EnewsOdia.Com

ବିଶ୍ୱର ସର୍ବପ୍ରଥମ ଜୀବନ୍ତ ରୋବୋଟ୍‌ ତିଆରି କଲେ ଆମେରିକୀୟ ବୈଜ୍ଞାନିକ

ବିଶ୍ୱର ସର୍ବପ୍ରଥମ ଜୀବନ୍ତ ରୋବୋଟ୍‌ ତିଆରି କଲେ ଆମେରିକୀୟ ବୈଜ୍ଞାନିକ। ଏହି ଜୀବନ୍ତ ରୋବଟକୁ ‘ଜେନୋବଟ୍‌’ ବୋଲି କୁହାଯାଏ। ଏହି ରୋବୋଟ୍‌ର ପ୍ରସ୍ତ ମାତ୍ର ଏକ ମିଲିମିଟର୍‌। ଗୋଟାଏ ବେଙ୍ଗ ଭ୍ରୂଣରୁ ଅଣାଯାଇଥିବା ଦୁଇଟି ଭିନ୍ନ ପ୍ରକାରର ଜୀବକୋଷକୁ ଏକ ନିର୍ଦ୍ଦିଷ୍ଟ ଉପାୟରେ ଏକତ୍ର ସିଲାଇ କରାଯାଇ ଏହାକୁ ନିର୍ମାଣ କରାଯାଇଛି। ଫଳରେ ଏହି ରୋବଟ୍‌ଟି ଆପଣାଛାଏଁ ଲକ୍ଷସ୍ଥଳକୁ ଯାଇ ନିର୍ଦ୍ଧାରିତ କାର୍ଯ୍ୟ କରି ପାରିବ।

ଯୁକ୍ତରାଷ୍ଟ୍ର ଆମେରିକାର ବର୍‌ମଣ୍ଟ୍‌ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର୍‌ ବୈଜ୍ଞାନିକ ଏବଂ ରୋବଟିକ୍‌ ବିଶେଷଜ୍ଞ ଜୋସୁଆ ବନ୍‌ଗାର୍ଡଙ୍କ ଅନୁଯାୟୀ, ଏହା ମଣିଷ ତିଆରି ଗୋଟାଏ ନୂଆ ଶ୍ରେଣୀର ଜିନିଷ। ଗୋଟାଏ ଜୀବନ୍ତ, ପ୍ରୋଗ୍ରାମିଙ୍ଗ୍‌ କରିହେଉଥିବା ସତ୍ତା ବା ଜୀବ। ଏହାଦ୍ୱାରା ମଣିଷ ଶରୀର ମଧ୍ୟରେ ଔଷଧ ଭର୍ତ୍ତି କରାଇବା, ରେଡିଓଆକ୍ଟିଭ୍‌ ଆବର୍ଜ୍ଜନା ପରିଷ୍କାର କରାଇବା ଏବଂ ସମୁଦ୍ରରୁ ମାଇକ୍ରୋପ୍ଲାଷ୍ଟିକ୍‌ ଗୋଟାଇବା ଆଦି କାର୍ଯ୍ୟ କରିହେବ। ମଣିଷ ଧମନୀରେ ଜମାଟ ବାନ୍ଧିଥିବା ପଳଖାକୁ ମଧ୍ୟ ଏହା କୋରି ପରିଷ୍କାର କରିପାରିବ।

ପଢନ୍ତୁ: ହୀରାରେ ମୋଦିଙ୍କ ଚିତ୍ର ଆଙ୍କିଲେ ଯୁବକ

ସମ୍ବନ୍ଧିତ ଖବର

୨୦୨୦ରେ ଓଡିଶାରେ ବର୍ଷିବ ନିଆଁ

Ratnamani Maharana

ହେଲମେଟ୍ ନ ପିନ୍ଧିଲେ ଲେଖିବାକୁ ପଡ଼ୁଛି ରଚନା

Ratnamani Maharana

ବିଶ୍ୱବିଦ୍ୟାଳୟରେ ଇ-ସିଗାରେଟ୍‌ ଉପରେ ଲାଗିଲା କଟକଣା

Ratnamani Maharana

ରଦ୍ଦ ହେଲା ମୁଶାରଫଙ୍କ ମୃତ୍ୟୁ ଦଣ୍ଡାଦେଶ

Ratnamani Maharana

ଆସନ୍ତାକାଲିଠାରୁ ବନ୍ଦ ଶିରିଡି ସାଇ ମନ୍ଦିର

Ratnamani Maharana

ଚନ୍ଦ୍ର ଯାତ୍ରା ପାଇଁ ‘ଗାର୍ଲଫ୍ରେଣ୍ଡ୍‌’ ଖୋଜୁଛନ୍ତି ଜାପାନୀ କୋଟିପତି

Ratnamani Maharana