News

ଇସ୍ତଫା ଦେଲେ ଉର୍ଜିତ ପଟେଲ୍

URJIT

ବ୍ୟକ୍ତିଗତ କାରଣ ଦର୍ଶାଇ ବିଦାୟ ନେଲେ ପଟେଲ୍

ସମକାରଣରୁ ପଦ ଛାଡିଥିଲେ ରଘୁରାମ ରାଜନ

ସରକାରଙ୍କ ସହ ମତଭେଦ ମଧ୍ୟରେ ବଳି ପଡିଛନ୍ତି ଆରବିଆଇର ଆଉ ଜଣେ ଗଭର୍ଣ୍ଣର। ଗଭର୍ଣ୍ଣର ପଦରୁ ଉର୍ଜିତ ପଟେଲଙ୍କ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣ ଦର୍ଶାଇ ପଟେଲ ପଦ ଛାଡ଼ିଛନ୍ତି। ଗତ କିଛିଦିନ ହେଲା ଆରବିଆଇ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା।

URJIT

ହଠାତ ଏଭଳି ପଦକ୍ଷେପ ନେଇ ସେ ସାରା ଦୁନିଆକୁ ଚକିତ କରିଦେଇଛନ୍ତି। ପ୍ରଧାନମନ୍ତ୍ରୀ ଓ ଅର୍ଥ ମନ୍ତ୍ରୀ ତାଙ୍କର ଇସ୍ତଫା ନେଇ ଆଶ୍ଚର୍ଯ୍ୟ ପ୍ରକଟ କରି ନାହାନ୍ତି। ଅନ୍ୟପକ୍ଷରେ ସେମାନେ ଉର୍ଜିତଙ୍କର ପ୍ରଶଂସା କରିଛନ୍ତି। ଅନ୍ୟପକ୍ଷରେ ବିରୋଧୀ ଦଳମାନେ ଉର୍ଜିତଙ୍କ ଇସ୍ତଫା ପାଇଁ ମୋଦୀ ସରକାରଙ୍କୁ ଦାୟୀ କରିଛନ୍ତି।

ଉଲ୍ଲେଖଯୋଗ୍ୟ,କେନ୍ଦ୍ରୀୟ ବ୍ୟାଙ୍କର ସ୍ଵାୟତତ୍ତା ସହିତ କିଛି ପ୍ରସଙ୍ଗକୁ ନେଇ ସରକାରଙ୍କ ସହିତ ମତଭେଦ ଖବର ପରେ ଉର୍ଜିତ ପଟେଲ ଗଭର୍ଣ୍ଣର ପଦରୁ ଇସ୍ତଫା ଦେବା ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା । କୁହାଯାଉଛି ଯେ ଗଭର୍ଣ୍ଣର ପଦରୁ ଇସ୍ତଫା ଦେବା ପରେ ସେ ଡେପୁଟୀ ଗଭର୍ଣ୍ଣର ପଦ ମଧ୍ୟ ଛାଡ଼ି ପାରନ୍ତି।

ପଢନ୍ତୁ;ବିଶ୍ୱସୁନ୍ଦରୀ-୨୦୧୮ ମୁକୁଟ ବିଜୟିନୀ ହେଲେ ମେକ୍ସିକୋ ସୁନ୍ଦରୀ ଭାନେସା

Related posts

ପୁରୁଷ ୧୦ ମିଟର ଏୟାର ପିସ୍ତଲ ବିଭାଗରେ ସ୍ଵର୍ଣ୍ଣ ବିଜେତା ସୌରଭ ଚୌଧୁରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ENO Beuro

ଆଖି ବୁଜିଲେ ପ୍ରାଣକୃଷ୍ଣ, ପମ୍ପ୍ ହାଉସ୍ ପାଇପରେ ୭ ଘଣ୍ଟା ଫସି ଚର୍ଚାରେ ଥିଲେ

ENO Beuro

ହର୍ଷିଲରେ ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ENO Beuro

Leave a Comment