News

ହିନ୍ଦୁ ଧର୍ମକୁ ଦୁନିଆର ସବୁଠାରୁ ହିଂସାତ୍ମକ ଧର୍ମ କହିଲେ ଉର୍ମିଳା: ନିର୍ବାଚନ କମିଶନଙ୍କ ଆଗରେ ମାମଲା ଦାୟର

ଊର୍ମିଳାଙ୍କ ବିରୋଧରେ ଆଦର୍ଶ ଆଚରଣ ବିଧି ଉଲଂଘନ  ମାମଲାରେ ଫେରାଦ ହେଲା ବିଜେପି

ବଲିଉଡ ଅଭିନେତ୍ରୀରୁ ରାଜନେତା ପାଲଟିଥିବା ଉର୍ମିଲା ତାମେଣ୍ଡକରଙ୍କ ବିରୋଧରେ ମାମଲା ଦାୟର କରିଛି ବିଜେପିଆଦର୍ଶ ଆଚରଣ ବିଧି  ଉଲଂଘନ କରିଛନ୍ତି।   ଉର୍ମିଳା ଏକ  ସାକ୍ଷାତକାର ଦେଉଥିବାବେଳେ କଂଗ୍ରେସର ଲୋକସଭା ପରଥିନୀ ଉର୍ମିଲା ହିନ୍ଦୁ ଧର୍ମକୁ ବିଶ୍ଵର ସବୁଠାରୁ ହିଂସ୍ର ଧର୍ମ ବୋଲି କହି ଅଡୁଆରେ ଛନ୍ଦି ହୋଇପଡିଛନ୍ତି ଉର୍ମିଲା। ଉର୍ମିଳାଙ୍କ ବୟାନ ଉପରେ ସୁରେଶ  କହିଛନ୍ତି ଯେ, ସେ ସନ୍ଧ୍ୟା ୫ଟା ରୁ ୮ଟା ଭିତରେ ଟିଭି ଦେଖୁଥିଲେ | ସେତେବେଳେ ସେ ଉର୍ମିଳାଙ୍କ ଏକ ବିବାଦୀୟ ବୟାନ ଶୁଣିଥିଲେ। ଏହା ବ୍ୟତୀତ ଉର୍ମିଳା ମାତୋଣ୍ଡକର ଏକ ରାଲିରେ ଅଭିନନ୍ଦନ ବର୍ଦ୍ଧମାନଙ୍କ ଫଟୋ ଧରି ପ୍ରଚାର କରିଥିଲେ |

ସୋସିଆଲ ମିଡ଼ିଆରେ ଉର୍ମିଳାଙ୍କ ଏହି ଫଟୋ ଭାଇରାଲ ହୋଇଛି | ଆଇପିସି ଧାରା ୨୯୫ ଏ, ୫୦୫୦ ଏବଂ ୩୪ ରେ ମାମଲା ରୁଜ୍ଜୁ କରିବା ପାଇଁ ସୁରେଶ ପୋଲିସକୁ ଅନୁରୋଧ କରିଛନ୍ତି ସୁରେଶ। ଏହି ଏଫାଇଆରରେ ଊର୍ମିଲାଙ୍କ ବ୍ୟତୀତ କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧୀ  ଓ ଜଣେ ସମ୍ବାଦିକଙ୍କ ନାମ ମଧ୍ୟ ରହିଛି। ଊର୍ମିଳା ନିକଟରେ କଂଗ୍ରେସରେ ସାମିଲ ହୋଇଥିଲେ। ଦଳ ତାଙ୍କୁ ମୁମ୍ବାଇ  ଉତ୍ତର ଲୋକସଭା ନିର୍ବାଚନ ମଣ୍ଡଳୀରୁ ପାର୍ଥୀ କରିଛି।

ପଢନ୍ତୁ: ଓଡିଶାରେ ବିକାଶ ଚାହୁଁଥିଲେ ପଦ୍ମ ଫୁଟାଅ ବୋଲି କହିଲେ ମୋଦି

 

Related posts

ଦୁଇଦିନ ବାରଣାସୀରେ ଗସ୍ତରେ ମୋଦୀ,୫୦୦ କୋଟି ଟଙ୍କା ପ୍ରକଳ୍ପର କରିବେ ଉଦ୍‍ଘାଟନ

ENO Beuro

ରାଜଧାନୀରେ ଚାଞ୍ଚଲ୍ୟ : ତଂଟିକାଟି ଯୁବକଙ୍କୁ ହତ୍ୟା ସନ୍ଦେହ

ENO Beuro

ମହାନଦୀରେ ଭାସିଗଲେ ହାତୀ ପଲ

ENO Beuro

Leave a Comment