Entertainment

ଏଥର ଦଶହରାରେ କମାଲ କରିବ ବାବୁସାନଙ୍କ ଆଗାମୀ ସିନେମା ‘ଶ୍ରୀମାନ ସୁରଦାସ’

babu

ତରଙ୍ଗ ସିନେ ପ୍ରଡକ୍ସନ୍‍ ଆଗାମୀ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ପୂଜା ଦର୍ଶକଙ୍କୁ ଏହି ବ୍ୟାନର ଭେଟି ଦେଉଛି ‘ଶ୍ରୀମାନ ସୁରଦାସ।’ ଯାହାର ନିର୍ଦେଶନାରେ ଅଛନ୍ତି ଅଶୋକ ପତି। ଯିଏ ତରଙ୍ଗ ପାଇଁ ‘ଲଭ୍‍ ଷ୍ଟେସନ୍‍’, ‘ଲଭ୍‍ ପାଇଁ କୁଛ୍‍ ଭି କରେଗା’ ପ୍ରଭୃତି ଚିତ୍ର କରି ସାରିଛନ୍ତି। ପୂଜା ପାଇଁ ନିର୍ମିତ ହେଉଥିବା ଏହି ନୂଆ ଚିତ୍ରରେ ନାୟକ-ନାୟିକା ଭାବେ ଅଭିନୟ କରୁଛନ୍ତି ବାବୁଶାନ-ଭୂମିକା।

ଭୂମିକାଙ୍କ ଡେବ୍ୟୁ ଫିଲ୍ମ ହେଲା ‘ତୁ ମୋ’ ଲଭଷ୍ଟୋରି’। ତା’ପରେ ତାଙ୍କୁ ‘ହିରୋ ନମ୍ବର ୱାନ୍’ରେ ବାବୁସାନଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲେ। ଗତବର୍ଷର ପୂଜା ବଜାର ଭଳି ଏଥର ପୂଜା ବଜାରରେ ବି ବାବୁସାନ୍‌- ଭୂମିକାଙ୍କ ଯୋଡ଼ି ଧମାଲ୍ କରିବେ ବୋଲି ଆଶା କରାଯାଉଛି।

babu

ଓଲିଉଡର ପ୍ରତିଭାବାନ୍‌ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ବେଶ୍‌ କିଛି ଦିନର ବ୍ୟବଧାନରେ ପୁଣି ଓଡ଼ିଆ ସିନେମାରେ ନଜର ଆସିବେ। ସେ ‘ଶ୍ରୀମାନ୍‌ ସୁରଦାସ’ ସିନେମାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି।

ଶ୍ରୀମାନ୍‌ ସୁରଦାସ’ ହେବ ବୁଦ୍ଧାଦିତ୍ୟଙ୍କର ବାବୁସାନ୍‌ ଓ ତରଙ୍ଗ ସିନେ ପ୍ରଡକ୍ସନ୍ ସହିତ ଦ୍ୱିତୀୟ ସିନେମା। ବୁଦ୍ଧାଦିତ୍ୟ ଆଗରୁ ବାବୁସାନ୍‌ଙ୍କ ସହିତ ଫିଲ୍ମ ‘ଲୋଫର୍‌’ରେ କାମ କରିଥିଲେ। ଏଣେ ବୁଦ୍ଧାଦିତ୍ୟ ତରଙ୍ଗ ସିନେ ପ୍ରଡକ୍ସନ୍‌ ବ୍ୟାନର୍‌ରେ ନିର୍ମିତ ‘ଜଗା ହାତରେ ପଘା’ରେ ଆଗରୁ ଖଳନାୟକ ଭୂମିକାରେ ନଜର ଆସିଥିଲେ। ବୁଦ୍ଧାଦିତ୍ୟ ନିର୍ଦ୍ଦେଶକ ପତିଙ୍କ ସହିତ ମଧ୍ୟ ନନ୍ଦିନୀ ଆଇ ଲଭ ୟୁ, ପ୍ରେମରୋଗୀ ଓ ଲୋଫର୍‌ ପରେ ପୁଣି ଥରେ ‘ଶ୍ରୀମାନ ସୁରଦାସ’ରେ କାମ କରୁଛନ୍ତି।

ପଢନ୍ତୁ;ଛତିଶଗଡ ଯୋଗୁଁ ମହାନଦୀରେ ବନ୍ୟା ଆଶଂକା ସୃଷ୍ଟି ହୋଇଛି:ଦେବି ମିଶ୍ର

Related posts

ଅମୀରଙ୍କ ପରେ ଚୀନରେ ସଲମାନ ଖାନଙ୍କ ସିନେମା , ପ୍ରଥମ ଦିନରେ ଜବରଦସ୍ତ କଲେକ୍ସନ

ENO Beuro

ବ୍ୟୟବହୁଳ ସିନେମା ‘ରାମାୟଣ’ ଆରମ୍ଭ ହେବ, ଏହାର ବଜେଟ୍‌ ୫୦୦ କୋଟି

ENO Beuro

ଆଜି ଟୋକା ଫସିବ,ମାୟାରେ ବାୟା ହେବେ ଦର୍ଶକ

ENO Beuro

Leave a Comment