Entertainment

ଏଥର ରଜରେ ସଲମାନ ଖାନ ସହ ଲଢିବ ୪ଇଡିଅଟସ

ଓଲିଉଡରେ ଏଥର ରଜ ଲଢ଼େଇ

ଏଥର ରଜ ଜମିବ। ରଜ ବଜାରକୁ ସରଗରମ କରିବାକୁ ଏଥର ଦୁଇ ଦୁଇଟି ସିନେମା ରିଲିଜ୍‌ ହେବାକୁ ଯାଉଛି। ପ୍ରଯୋଜକମାନେ ସିନେମା ହଲ୍‌ ବୁକିଂ କରିବା ସହ ଚଳଚ୍ଚିତ୍ର ରିଲିଜ୍‌ ଲାଗି ଦିନ ଧାର୍ଯ୍ୟ କରିସାରିଲେଣି। ପ୍ରତିବର୍ଷ ଭଳି ଚଳିତବର୍ଷ ରଜରେ ମଧ୍ୟ ହାଇ ବଜେଟ୍‌ର ଫିଲ୍ମ ରିଲିଜ୍‌ ହେବାକୁ ଥିବା ବେଳେ ବାବୁସାନ୍‌-ସବ୍ୟସାଚୀଙ୍କ ମଧ୍ୟରେ ଏଥର ରଜ ଲଢ଼େଇ ଜୋର୍‌ଦାର ହେବ। ଅନ୍ୟପକ୍ଷରେ ଅନୁଭବଙ୍କ ଫିଲ୍ମ ଚଳିତ ରଜରେ ମୁକ୍ତିଲାଭ କରୁ ନ ଥିବାରୁ ତାଙ୍କ ଫ୍ୟାନ୍‌ଙ୍କ ମଧ୍ୟରେ ନିରାଶାଭାବ ଦେଖିବାକୁ ମିଳିବ।

ତରଙ୍ଗ ସିନେ ପ୍ରଡକ୍ସନ ଦ୍ୱାରା ପ୍ରସ୍ତୁତ ‘ସୁନ୍ଦରଗଡର ସଲ୍‌ମାନ ଖାନ୍‌’ ଏବଂ ପ୍ରକାଶ ଫିଲ୍ମ ବ୍ୟାନରରେ ଅକ୍ଷୟ ପରିଜା ପ୍ରଡକ୍ସନସ୍‌ ଓ ଜି ସାର୍ଥକ ସହାୟତାରେ ନିର୍ମିତ ‘ଫୋର୍‌ ଇଡିୟଟ୍‌ସ’ ରଜ ରିଲିଜ୍‌ରେ ସାମିଲ ହେବ। ଉଭୟ ଫିଲ୍ମର ଲିଡ୍‌ ରୋଲ୍‌ରେ ଲୋକପ୍ରିୟ କଳାକାରମାନେ ଅଭିନୟ କରୁଥିବାରୁ ରଜରେ ଏହା ଦର୍ଶକଙ୍କୁ ସିନେମା ହଲ୍‌କୁ ଟାଣିବ ବୋଲି ଆଶା କରାଯାଉଛି। ଅକ୍ଷୟ କୁମାର ପରିଜା, ପ୍ରକାଶ ବେହେରା ଏବଂ ସୁନୀଲ ଯାଦବଙ୍କ ପ୍ରଯୋଜନାରେ ପ୍ରସ୍ତୁତ ‘ଫୋର୍‌ ଇଡିୟଟ୍‌ସ’ର ମୁଖ୍ୟ ଭୂମିକାରେ ସବ୍ୟସାଚୀ ଓ ଏଲିନା ସାମନ୍ତରାୟଙ୍କୁ ଦେଖିବାକୁ ମିଳିବ।

ଏହି କମେଡି କମ୍‌ ରୋମାଣ୍ଟିକ୍‌ ଫିଲ୍ମର ନିର୍ଦ୍ଦେଶନା ବସନ୍ତ ସାହୁ ଦେଇଥିବା ବେଳେ ଏହାର ଏକ୍‌ଜିକ୍ୟୁଟିଭ ପ୍ରଡ୍ୟୁସର ରହିଛନ୍ତି ସମରେଶ ରାଉତରାୟ। ଫୋର୍‌ ଇଡିୟଟ୍‌ସରେ ସବ୍ୟସାଚୀଙ୍କୁ କମେଡି ଓ ରୋମାଣ୍ଟିକ୍‌ ଭୂମିକା ଦିଆଯାଇଛି। ଫିଲ୍ମରେ ସେ ଯାହାକୁ ବି ପ୍ରେମ କରୁଛନ୍ତି, ଅପଦସ୍ତ ହେଉଛନ୍ତି। ଶେଷରେ ସେ ପ୍ରେମରେ ସଫଳ ହେଉଛନ୍ତି କି ନାହିଁ, ତାହା ଏହାର କ୍ଲାଇମାକ୍ସରେ ରହିଛି।

ସୂଚନା ଅନୁଯାୟୀ ଆସନ୍ତା ୧୩ତାରିଖରେ ରାଜ୍ୟର ୮୫ଟି ସିନେମା ହଲ୍‌ରେ ରିଲିଜ୍‌ ହେବ ତରଙ୍ଗ ସିନେ ପ୍ରଡକ୍ସନର ଫିଲ୍ମ ‘ସୁନ୍ଦରଗଡର ସଲ୍‌ମାନ ଖାନ୍‌’। ବାବୁସାନ୍‌ଙ୍କ ଅଭିନୀତ ଏହି ଫିଲ୍ମରେ ନାୟିକା ଭୂମିକାରେ ଅଛନ୍ତି ନବାଗତା ଦିବ୍ୟା। ଅଶୋକ ପତିଙ୍କ ନିର୍ଦ୍ଦେଶିତ ‘ସୁନ୍ଦରଗଡର ସଲ୍‌ମାନ ଖାନ୍‌’ ଏକ ଫ୍ୟାମିଲି ଡ୍ରାମାଭିତ୍ତିକ ଫିଲ୍ମ ହୋଇଥିବା ବେଳେ ଏହାର ପ୍ରଯୋଜନା ଦେଇଛନ୍ତି ସଚ୍ଚିକାନ୍ତ ଜେନା ଓ ବିନିତ ପଟ୍ଟନାୟକ।

ପଢନ୍ତୁ; ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ସଜନା ଶାଗ!ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ

Related posts

ରିଲିଜ ହେଲା ହ୍ୟୁମାନ ସାଗରଙ୍କ କଣ୍ଠରେ ଆଉ ଏକ ହୃଦୟସ୍ପର୍ଶୀ ଗୀତ ‘ହୃଦୟ ହୀନା କୁ ଦେଲି ହୃଦୟ’

ENO Beuro

ଆର୍ଟିକଲ୍-୩୭୦ ଟାଇଟଲ୍ ରେଜିଷ୍ଟର କରିବାକୁ ଫିଲ୍ମ ମେକର୍ସଙ୍କ ଭିତରେ ଟଣାଓଟରା

Ratnamani Moharana

ଆଶିକୀ-୩ ସିନେମାରେ ଦେଖିବାକୁ ମିଳିବ ଆଲିଆ ଓ ସିଦ୍ଧାର୍ଥଙ୍କ ରୋମାନ୍ସ

ENO Beuro

1 comment

Leave a Comment