EnewsOdia.Com

ଆମେରିକା ଜାରି କଲା ବାଗଦାଦି ଆକ୍ରମଣର ଭିଡିଓ

କିପରି ମରିଥିଲା ଆଇଏସ୍‌ଆଇଏସ୍‌ ମୁଖ୍ୟ ଅବୁ ବକର ଅଲ୍‌ ବାଗଦାଦୀ ? ଆତଙ୍କୀର ଖଳନାୟକକୁ ମାରିବାକୁ କିପରି ଜାଲ ବିଛାଇଥିଲା ଆମେରିକା ସେନା ? ଅବୁ ବକର ଅଲ୍‌ ବାଗଦାଦୀ ମୃତ୍ୟୁର ଚାରି ଦିନ ପରେ ଆମେରିକା କମାଣ୍ଡୋ ଅପରେସନ୍‌ର ଏକ ଭିଡିଓ ସାମ୍‌ନାକୁ ଆସିଛି ।

ଆମେରିକା ସେନା ବାଗଦାଦି ଠିକଣାସ୍ଥଳକୁ ଆକ୍ରମଣ କରୁଛନ୍ତି

ଭିଡିଓରେ ସିରିଆର ଇଡଲିବରେ ଆମେରିକା ସେନାର ଡେଲ୍ଟା କମାଣ୍ଡର ବାଗଦାଦିର ଠିକଣା ସ୍ଥଳ ଉପରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି।

ଆମେରିକାର ଏୟାର କ୍ରାଫ୍ଟକୁ ଦେଖି ବାଗଦାଦିର ସୁରକ୍ଷାକର୍ମୀ ମଧ୍ୟ ଆକ୍ରମଣ କରିଥିଲେ। ୪ ଦିନ ତଳେ ଆମେରିକା ସେନା ବାଗଦାଦିର ଠିକଣା ସ୍ଥଳ ଉପରେ ଆକ୍ରମଣ କରିଥିଲା।

ବାଗଦାଦିର ଠିକଣା ସ୍ଥଳରେ ଆକ୍ରମଣ କରିବା ପରେ ଧୂଆଁ ବାହାରୁଛି

ଆମେରିକା ସେନା ଘେରିଯିବା ପରେ ବାଗଦାଦି ନିଜକୁ ଏବଂ ତିନି ଛୁଆକୁ ଆତ୍ମଘାତୀ ବୋମା ସାହାଯ୍ୟରେ ଉଡ଼ାଇ ଦେଇଥିଲା। ଆମେରିକା ସେନା ଅଧିକାରୀ କହିଛନ୍ତି, ଅନ୍ତର୍ଜାତୀୟ ନିୟମ ଅନୁଯାୟୀ ଆତଙ୍କବାଦି ବାଗଦାଦିର ମୃତ ଶରୀରକୁ ସମୁଦ୍ର ମଝିରେ ଫିଙ୍ଗି ଦିଆଯାଇଛି।

ଏବେ ୫ ଦିନ ପରେ ଏହାର ପ୍ରମାଣ ଦେବାକୁ ଯାଇ ଏହି କଳାଧଳା ଭିଡିଓ ଯାହାକୁ ଡ୍ରୋନ୍ କଏଦ କରିଥିବା ପରି ମନେହେଉଛି , ତାହାକୁ ଜାରି କରିଛି ।

ହଜାର ହଜାର ଜନତାଙ୍କ ମୃତ୍ୟୁର ସୌଦାଗରକୁ ସିରିୟାରେ କେମିତି ଘେରିଥିଲା ଆମେରିକା ସେନା, କେମିତି ନିପାତ କରିବାରେ ସଫଳ ହୋଇଥିଲା ତାର ପ୍ରମାଣ ଦେବାକୁ ଯାଇ ଆମେରିକାର ପ୍ରତିରକ୍ଷା ବିଭାଗ ପକ୍ଷରୁ ଜାରି ହୋଇଛି ଭିଡିଓ ।

ପଢନ୍ତୁ: ମାଡ଼ି ଆସୁଛି ବାତ୍ୟା ‘ମହା’

ସମ୍ବନ୍ଧିତ ଖବର

କୋଣାର୍କ ବୁଲିନପାରି ଫେରିଲେ ପର୍ଯ୍ୟଟକ

Ratnamani Maharana

ଏକ୍ସଟ୍ରା ମାରିଟିଆଲ ଆଫାୟର୍ସକୁ ନେଇ ବଢୁଛି ଭୁବନେଶ୍ୱରିଆଙ୍କ ଆଗ୍ରହ

Ratnamani Maharana

ସୋସିଆଲ ମିଡିଆ ଆକାଉଣ୍ଟରେ ଆଧାର ଲିଙ୍କ୍‌ ଆବେଦନ ସୁପ୍ରିମକୋର୍ଟରେ ଖାରଜ

Ratnamani Maharana

ନଭେମ୍ବର ୨ୟ ସପ୍ତାହରେ ରାଜ୍ୟରେ ଅନୁଭୂତ ହେବ ଶୀତ

Ratnamani Maharana

ଅଯୋଧ୍ୟା ମାମଲାର ଶୁଣାଣି: ଜାଣନ୍ତୁ କଣ ରହିଛି ରାୟ

Ratnamani Maharana

ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଲଗାତର ୬ ଦିନ ବନ୍ଦ ରହିବ ବ୍ୟାଙ୍କ

Ratnamani Maharana