ଆଜି ସରିବ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ । ଆସନ୍ତା କାଲିଠାରୁ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହେବେ ଉନ୍ନୟନ କମିଶନର ପ୍ରଦୀପ ଜେନା ।୧୯୮୯ ବ୍ୟାଚ ଆଇଏଏସ ଅଧିକାରୀ ପ୍ରଦୀପ ଜେନା। ଉନ୍ନୟନ କମିଶନର ସାଙ୍ଗକୁ କୃଷି ଉତ୍ପାଦନ କମିଶନର, ସ୍ୱତନ୍ତ୍ର ରିଲିଫ କମିଶନର ଓ ଓସଡମାର ପରିଚାଳନା ନିର୍ଦେଶକ।
ଆଜି ସରିବ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ । ଆସନ୍ତା କାଲିଠାରୁ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହେବେ ଉନ୍ନୟନ କମିଶନର ପ୍ରଦୀପ ଜେନା ।୧୯୮୯ ବ୍ୟାଚ ଆଇଏଏସ ଅଧିକାରୀ ପ୍ରଦୀପ ଜେନା। ଉନ୍ନୟନ କମିଶନର ସାଙ୍ଗକୁ କୃଷି ଉତ୍ପାଦନ କମିଶନର, ସ୍ୱତନ୍ତ୍ର ରିଲିଫ କମିଶନର ଓ ଓସଡମାର ପରିଚାଳନା ନିର୍ଦେଶକ। କେବଳ ଦକ୍ଷ ଅଫିସର ନୁହଁନ୍ତି। ଯେତିକି ମେଳାପୀ ସେତିକି କାମରେ ଧୁରନ୍ଧର। ସେଥିଲାଗି ତ ଗୁଡ୍ ବୁକରେ ଥିବା ପ୍ରଦୀପଙ୍କୁ ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସରକାରଙ୍କ ଅନ୍ୟତମ କ୍ରାଇସିସ୍ ମ୍ୟାନଜେର ଭାବେ ପରିଚିତ ପ୍ରଦୀପ ମାର୍ଚ୍ଚ ପହିଲାରେ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଭାର ସମ୍ଭାଳିବେ। ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ସରିବା ପରେ ପ୍ରଶାସନ ମୁଖ୍ୟ ପଦ ସମ୍ଭାଳିବେ ପ୍ରଦୀପ। ଜଗନ୍ନାଥଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି ପ୍ରଦୀପ।