29.2 C
Bhubaneswar
May 17, 2021
EnewsOdia.Com
ଦେଶ ବିଦେଶ ନ୍ୟୁଜ୍ ରାଜନୀତି

ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆସନ୍ତା ୨୪ ଓ ୨୫ ତାରିଖରେ ଦୁଇଦିନିଆ ଭାରତ ଗସ୍ତରେ ଟ୍ରମ୍ପ ଆସୁଛନ୍ତି । ଆମେରିକା ରାଷ୍ଟ୍ରପତି ଭାବେ ଟ୍ରମ୍ପଙ୍କର ଏହା ପ୍ରଥମ ଭାରତ ଗସ୍ତ । ଟ୍ରମ୍ପଙ୍କ ଭରତ ଗସ୍ତକୁ ନେଇ ହ୍ୱାଇଟହାଉସର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଏନେଇ ସୂଚନା ଦିଆଯାଇଛି । ଆମେରିକା ରାଷ୍ଟ୍ରପତିଙ୍କ ଏହି ଗସ୍ତ ବେଶ ଗୁରୁତ୍ୱବହନ କରୁଛି । ଦୁଇଦେଶ ମଧରେ ଉତମ ସମ୍ପର୍କ ସ୍ଥାପନ ଦିଗରେ ଏହାଏକ ମାଇଲଖୁଣ୍ଟ ସଦୃଶ ହେବ । ଟ୍ରମ୍ପଙ୍କ ସହ ତାଙ୍କ ପତ୍ନି ତଥା ଆମେରିକାର ପ୍ରଥମ ମହିଳା ମେଲେନିୟା ଟ୍ରମ୍ପ ବି ଭାରତ ଗସ୍ତରେ ଆସିବେ । ନୂଆଦିଲ୍ଲୀ ପରେ ଉଭୟଙ୍କର ଗୁଜୁରାଟ ଯିବାର ବି କାର୍ଯ୍ୟକ୍ରମ ରହିଛି । ତେବେ ଟ୍ରମ୍ପଙ୍କ ଗୁଜୁରାଟ ଗସ୍ତ ଖବର ଚର୍ଚ୍ଚାକୁ ଆସିବା ପରେ ଗୁଜୁରାଟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ତେବେ ଆମେରିକା ଓ ଭାରତ ମଧ୍ୟରେ ଉତମ ସମ୍ପର୍କ ସବୁଦିଗରୁ ଭାରତ ପାଇଁ ବେଶ ସହାୟକ ହେବ । ବିଶେଷ କରି ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଆମେରିକାର ସହଯୋଗ ମିଳିବ । ବାଲାକୋଟ ଏୟାରଷ୍ଟ୍ରାଇକ ପରେ ଭାରତ ତାର ବାୟୁସେନାର ଶକ୍ତି ବୃଦ୍ଧି କରିବାକୁ ନିଷ୍ପତି ନେଇଛି । ଏଥିପାଇଁ ଆମେରିକାଠୁ ଇଂଟିଗ୍ରେଟେଡ ଏୟାର ଡିଫେନ୍ସ ୱିପନ ସିଷ୍ଟମ କିଣିବ ଭାରତ । ୧.୯ ବିଲିୟନ ଡଲାରର ଏହି ଚୁକ୍ତିକୁ ଆମେରିକା ମଂଜୁରି ଦେଇସାରିଛି । ଏଡି ୱିପନ ସିଷ୍ଟିମ ପାଇଁ ୧.୮୬୭ ବିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ ହେବ । ଏଠାରେ ସୂଚନାଯୋଗ୍ୟ ଆମେରିକାର ପୂର୍ବତ୍ତନ ରାଷ୍ଟ୍ରପତି  ବାରାକ ଓବାମା ଦୁଇ ଦୁଇ ଥର ଭାରତ ଗସ୍ତରେ ଆସିଥିଲେ । ଓବାମା ୨୦୧୦ ଓ ୨୦୧୫ରେ ଭାରତ ଗସ୍ତରେ ଆସିଥିଲେ ।

ପଢନ୍ତୁ: ଫଳାଫଳା ଆସିବା ପୂର୍ବରୁ ଆପ ଶିବିରରେ ଉତ୍ସବର ମାହୋଲ

Related posts

ଭୟଙ୍କର ରୂପ ନେଉଛି ବାତ୍ୟା ‘ମହା’, ଜାରି ହେଲା ରେଡ ଆଲର୍ଟ

Ratnamani Maharana

ଆଜି ଦ୍ୱିତୀୟ ପର୍ଯ୍ୟାୟ ପଦୋନ୍ନତି ଅଦାଲତ

Ratnamani Maharana

ଗାଡି ଚାଳକଙ୍କ ପାଇଁ ସତର୍କ ଘଣ୍ଟି, ମାର୍ଚ୍ଚ ପହିଲାରୁ ପୁଣି ଜୋରଦାର ହେବ ଟ୍ରାଫିକ୍ କଟକଣା

Ratnamani Maharana

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More