କ୍ଷମତାର ଅପବ୍ୟବହାର କରିଥିବା କାରଣରୁ ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ‘ହାଉସ୍ ଅଫ୍ ରିପ୍ରେଜେନ୍ଟେଟିଭ୍’ ରାଷ୍ଟ୍ରପତି ଟ୍ରମ୍ପ୍ଙ୍କୁ ବହିଷ୍କାର କରିବା ନିମନ୍ତେ ଭୋଟ୍ ଦେଇଛି। ଆଣ୍ଡ୍ରିଉ ଜନ୍ସନ୍ ଏବଂ ବିଲ୍ କ୍ଲିନ୍ଟନ୍ଙ୍କ ପରେ ବହିଷ୍କାର ହେବାକୁ ଯାଉଥିବା ତୃତୀୟ ଆମେରିକୀୟ ରାଷ୍ଟ୍ରପତି ହେଉଛନ୍ତି ଡୋନାଲ୍ଡ୍ ଟ୍ରମ୍ପ୍। କିନ୍ତୁ, ମହାଭିଯୋଗ ଆଧାରରେ କେବେ କୌଣସି ଆମେରିକୀୟ ରାଷ୍ଟ୍ରପତି ବହିଷ୍କୃତ ହୋଇନାହାନ୍ତି। ଜାନୁଆରି ମାସରେ ରିପ୍ଲିକାନ୍ ନେତୃତ୍ୱାଧୀନ ସିନେଟ୍ରେ ଟ୍ରମ୍ପ୍ଙ୍କ ବିଚାର ଚାଲିବ। ଏଥିରେ ଦୋଷୀ ସାବ୍ୟସ୍ତ ହେଲେ ରାଷ୍ଟ୍ରପତିଙ୍କୁ ଗାଦିଚ୍ୟୁତ କରାଯିବ।
ଡେମୋକ୍ରାଟ୍ମାନେ ଅଭିଯୋଗ କରିଛନ୍ତି କି, ୭୩ ବର୍ଷିୟ ଟ୍ରମ୍ପ୍ ପୂର୍ବତନ ଉପରାଷ୍ଟ୍ରପତି ଜୋ ବିଡେନ୍ଙ୍କ ବିରୋଧରେ ତଦନ୍ତ କରିବାକୁ ୟୁକ୍ରେନ୍କୁ ଦାୟିତ୍ୱ ଦେଇ କ୍ଷମତାର ଅପବ୍ୟବହାର କରିଛନ୍ତି। ୨୦୨୦ରେ ବିଡେନ୍ ଟ୍ରମ୍ପ୍ଙ୍କ ବିପକ୍ଷରେ ଡେମୋକ୍ରାଟ୍ର ପ୍ରାର୍ଥୀ ହୋଇ ପାରନ୍ତି। ଦ୍ୱିତୀୟ ଅଭିଯୋଗ ହେଲା ସେ କଂଗ୍ରେସ୍ର ତଦନ୍ତରେ ବାଧା ସୃଷ୍ଟି କରିଛନ୍ତି। ପ୍ରଥମ ଅଭିଯୋଗ ୨୩୦-୧୯୭ ଖଣ୍ଡ ଭୋଟ୍ରେ ଗୃହୀତ ହୋଇଥିବା ବେଳେ ଦ୍ୱିତୀୟ ଅଭିଯୋଗ ୨୨୯-୧୯୮ ଭୋଟ୍ରେ ଗୃହୀତ ହୋଇଛି।
ପଢନ୍ତୁ: ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତାଙ୍କୁ ଶୁଭେଚ୍ଛା ଜଣାଇବାକୁ ଭୁଲିଗଲେ ମୁଖ୍ୟମନ୍ତ୍ରୀ