EnewsOdia.Com

ଅହମ୍ମଦାବାଦ ବିମାନବନ୍ଦରରେ ଟ୍ରମ୍ପଙ୍କୁ ଆଲିଙ୍ଗନ କରି ସ୍ୱାଗତ ଜଣାଇଲେ ମୋଦି

ଦୁଇଦିନିଆ ଭାରତ ଗସ୍ତରେ ଆସି ସୋମବାର ପୂର୍ବାହ୍ନରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଅହମଦାବାଦରେ ପହଞ୍ଚିଛନ୍ତି।ନିର୍ଦ୍ଧାରିତ ସମୟ ୧୧: ୪୦ ପୂର୍ବରୁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ୍‌, ଫାଷ୍ଟ୍‍ ଲେଡି ମେଲାନିଆ ଟ୍ରମ୍ପ୍‌, କନ୍ୟା ଇଭାଙ୍କା ଟ୍ରମ୍ପ ଏବଂ ଜାମାତା ଜାର୍ଡ କୁସ୍‌ନର୍‌ ଏବଂ ପ୍ରତିନିଧି ଦଳ ସହ ବିମାନ ‘ଏୟାର୍‌ ଫୋର୍ସ ଓ୍ଵାନ୍‌’ ଅହମଦାବାଦ ବିମାନ ବନ୍ଦରରେ ଅବତରଣ କରିଥିଲା। ବିମାନରୁ ପ୍ରଥମେ ଅବତରଣ କରିଥିଲେ କନ୍ୟା ଇଭାଙ୍କା ଟ୍ରମ୍ପ ଏବଂ ଜାମାତା ଜାର୍ଡ କୁସ୍‌ନର୍‌। ଟ୍ରମ୍ପ୍‌ଙ୍କ ଆଗମନ ପୂର୍ବରୁ ମୋଟେରା ଷ୍ଟାଡିୟମ୍‌ରେ ବିପୁଳ ଜନସମାଗମ ହୋଇ ସାରିଥିଲା। ସେଠାରେ ଏକ ଲକ୍ଷରୁ ଊର୍ଦ୍ଧ୍ୱ ଜନତା ସମବେତ ହେବାର ବ୍ୟବସ୍ଥା କରାଯାଇଛି।

ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରମର୍ଦ୍ଦନ ଓ ଆଲିଙ୍ଗନ କରି ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଏବଂ ଫାଷ୍ଟ୍‍ ଲେଡି ମେଲାନିଆ ଟ୍ରମ୍ପ୍‌ଙ୍କୁ ସ୍ୱାଗତ କରିଥିଲେ। ସେମାନଙ୍କୁ ସ୍ୱାଗତ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ସେଠାରେ ଉପସ୍ଥିତ ଥିଲେ।

ପହଞ୍ଚିବାର କିଛି ସମୟ ପୂର୍ବରୁ ଟ୍ରମ୍ପ୍‌ ହିନ୍ଦୀରେ ଟୁଇଟ୍‌ କରିଥିଲେ: ଆମେ ଭାରତ ଆସିବାକୁ ବ୍ୟାକୁଳ। ଆମେ ରାସ୍ତାରେ ଅଛୁ, ଅଳ୍ପ ସମୟ ଭିତରେ ସମସ୍ତଙ୍କୁ ଭେଟିବୁ! ଏହାର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ସଂସ୍କୃତରେ ଲେଖିଥିଲେ: ଅତିଥି ଦେବୋ ଭବଃ।

ପଢନ୍ତୁ: ଆସନ୍ତା ମାର୍ଚ୍ଚ ୧୫ ତାରିଖରେ ଅନୁଷ୍ଠିତ ହେବ ରୁଚି ୧୦ମ ଓଡିଆ ଫିଲ୍ମ ଫେୟାର ଆୱାର୍ଡ୍ସ

ସମ୍ବନ୍ଧିତ ଖବର

ରାୟପୁରରେ ଆୟୋଜିତ ରାଷ୍ଟ୍ରୀୟ ଆଦିବାସୀ ନୃତ୍ୟ ମହୋତ୍ସବରେ ଢୋଲ ବଜାଇ ନାଚିଲେ ରାହୁଲ

Ratnamani Maharana

ୟାହୁର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ଜଣେ ଭାରତୀୟ

Ratnamani Maharana

ଏବେ ପାସପୋର୍ଟରେ ଦେଖିବାକୁ ମିଳିବ ପଦ୍ମ ଚିହ୍ନ

Ratnamani Maharana

ମୁଖ୍ୟ ଅଭିଯୁକ୍ତଙ୍କ ସହ ଉନ୍ନାଓ ପୀଡ଼ିତାଙ୍କର ବିବାହ ହୋଇଥିଲା

Ratnamani Maharana

ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ପବନ ଜହ୍ଲାଦ

Ratnamani Maharana

ପୁଣି ବଢ଼ିଲା ପାନ୍-ଆଧାର ଲିଙ୍କ୍ ଅବଧି

Ratnamani Maharana