ମୁକ୍ତି ପ୍ରତୀକ୍ଷା ରେ ଦେବଯାନୀ ଓ ସୋହମ ସିଂ ଙ୍କ ଓଡିଆ ସିନେମା “ଅଜାତ ଶତ୍ରୁ” । ସୋହମ୍ ଏହି ଓଡ଼ିଆ ସିନେମାରେ ଡେବ୍ୟୁ କରୁଛନ୍ତି । ଏହି ଫିଲ୍ମରେ ପ୍ରଯୋଜକ ମଧ୍ୟ ନିଜେ ସୋହମ୍ ସିଂ। ଏହା ଏକ ଆକ୍ସନ୍ ପ୍ୟାକ୍ଡ୍ ଲଭ୍ଷ୍ଟୋରି, ଏଥିରେ ତାଙ୍କ ଅଭିନୀତ ଭୂମିକାରେ ନାଆଁ ହେଲା ରାଜ୍। ଏହି ଛବିରେ ସୋହମଙ୍କ ଆପୋଜିଟ୍ରେ ନଜର ଆସିବେ ଦେବ୍ଯାନୀ ।
ଦେବଯାନୀ ଙ୍କ ଚରିତ୍ର ମଧ୍ୟ ଏଥିରେ ଖୁବ ଦମଦାର । ସେ ମଧ୍ୟ ଜଣେ ସଚୋଟ ପୁଲିସ ଅଧିକାରୀ ଭାବେ ନଜର ଆସିବେ । ଏଥିରେ ତାଙ୍କ ଅଭିନୀତ ଭୂମିକାରେ ନାଆଁ ହେଲା ନିକିତା ।
କାହାଣୀ ଅନୁଯାୟୀ, ରାଜ୍ ଜଣେ ବାଇକର୍,କିନ୍ତୁ ସେ ଘଟଣାଚକ୍ରରେ ପଡ଼ି ଏକ ମିଛ କେସ୍ରେ ଫସିଯାଆନ୍ତି । ତାଙ୍କର ବାଲ୍ୟକାଳର ପ୍ରେମିକା ନିକିତା ଘଟଣାକ୍ରମେ ପୁଲିସ୍ ଅଧିକାରୀ ହୋଇଥାଆନ୍ତି । ପୁଲିସ୍ ହାତରୁ ଖସିବାକୁ ଚେଷ୍ଟା କରି ରାଜ୍ ଧରାପଡ଼େ ନିକିତାଙ୍କ ହାତରେ। ହେଲେ ନିକିତା ନିଜର ପ୍ରେମକୁ ବଳିଦାନ ଦେଇ କର୍ତ୍ତବ୍ୟକୁ ଅଗ୍ରାଧିକାର ଦେଇଛନ୍ତି ଏହି ଫିଲ୍ମରେ।
ରାଜ୍-ନିକିତାଙ୍କ ପ୍ରେମକାହାଣୀକୁ ନେଇ ନିର୍ମିତ ଓଡ଼ିଆ ଛବି ‘ଅଜାତଶତ୍ରୁ’ର ନିର୍ଦ୍ଦେଶନା ଦେଇଛନ୍ତି ବିଶ୍ୱଭୂଷଣ ମହାପାତ୍ର। ଇନ୍ଦ୍ର ଡ଼ିଜିଟାଲ୍ ନେଟ୍ଓ୍ଵାର୍କ ବ୍ୟାନରରେ ନିର୍ମିତ ଏହି ସିନେମାରେ ପ୍ରଥମଥର ପାଇଁ ସୋହମ୍-ଦେବ୍ଯାନୀଙ୍କ ଯୋଡ଼ିଙ୍କୁ ଦର୍ଶକ କେତେ ଦୂର ଗ୍ରହଣ କରୁଛନ୍ତି,ତାହା ତ କେବଳ ଦେଖିବାକୁ ବାକିରହିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମନୋଜ ମିଶ୍ର, କାଳୀଚରଣ ଓ ପ୍ରଜ୍ଞା ପ୍ରମୁଖ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି।
