• Home
  • Entertainment
  • ଉର୍ବଶୀ ରୌତେଲାଙ୍କ ଜାଲ୍ ଆଧାର କାର୍ଡ
Entertainment

ଉର୍ବଶୀ ରୌତେଲାଙ୍କ ଜାଲ୍ ଆଧାର କାର୍ଡ

ଫେକ୍ ଆଧାର କାର୍ଡରେ ବୁକ୍ କରାଯାଇଛି ହୋଟେଲର ରୁମ

‘ ହେଟ୍ ଷ୍ଟୋରି -୪ ‘ ର ଅଭିନେତ୍ରୀ ଉର୍ବଶୀ ରୌତେଲା ମୁମ୍ବାଇର ବାନ୍ଦ୍ରା ପୁଲିସ ଷ୍ଟେସନରେ  ଏଫଆଇର୍ ଦେଇଛନ୍ତି । ଉର୍ବଶୀ କହିଛନ୍ତି , କେହି ଜଣେ ତାଙ୍କ ନାଁରେ ଜାଲ ଆଧାର କାର୍ଡ କରି ହୋଟେଲରେ ରୁମ ବୁକ କରିଥିଲେ । ଏ ବିଷୟରେ ସେ ଜାଣିବା ପରେ ତୁରନ୍ତ ପୁଳିସ୍ କୁ ଖବର କରିଥିଲେ ।

ମିଳିଥିବା ସୂଚନା ଅନୁସାରେ ଉର୍ବଶୀଙ୍କୁ ଏହି ଠକାମି ବିଷୟରେ କେତବେଳେ ଜଣାପଡିଲା କି ଯେତବେଳେ ଏକ ବିଜ୍ଞାପନ ଏଜେନ୍ସୀର ପ୍ରତିନିଧିଙ୍କ ସହିତ ଦେଖା କରିବା ପାଇ ଗତ ମଙ୍ଗଳବାର ହୋଟେଲକୁ ଯାଇଥିଲେ । ଏହି ହୋଟେଲର ଜଣେ ଷ୍ଟାଫ୍ ତାଙ୍କୁ ତାଙ୍କ ନାମରେ ରୁମ ବୁକିଂ ଥିବା କଥା କହିଥିଲେ ।

କିନ୍ତୁ ଏ ବିଷୟରେ ତାଙ୍କ ପାଖରେ ଖବର ନ ଥିବାରୁ ସେ ଚକିତ ହୋଇଗଲେ। ନିଜ ସେକ୍ରେଟାରୀଙ୍କୁ ସେ ପଚାରିବାରୁ ସେ ବି କିଛି ଜାଣିନାହାନ୍ତି ବୋଲି କହିଲେ । ଖୋଳତାଡ଼ କରୁ କରୁ ଜଣାପଡ଼ିଲା ଯେ, ଜାଲ୍‌ ଆଧାର କାର୍ଡ ଦେଖାଇ ତାଙ୍କ ନାମରେ ହୋଟେଲ ରୁମ୍‌ ବୁକ୍‌ ହୋଇଛି ।

ବାନ୍ଦ୍ରା ପୋଲିସ ନିକଟରେ ସେ ଅଭିଯୋଗ କରିବା ପରେ ଅଜଣା ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ ହୋଇଛି । ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି ଯେ, ଜଣେ ଅଜଣା ବ୍ୟକ୍ତି ଅନ୍‌ଲାଇନ ଜରିଆରେ ଉର୍ବଶୀଙ୍କ ନାମରେ ଉକ୍ତ ପଞ୍ଚତାରକା ହୋଟେଲରେ ରୁମ୍‌ ବୁକ୍‌ କରିଛନ୍ତି ।

ଉର୍ବଶୀ ରୌତେଲାଙ୍କ ଜାଲ୍ ଆଧାର କାର୍ଡ Urbasi

ପଢନ୍ତୁ ;

ପୁଣି ବାବୁସାନ – ଅଶୋକ ଯୋଡି ଜମିବ

Related posts

ଫିଟ୍‌ ଓ ସୁନ୍ଦର ରହିବା ପାଇଁ ଶ୍ରୀଦେବୀ କରିଥିଲେ ୨୯ ଥର ପ୍ଲାଷ୍ଟିକ୍‌ ସର୍ଜରୀ

Krishna Kumar Manoj

ବକ୍ସ ଅଫିସରେ ମୁହାଁ ମୁହିଁ ହେବେ ଆମିର୍ ଖାନ୍ ଓ ରଜନୀକାନ୍ତ

Krishna Kumar Manoj

ଇଏ ହେଉଛନ୍ତି ସୁନ୍ଦରଗଡର ସଲମାନ ଖାନ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More