Entertainment

ଭୌତିକ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ରହସ୍ୟ’

ଓଲିଉଡରେ ଖୋଲିବ ‘ରହସ୍ୟ’

କାଉଁରୀ କନ୍ୟାର ସଫଳତା ପରେ ଫ୍ଲୋରକୁ ଆସୁଛି ଦିତୀୟ ଓଡିଆ ଥ୍ରୀଡି ଚଳଚ୍ଚିତ୍ର ‘ରହସ୍ୟ’ । ଯେଉଁଥିରେ ଓଡିଆ ଦର୍ଶକ ଦେଖିବାକୁ ପାଇବେ ଟ୍ରାଫିକ୍ସ ଓ ସ୍ପେଶାଲ ଇଫେକ୍ଟର ଏକ ଅଦ୍ଭୁତ ସମନ୍ଵୟ । ହରର୍ – ଥ୍ରୀଲର କାହାଣୀକୁ ନେଇ ପ୍ରସ୍ତୃତ ହୋଇଛି ଏହି ଚଳଚ୍ଚିତ୍ରଟି । ଆଉ ଫିଲ୍ମରେ ରହିଛି ଉଚ୍ଚକୋଟୀର ଭିଏଫକ୍ସ ଓ ଗ୍ରାଫିକ୍ସ କାମ । ନିକଟରେ ଏହି ଫିଲ୍ମର ଟ୍ରେଲର୍ ରିଲିଜ ହୋଇଛି ।

ଫିଲ୍ମ ଇଂଷ୍ଟିଚ୍ୟୁଟରେ ପଢୁଥିବା କିଛି ୫ ଜଣ ଚରିତ୍ରକୁ ନେଇ ଏହି ସିନେମାର କାହାଣୀ ଗତିଶୀଳ ହୋଇଛି । ଦେବ, ସୃତି, ଅଲ୍ଲି, ରିଧିମା, ଏବଂ ଲାଲା । ଏମାନେ ଏକାଠି ମିଶି ଏକ ସିନେମା ବନାଇବା ପାଇଁ ଚିନ୍ତା କରନ୍ତି । ଦେବ ନିଜ ସ୍ୱପ୍ନରେ ଦେଖୁଥିବା ଏକ କାହାଣୀକୁ ନେଇ ସିନେମା ବନାଇବା ପାଇଁ ଏକ ପୁରୁଣା ବଙ୍ଘଳାକୁ ଯାଆନ୍ତି । ଆଉ ସେହି ସ୍ଥାନକୁ ଦେବ ତାର ସ୍ୱପ୍ନରେ ସବୁବେଳେ ଦେଖୁଥାଏ । ସେଠାରେ ପହଁଚିବା ପରେ ଏମାନଙ୍କ ସହ ଆରମ୍ଭ ହୁଏ ଅଦ୍ଭୁତ ଏବଂ ରହସ୍ୟମୟ ଦୁର୍ଘଟଣା ।

ରହସ୍ୟରେ ଭରପୁର ଏହି ସିନେମାର କାହାଣୀ ଏବଂ ସ୍କ୍ରିନ୍ ପ୍ଲେ ଲେଖିଛନ୍ତି ସୌମ୍ୟ ରଂଜନ ସାହୁ । ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ବିଘ୍ନେଶ୍ୱର ପଣ୍ଡା ।ଭିନ୍ନ ସ୍ୱାଦର ମନଲୋଭା ଗୀତ ଶୁଣିବାକୁ ମିଳିବ ଏହି ଫିଲ୍ମରେ । ଚଳଚ୍ଚିତ୍ର ରହସ୍ୟରେ ସଙ୍ଗୀତର ଭାର ତୁଲାଇଛନ୍ତି ନିହାର – ଶାନ୍ତନୁ । ବଲିଉଡ୍ରେ ନିଜ ଅଭିନୟ ଯାତ୍ରା ଜାରି ରଖିଥିବା ଅଭିନେତ୍ରୀ କାବ୍ୟା କିରଣ ଦ୍ୱିତୀୟ ଥର ପାଇଁ ଏହି ସିନେମାରେ ଦେଖାଇଛନ୍ତି ନିଜ କମାଲ୍ ।

ଫିଲ୍ମରେ ନାୟିକା ଭାବେ କାବ୍ୟାଙ୍କୁ ଦେଖିବାକୁ ମିଳିଛି । ଆଉ ନାୟକ ଚରିତ୍ରରେ ଅଭିନୟ କରିଛନ୍ତି ନବାଗତ ତୁଷାର୍ । କାବ୍ୟା ଓ ତୁଷାର୍ଙ୍କ ବ୍ୟତୀତ ଜଗନ୍ନାଥ ଘୋଷ, ଅଂଶୁମାନ ସାମଲ୍, ସୁଦୀପ୍ତା ଓ ବିକାଶ ରଂଜନଙ୍କ ଅଭିନୟ ଦେଖିବାକୁ ମିଳିବ । ଫିଲ୍ମର ସୁଟିଂ, ଏଡିଟିଂ ଶେଷ ହୋଇଥିବାବେଳେ, ଏବେ ଚାଲିଛି ପୋଷ୍ଟ ପ୍ରଡକ୍ସନର କାମ । ଖୁବଶୀଘ୍ର ପରଦାକୁ ଆସିବ ଚଳଚ୍ଚିତ୍ର ରହସ୍ୟ ।

ଭୌତିକ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ରହସ୍ୟ’ P1 30 x 40 2A Copy 640x681

ପଢନ୍ତୁ ;

ମାଲକାନଗିରି : ଟିଭିରେ ବୋମା !

Related posts

ଏଥର ରଜରେ ଅନୁଭବ କରିବେ ଧମାଲ

Krishna Kumar Manoj

ରଣବୀର ସିଂଙ୍କ ଡ୍ରେସିଙ୍ଗ ସେନ୍ସକୁ ନେଇ ଚର୍ଚା

Krishna Kumar Manoj

ବଲିଉଡ୍‌ କଣ୍ଠଶିଳ୍ପୀ ସୋନା ମହାପାତ୍ରଙ୍କୁ ଧମକ

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More