• Home
  • News
  • ପାକିସ୍ତାନକୁ ଆର୍ଥିକ ଅନୁଦାନ ବନ୍ଦ କଲା ଆମେରିକା
News

ପାକିସ୍ତାନକୁ ଆର୍ଥିକ ଅନୁଦାନ ବନ୍ଦ କଲା ଆମେରିକା

ପାକିସ୍ତାନକୁ ବଡ଼ ଝଟକା

ଆତଙ୍କବାଦୀ ସଂଗଠନଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ପାକିସ୍ତାନର ଢିଲା ନୀତିରେ ଆମେରିକା କ୍ଷୁବ୍ଧ ହୋଇଛି । ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବିଶେଷ କରି ହକାନି ନେଟ୍‌ଓ୍ଵର୍କକୁ ରୋକିବା ପାଇଁ ପାକିସ୍ତାନ ଯଥୋଚିତ ପଦକ୍ଷେପ ଗ୍ରହଣ କରିନଥିବାରୁ ପାକିସ୍ତାନକୁ ମିଳିବାକୁ ଥିବା ୩୦୦ ମିଲିୟନ ଡଲାର ସାମରିକ ସହାୟତାକୁ ଆମେରିକା ବନ୍ଦ କରିଦେଇଛି।

ଆମେରିକା ପରରାଷ୍ଟ୍ର ବିଭାଗ ସଚିବ ମାଇକ୍‍ ପମ୍ପେଓ ଓ ବରିଷ୍ଠ ସେନା ଅଧିକାରୀ ଜେନେରାଲ୍‍ ଜୋଶେଫ୍‍ ଡନ୍‍ଫୋର୍ଡ ପାକିସ୍ତାନ ଗସ୍ତରେ ଆସି ସ୍ଥିତି ସମୀକ୍ଷା କରିବା ପରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଗତ ଏକ ଦଶନ୍ଧି ଧରି ପାକିସ୍ତାନରେ ଆମେରିକା ପକ୍ଷରୁ ଶିକ୍ଷା ଓ ତାଲିମ କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଗତ ଅଗଷ୍ଟ ମାସରୁ ଆମେରିକା ପ୍ରଶାସନ ସେହି କାର୍ଯ୍ୟକ୍ରମକୁ କାଣ୍ଟଛାଣ୍ଟ କରିବା ଆରମ୍ଭ କରିଥିଲା। ଆମେରିକାର ଏହି ନିଷ୍ପତ୍ତି ଏବେ ଆର୍ଥିକ ଦୁରବସ୍ଥା ଦେଇ ଗତି କରୁଥିବା ପାକିସ୍ତାନ ପାଇଁ ଆହୁରି ଅଡ଼ୁଆ ସୃଷ୍ଟି କରିପାରେ ବୋଲି କୁହାଯାଉଛି।

us ପାକିସ୍ତାନ ପାକିସ୍ତାନକୁ ଆର୍ଥିକ ଅନୁଦାନ ବନ୍ଦ କଲା ଆମେରିକା us

ରକ୍ଷା ମନ୍ତ୍ରଣାଳୟର ପ୍ରବକ୍ତା ଲେଫ୍ଟନାଣ୍ଟ କର୍ଣ୍ଣଲ କୋନୀ ଫାକନରଙ୍କ କହିବା ଅନୁଯାୟୀ ଆମେରିକାର ରକ୍ଷା ବିଭାଗ ଏହି ଟଙ୍କାକୁ ଏବେ ପ୍ରାଥମିକ କାର୍ଯ୍ୟରେ ବ୍ୟବହାର କରିବ । ତେବେ ଆମେରିକାର ଏଭଳି ନିଷ୍ପତ୍ତି ପରେ ପାକିସ୍ତାନକୁ ଏକ ବଡ଼ ଝଟକା ଲାଗିଛି । ପାକିସ୍ତାନ ଆତଙ୍କବାଦୀମାନଙ୍କୁ ନିଜ ଛତ୍ରଛାୟା ତଳେ ଆଶ୍ରୟ ଦେଉଥିବା ଆମେରିକା ପକ୍ଷରୁ କୁହାଯାଉଥିବାବେଳେ ପାକିସ୍ତାନ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି।

ପଢନ୍ତୁ; ୬୦ ରନ୍ ରେ ହାରିଲା ଭାରତ,ଇଂଲଣ୍ଡର ସିରିଜ ବିଜୟ

Related posts

ସାରା ରାଜ୍ୟରେ ଆଜିଠୁ ବଢିବ ଦିନର ତାପମାତ୍ରା :ମାଲକାନଗିରିରେ ସର୍ବାଧିକ ତାପମାତ୍ରା

Krishna Kumar Manoj

ଓଲାନ୍ଦେ-ରାହୁଲ ଗୋପନ ବୁଝାବଣା:ଜେଟଲି

Krishna Kumar Manoj

ଦିଲ୍ଲୀ ମୁଖ୍ୟ ସଚିବଙ୍କୁ ଆପ୍‌ ବିଧାୟକଙ୍କ ମାଡ଼ ! ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More