Entertainment

ହେଟ ଷ୍ଟୋରୀ ୪ର ଟ୍ରେଲର :ଉର୍ବସୀଙ୍କୁ ଜୀବନରୁ ମାରିବାର ଧମକ

ହେଟ ଷ୍ଟୋରୀ ୪ ଫିଲ୍ମର ଟ୍ରେଲରରେ ଏକ ଡାଇଲଗକୁ ନେଇ ଏହି ଉର୍ବସୀଙ୍କୁ ଜୀବନରୁ ମାରିବାର ଧମକ ଦିଆଯାଇଛି।

ଲୋକଙ୍କ କହିବା ଅନୁସାରେ ଉର୍ବସୀ ଦ୍ରୈାପଦୀଙ୍କର ଅପମାନ କରିଛନ୍ତି। ଏହି ଫିଲ୍ମ ରିଲିଜ ହେବା ପୂର୍ବରୁ ଏକ ବିରାଟ ସମସ୍ୟା ଦେଖାଦେଲାଣି।

ଏକ ଟ୍ରେଲରରେ ଉର୍ବସୀ ନିଜକୁ ଦ୍ରୌପଦୀଙ୍କ ସହିତ ତୁଳନା କରିଛନ୍ତି। ସେଥିରେ ସେ କହିଛନ୍ତି ଯେ, ଦ୍ରୌପଦୀଙ୍କର ପାଂଚ ଜଣ ସ୍ୱାମୀ ଥିଲେ କିନ୍ତୁ ଏଠାରେ ମାତ୍ର ୨ ଜଣ। ଏହି କାରଣରୁ ଉର୍ବସୀଙ୍କୁ ଜୀବନରୁ ମାରିବାର ଧମକ ଦିଆଯାଇଛି।

ଏହି ଫିଲ୍ମର ଟ୍ରେଲର ଅନୁସାରେ ଉର୍ବସୀ ଜଣେ ଫିଲ୍ମ ତାରକା ହେବାର ଇଚ୍ଛା ରଖିଛନ୍ତି ଏବଂ ଏକ ଫଟୋଗ୍ରାଫର ତାଙ୍କୁ ଲକ୍ଷ୍ୟ ସ୍ଥଳରେ ପହଂଚିବା ପାଇଁ ସାହାଯ୍ୟ କରିଛନ୍ତି । ଫିଲ୍ମରେ କରନ ଏବଂ ବିବାନ ଦୁଇ ଭାଇ ହୋଇଛନ୍ତି ଏବଂ ଦୁଇଜଣ ଗୋଟିଏ ଝିଅକୁ ପ୍ରେମ କରୁଛନ୍ତି । ଏହାପରେ ଦୁଇ ଭାଇଙ୍କ ମଧ୍ୟରେ ଝଗଡ଼ା ହୋଇଛି । କିନ୍ତୁ ପରବର୍ତ୍ତୀ ସମୟରେ ଆଉ ଏକ ଝିଅ ସେମାନଙ୍କ ଜୀବନରେ ଆସିଛି ଏବଂ କାହାଣୀରେ ଟ୍ୱିଷ୍ଟ ଆସିଛି ଏବଂ ସଂପୂର୍ଣ୍ଣ କାହାଣୀ ପରିବର୍ତ୍ତନ ହୋଇଯାଇଛି।

ଏହି ଫିଲ୍ମରେ  ଖୁବ ବୋଲ୍ଡ ସୀନ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି । କରନ ୱାହୀଙ୍କ ବ୍ୟତୀତ ଫିଲ୍ମରେ ବିବାନ ଭଥେନା ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିବେ।

ପଢନ୍ତୁ;ଫାବ ଫେମିନା ମିସ ଇଣ୍ଡିଆ ପ୍ରତିଯୋଗୀତା : ପୂର୍ବ ଜୋନରେ ଭାଗ ନେବେ ଓଡିଶାର ୩ ପ୍ରତିଯୋଗୀ

Related posts

ଏକ ଭିଲେନ ସିକ୍ଵେଲରେ ସିଦ୍ଧାର୍ଥ ଓ କୀର୍ତି

ENO Beuro

ଆଜି ଓଡିଶା ଆସୁଛନ୍ତି ଦିଶା ପଟାନୀ

ENO Beuro

ଜ୍ୟୋତି-ଝିଲିକ୍‌ଙ୍କୁ ଏକାଠି ଦେଖିବାକୁ ପାଇବେ ଆଉ ଏକ ଓଡିଆ ସିନେମାରେ

ENO Beuro

1 comment

Leave a Comment