Entertainment

‘ବେଓ୍ଵଫା ବ୍ୟୁଟି’ ଆଇଟମ୍‌ ନମ୍ବର ଗୀତରେ ନଜର ଆସିବେ ଏହି ହେରୋଇନ 

By ENO Beuro

March 25, 2018

ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକଙ୍କ ଆଇଟମ୍‌ ନମ୍ବର

ନବେ ଦଶକର ସୁପରହିଟ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ଏବେ ବଲିଉଡ ସିନେମା ‘ବ୍ଲାକମେଲ୍‌’ ର ଏକ ଆଇଟମ୍‌ ନମ୍ବର ଗୀତରେ ନଜର ଆସିବେ । ଉର୍ମିଳା ‘ବ୍ଲାକମେଲ୍‌’ ଚଳଚ୍ଚିତ୍ରର ‘ବେଓ୍ଵଫା ବ୍ୟୁଟି’ ଗୀତରେ ନଜର ଆସିବା ପାଇଁ ଯାଉଛନ୍ତି । ଉର୍ମିଳାଙ୍କୁ ଏହି ଗୀତରେ ଶାଢ଼ି ପିନ୍ଧି ଆଇଟମ ନମ୍ବର କରୁଥିବାର ଦେଖିବାକୁ ମିଳିଛି ।

ବର୍ତ୍ତମାନ ଗୀତର ଟ୍ରିଜର ରିଲିଜ ହୋଇଥିବା ବେଳେ ଗତକାଲି ସଂପୂର୍ଣ୍ଣ ଗୀତଟି ରିଲିଜ ହେବାକୁ ଯାଉଛି ।  ଇରଫାନ୍‌ ଖାନଙ୍କ ଅଭିନୀତ ‘ବ୍ଲାକମେଲ’ ଚଳଚ୍ଚିତ୍ରରେ ପୁଣି ଥରେ ସୁନ୍ଦରୀ ଏବଂ ଆକର୍ଷଣୀୟ ରୂପରେ ଉର୍ମିଳା ନଜର ଆସିଛନ୍ତିି ।

ରଙ୍ଗିଲା ଅଭିନେତ୍ରୀ ଦର୍ଶକଙ୍କ ମନକୁ ରଙ୍ଗିନ୍‌ କରିବାକୁ ଆସୁଛନ୍ତି । ‘ବେଓ୍ଵଫା ବ୍ୟୁଟି’ ଶୀର୍ଷକ ଥିବା ଗୀତରେ ଉର୍ମିଳା ଏକ ବାଇଗଣୀ ରଙ୍ଗର ଶାଢ଼ି ପିନ୍ଧି ଏକ ବାର୍‌ରେ ନାଚୁଥିବାର ଦେଖାଯାଉଛନ୍ତି । ଏହି ଟ୍ରିଜରକୁ ବର୍ତ୍ତମାନ ପର୍ଯ୍ୟନ୍ତ ୩ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଦେଖିସାରିଲେଣି ।

ପଢନ୍ତୁ ;

ବିପାଶା ଓ କରଣ ସିଂ ଗ୍ରୋଭର କେଉଁ ସୋରେ ନଜର ଆସିବେ ଜାଣନ୍ତୁ ?