକ ଅସୁବିଧା ଭୋଗି ଆଗକୁ ବଢିବାକୁ ଚେଷ୍ଟା କରୁଛି । ଇତି ମଧ୍ୟରେ ତାର ଏକ ଝିଅ ସହ ଦେଖାହଉଛି । ତାଙ୍କ ମଧ୍ୟରେ ପ୍ରେମ ମଧ୍ୟ ହେଉଛି । କିନ୍ତୁ ସେ ଝିଅକୁ ନାୟକ ପାଉଛି କି ନାହିଁ, ଚିଟଫଣ୍ଡ ଠକେଇରୁ ବାହାରକୁ ଆସୁଛି କି ନାହିଂ ଆଦି ବହୁତ ପ୍ରଶ୍ନର ଉତ୍ତର ଦେବ ଏହି ସିନେମା ଏବୋଂ ଖୁବଶୀଘ୍ର ପରଦା ଉପରକୁ ଆସିବ ବୋଲି ଅଣ୍ଟା ଭିଡୁଛି ।

ଚଳଚିତ୍ରର କଳାକାର:

ଚଳଚିତ୍ର : ମୁଁ ଗୋଟେ ଦୁଷ୍ଟ ପିଲା

ବ୍ୟାନର : ସାରଳା ପ୍ରଡକ୍ସନ

ପ୍ରଯୋଜକ : ଝରଣା ମଲ୍ଲିକ

କାହାଣୀ, ନିର୍ଦେଶନା : ଅଶୋକ ମଲ୍ଲିକ

ସଙ୍ଗୀତ ନିର୍ଦେଶକ : ବିଦ୍ୟାଧର ସାହୁ

କଣ୍ଠଶିଳ୍ପୀ : ନନ୍ଦିତା ଭଞ୍ଜ, ସଞ୍ଜୁ ମହାନ୍ତି, ମୋନଲିଶା, ସୌରଭ, ପ୍ରଦୀପ ପଲ୍ଲଇ, ମାଧବ  

ଅଭିନୟରେ :  ଅଶୋକ ମଲ୍ଲିକ, ଦୁଷ୍ମନ୍ତ, ରାନୀ, ଦିବ୍ୟା, ଝାନଶୀ, ଅସିତ ପତି, ବିଜୁ ବଡଜେନା, ସୁମନ, ଦେବୀ ବାରିକ ଜୀବନ ପଣ୍ଡା, ଦେବୁ ବ୍ରମହା  ଏବୋଂ ଅନ୍ୟମାନେ

 ଅଶୋକ ମଲ୍ଲିକଙ୍କ ଲିଖିତ ଭିର୍ଣ୍ଣ ଏକ କାହାଣୀ

ପଢନ୍ତୁ, ଅଲଗା ହେଲା ଜଗା-ବଳିଆଙ୍କ ଯୋଡାମୁଣ୍ଡ, ଏବେ ଆସିୟୁରେ ୭୨ ଘଂଟା ଅବଜରଭେସନରେ ରହିବେ 

Related posts

Godfather Odia Movie Rakhi Sawant Dose Item Song

Jitendra

Mahurat Of New Upcoming Odia Film “Deewana Heli To Paain”

ENO Beuro

In This Dussera “Love Pain Kuch Bhi Karega”

Jitendra

1 comment

Leave a Comment