Entertainment

‘ଟୋକାଟା ଫସିଗଲା’ ସିନେମାରେ ପ୍ରଥମ ଥର ନଜର ଆସିବେ ଏହି ଯୋଡି

ସବ୍ୟସାଚୀ ଓ ଏଲିନାଙ୍କ ନୂଆ ସିନେମା

ଓଲିଉଡର ଲୋକପ୍ରିୟ ନାୟକ ସବ୍ୟସାଚୀ ଓ ଏଲିନା ସାମନ୍ତରାୟଙ୍କୁ ଏକାଠି ଦେଖିବାକୁ ପାଇବେ ଦର୍ଶକ । ‘ଟୋକାଟା ଫସିଗଲା’ ସିନେମାରେ ଦୁଇ ଜଣ ପ୍ରଥମ ଥର ନଜର ଆସିବେ । ଏଥିରେ ନାୟକ ଭୂମିକାରେ ଅଛନ୍ତି ସବ୍ୟସାଚୀ । ଏଲିନା ସାମନ୍ତରାୟ ଏବଂ ହାସ୍ୟାଭିନେତା ଭାବେ ପପୁ ପମପମ୍‌  କେତୋଟି ସିନେମାରେ ଏକାଠି କାମ କରିଛନ୍ତି । ଏଥିମଧ୍ୟରେ ରହିଛି ଲଭ ଷ୍ଟେସନ୍‌ ,କାବୁଲା ବାରବୁଲା ଏବଂ ମୁଁ ଖାଣ୍ଟି ଓଡ଼ିଆ ଝିଅ ଆଦି ରହିଛି। ଏ ଦୁହିଁଙ୍କୁ ଦର୍ଶକ ପୁଣି ଭେଟିବେ ଏହି ସିନେମାରେ ।

ଏହାର ନିର୍ଦ୍ଦେଶକ ହେଲେ ରମେଶ ରାଉତ ଏବଂ ପ୍ରଯୋଜକ ସୀତାରାମ୍‌ ଅଗ୍ରଓ୍ଵାଲ୍‌ । ତେବେ ଆପଣ ଜାଣନ୍ତି କି ଏହି ସିନେମାରେ ଏଲିନା ସାମନ୍ତରାୟ ଏବଂ ପପୁ ପମପମଙ୍କୁ କେଉଁ ଭୂମିକାରେ ଦେଖିବାକୁ ପାଇବେ ସିନେପ୍ରେମୀ ।

ସିନେମାର କାହାଣୀ ଅନୁଯାୟୀ ଏଲିନା ହେଉଛନ୍ତି ହାସ୍ୟାଭିନେତା ପପୁ  ପମ୍‌ପମ୍‌ଙ୍କ ଶାଳୀ। ଅର୍ଥାତ୍‌ ପପୁ ହେଉଛନ୍ତି ଏଲିନାଙ୍କର ଭିଣୋଇ। ପପୁ ଚାହାଁନ୍ତି  ନାହିଁ ଯେ,  ଏଲିନାଙ୍କର ବାହାଘର ହେଉ। ଏଣୁ ସେ ସାଙ୍ଗ  ସବ୍ୟସାଚୀଙ୍କୁ ଏଲିନାଙ୍କ ବାହାଘର ଭାଙ୍ଗିବାକୁ ଅନୁରୋଧ କରନ୍ତି। ତା’ପରେ ପପୁ ଓ ସବ୍ୟସାଚୀ ମିଶି ଏଲିନାଙ୍କ ବାହାଘର ଭାଙ୍ଗନ୍ତି। କିନ୍ତୁ ତା’ଭିତରେ ସେମାନେ ସମସ୍ୟା ଭିତରେ ଫସି ଯାଆନ୍ତି। ଏମାନେ କି ପ୍ରକାରର ସମସ୍ୟା ଭିତରେ ପଡ଼ନ୍ତି ଓ ତା’ ଭିତରେ ସବ୍ୟସାଚୀ ଓ ଏଲିନାଙ୍କର ପ୍ରେମ ସୁରୁ ହୋଇଯାଇ ଶେଷରେ ବାହାଘରରେ ପହଞ୍ଚେ,ତାହା ଦେଖିବାକୁ ମିଳିବ ଏହି ସିନେମାରେ।

ପଢନ୍ତୁ ;

ଓଲିଉଡରେ କେଉଁ ନାୟକଙ୍କ ସହ ଝିଲିକଙ୍କ ଯୋଡି ସବୁଠାରୁ ସଫଳତା ମିଳିଥିଲା ଜାଣନ୍ତୁ

Related posts

ବଲିଉଡ ସିନେମା ‘ସିମ୍ବା’ ରେ ଓଡିଆ ଝିଅ ସୁପ୍ରିୟାଙ୍କ ଜଲୱା

ENO Beuro

ରଣବୀର ସିଂଙ୍କ ଡ୍ରେସିଙ୍ଗ ସେନ୍ସକୁ ନେଇ ଚର୍ଚା

ENO Beuro

ଅନଲାଇନ୍ ଭୋଟିଂ ଜରିଆରେ ନିଜର ପ୍ରିୟ ପ୍ରତିଭାଙ୍କୁ ଜିତାନ୍ତୁ, ରେଡ଼ିଓ ଚକୋଲେଟ୍ ଏଫଏମ ଆଣିଛି ସୁଯୋଗ

ENO Beuro

Leave a Comment