News

ଆମେରିକାନ୍‌ ଟଏଲେଟ୍‌ରେ ହିନ୍ଦୁ ଦେବଦେବୀଙ୍କ ଫଟୋର ବ୍ୟବହାର

G

ଆମେରିକା ବଜାରରେ ବିକ୍ରି ହେଉଛି ହିନ୍ଦୁ ଦେବାଦେବୀଙ୍କ ଫଟୋ

ଦେବାଦେବୀଙ୍କୁ ନେଇ ଆମ ମନରେ ଭରି ରହିଛି ଭକ୍ତି ଓ ଶ୍ରଦ୍ଧା । ପ୍ରତ୍ୟେକ ଧର୍ମର ମଣିଷଙ୍କର ସେମାନେ ପୂଜା କରୁଥିବା ଦେବାଦେବୀଙ୍କ ଉପରେ ଥାଏ ପ୍ରଗାଢ ବିଶ୍ୱାସ ।  ସମସ୍ତେ ନିଜ ମନରେ ଭଗବାନ୍‌ଙ୍କୁ ସବୁଠୁ ଉଚ୍ଚ ଏବଂ ସ୍ୱତନ୍ତ୍ର ସ୍ଥାନ ଦେଇଥାନ୍ତି।  କିନ୍ତୁ ଯେତେବେଳେ ଆପଣ ପୂଜା କରୁଥିବା ଭଗବାନ୍‌ଙ୍କ ଫଟୋ ଟଏଲେଟ୍ ଏବଂ ବାଥ୍‌ରୁମ୍‌ରେ ପାଇବେ ଆପଣଙ୍କୁ କେମିତି ଲାଗିବ?  କିନ୍ତୁ ଏପରି ଅଭାବନୀୟ ଘଟଣା ଘଟିଛି ଆମେରିକାରେ। ଯାହା ପ୍ରତ୍ୟକ ହିନ୍ଦୁଙ୍କ ଧର୍ମୀୟ ଭାବନାକୁ ଆଘତ କରିଛି।

ଆମେରିକାର ଇ-କମ୍ପାନୀ ବେଫେୟର ହିନ୍ଦୁ ଭଗବାନଙ୍କ ଫଟୋ ଥିବା ମ୍ୟାଟ୍ ବିକ୍ରି କରୁଥିବା ଜଣାପଡିଛି। ଏହି ଆସନ ଗୁଡିକ ଟଏଲେଟ୍‌ ଏବଂ ଗାଧୁଆ ଘରେ ପଡିଥିବାର ଦେଖିବାକୁ ମିଳିଛି। ଯାହାକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା। କିଛି ଦିନ ପୂର୍ବରୁ ଅନ୍‌ଲାଇନ୍‌ ସପିଙ୍ଗ ଆପ୍ ଆମାଜନରେ ମଧ୍ୟ ଏମିତି କିଛି ଫଟୋ ଦେଖିବାକୁ ମିଳିଥିଲା। ଆମେରିକା ବଜାରରେ କେବଳ ଗଣେଶ ନୁହଁ , ଭଗବାନ ଶିବଙ୍କର ମଧ୍ୟ ଏମିତି କିଛି ଫଟୋ ବିକ୍ରି ହେଉଥିବା ସୂଚନା ମିଳିଛି।
ପଢନ୍ତୁ: ଆଜି ୪ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

Related posts

ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଠାରେ ମରଣ ମୁହଁରୁ ଅଳ୍ପକେ ବର୍ତ୍ତିଲା ଚଳନ୍ତା ବସ୍

ENO Beuro

ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କୁ ମିଳିବ ଶ୍ରେଷ୍ଠ ସାମରିକ ସମ୍ମାନ ‘ବୀର ଚକ୍ର’

Ratnamani Moharana

ବିଜୟ ଗୋଖଲେ ଭାରତର ବୈଦେଶିକ ସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ

ENO Beuro

Leave a Comment