SPORTS

ୟୁଏସ୍‌ ଓପନ୍‌: ଜୋକୋଭିକ୍‌ଙ୍କୁ ୧୪ତମ ଗ୍ରାଣ୍ଡସ୍ଲାମ

By Krishna Kumar Manoj

September 11, 2018

ତୃତୀୟ ଥର ପାଇଁ ୟୁଏସ୍‌ ଓପନ ଟାଇଟଲ ହାସଲ କରିବା ପରେ ନୋଭାକ ଜୋକୋଭିକ୍‌ ବେଶ୍‌ ଖୁସି ଜାହିର କରିଛନ୍ତି। କିମ୍ବଦନ୍ତୀ ଟେନିସ ଖେଳାଳି ପିଟ୍‌ ସାମ୍ପ୍ରାସ୍‌ଙ୍କ ୧୪ଟି ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲର ସମକକ୍ଷ ହେବା ମୋ ପାଇଁ ଏକ ବଡ଼ ଗୌରବ ବୋଲି ସେ କହିଛନ୍ତି। ତେବେ ସମସାମୟିକ ପ୍ରତିଦ୍ୱନ୍ଦ୍ୱୀ ରୋଜର ଫେଡେରର ଓ ରାଫାଲ ନାଡ଼ାଲଙ୍କ ଯୋଗୁ ମୁଁ ଜଣେ ଭଲ ଟେନିସ ଖେଳାଳି ହୋଇପାରିଛି। ଏଥିପାଇଁ ନାଡାଲ ଓ ଫେଡେରରଙ୍କଠାରେ ମୁଁ ଋଣୀ ବୋଲି ଜୋକୋଭିଚ୍‌ କହିଛନ୍ତି।

ଆଉ ସବୁଠୁ ସଂଯୋଗର କଥା ହେଲା, ଯେଉଁ କୋର୍ଟରେ ସାମ୍ପ୍ରସ୍‌ ଖେଳି ଚତୁର୍ଦଶ ଗ୍ରାଣ୍ଡ୍‌ ସ୍ଲାମ୍‌ ଟ୍ରଫି ଜିତିଥିଲେ ସେହି କୋର୍ଟରେ ରବିବାର ଜୋକୋଭିକ୍‌ ଖେଳି ସେହି କୀର୍ତିମାନର ସମକକ୍ଷ ହେଲେ। ଜୋକୋଭିକ୍‌ ମଧ୍ୟ ଚଳିତ ବର୍ଷ ଲଗାତାର ଦୁଇଟି ଗ୍ରାଣ୍ଡ୍‌ ସ୍ଲାମ୍‌ ଟ୍ରଫି କରାୟତ କଲେ। ଏହା ପୂର୍ବରୁ ସେ ଓ୍ଵିମ୍ବିଲଡନ୍‌ ଟ୍ରଫି ମଧ୍ୟ ହାସଲ କରିଥିଲେ। ଅନ୍ୟପକ୍ଷରେ ୨୦୦୯ରେ ପ୍ରଥମ ତଥା ଏକମାତ୍ର ଥର ପାଇଁ ଏଠାରେ ବିଜେତା ହୋଇଥିବା ଡେଲ୍‌ ପୋଟ୍ରୋ ୯ ବର୍ଷ ପରେ ପ୍ରଥମ ଥର ଲାଗି ଆର୍ଥର ଆସେସ୍‌ ଷ୍ଟାଡିୟମ୍‌ରେ ଫାଇନାଲ୍‌ ଖେଳିବା ସୁଯୋଗ ପାଇଥିଲେ ମଧ୍ୟ ଉପବିଜେତାରେ ସନ୍ତୁଷ୍ଟ ରହିଲେ।

ପଢନ୍ତୁ;ମାନସିକ ଚାପରେ ଶିକାର ହୋଇଛନ୍ତି ଲାଲୁ ଯାଦବ!