News

ଭାରତ ଗସ୍ତରେ ଆମେରିକୀୟ ବିଦେଶ ମନ୍ତ୍ରୀ ମାଇକ୍ ପୋମ୍ପିୟୋ

Untitled 1

ଆମେରିକାର ବୈଦେଶିକ ସଚିବ ମାଇକ୍‌ ପୋମ୍ପିଓଙ୍କ ତିନି ଦିନିଆ ଭାରତ ଗସ୍ତରେ ଆସି  ମଙ୍ଗଳବାର ରାତିରେ ଦିଲ୍ଲୀରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳିରେ ପ୍ରଥମ ଆମେରିକୀୟ ମନ୍ତ୍ରୀଙ୍କ ଭାରତ ଗସ୍ତ । ଏହି ଗସ୍ତ ବେଳେ ଉଭୟ ଦେଶର ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ମାଇକ୍। ପୋମ୍ପେଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି   ଓ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ନେଇ ସୂଚନା ରହିଛି। ଏହି ଗସ୍ତ ବେଳେ ଆମେରିକା-ଭାରତ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା ହେବ।

ମୋଦିଙ୍କ ସହ ସାକ୍ଷାତ ସମୟରେ ରୁଷ ଠାରୁ ଭାରତ ଏସ୍‌-୪୦୦ କ୍ଷେପଣାସ୍ତ୍ର କିଣିବା, ଆତଙ୍କବାଦ, ଏଚ୍‌ଓ୍ଵାନ୍‌ବି ଭିସା, ବାଣିଜ୍ୟ ଏବଂ ଇରାନ୍‌ରୁ ତୈଳ ଖରିଦ ସଂକ୍ରାନ୍ତ କଟକଣା ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଏହି ସାକ୍ଷାତ୍‌ ସମୟରେ ଆଲୋଚନା କରାଯିବ।

D89fd5d7749a3b8e931c348b24967ed3 750x430
modi and pamipeo

ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ସହ ସାକ୍ଷାତ ସମୟରେ ବିଶେଷ ଭାବେ ବାଣିଜ୍ୟିକ ପ୍ରସଙ୍ଗ ଉପରେ ଭାରତ ଗୁରୁତ୍ବ ଦେବ। ଭାରତ ନିଜର ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ଉପରେ ସକାରାତ୍ମକ ଦୃଷ୍ଟିଭଙ୍ଗୀରେ ଆଲୋଚନା କରିବ। ସୀମାପାର ଆତଙ୍କବାଦ ଉପରେ ଉଭୟ ରାଷ୍ଟ୍ର ଗୁରୁତ୍ବ ଦେବେ। ଇରାନଠାରୁ ପ୍ରେଟ୍ରୋଲିୟମ ତୈଳ କିଣିବା ଉପରେ ଆମେରିକା ଟକଣା ଜାରି କରିଥିବାବେଳେ ଭାରତର ସ୍ବାର୍ଥ କିପରି ରକ୍ଷା ହୋଇପାରିବ ତା’ଉପରେ ଆଲୋଚନା ହେବ। ବାଣିଜ୍ୟିକ କ୍ଷେତ୍ରରେ ଆମେରିକା ଓ ଭାରତ ବିଭିନ୍ନ ସାମଗ୍ରୀ ଉପରେ ଜାରି କରିଥିବା ‘ଟାରିଫ ’ଜନିତ ସମସ୍ୟାର ସମାଧାନ ଉଦ୍ୟମ ହେବ।

Pampio Jayshankar
Pampio and Jayshankar

ତେବେ ଭାରତ ଆସିବା ପୂର୍ବରୁ ମାଇକ୍ ପୋମ୍ପିୟୋ ଆମେରିକାର ଏକ ସମ୍ମିଳନୀରେ କହିଥିଲେ ଭାରତ ସହ ଆମେରିକାର ସମ୍ପର୍କ ଆଗକୁ ମଜବୁତ ହେବ। ଏଥିପାଇଁ ସେ ସମସ୍ତ ପ୍ରକାର ଚେଷ୍ଟା କରିବେ।
ପଢନ୍ତୁ: ଜଗନ ରେଡ୍ଡୀଙ୍କ ଆଦେଶରେ ଭଙ୍ଗା ହେଲା ଚନ୍ଦ୍ରବାବୁଙ୍କ ଭବ୍ୟ କୋଠା ‘ପ୍ରଜା ବେଦିକା’

Related posts

ଚତୁର୍ଥ ଦିନରେ ଲିଟର ପିଛା ୯ ପଇସା କମିଲା ପେଟ୍ରୋଲ ଓ ଡିଜେଲ ଦର !

ENO Beuro

ଚେନାବ ନଦୀ ଉପରେ ନିର୍ମାଣ ହେଉଛି ବିଶ୍ୱର ସବୁଠାରୁ ଉଚ୍ଚତମ ରେଳ ପୋଲ

ENO Beuro

ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ ଫ୍ରାନ୍ସ କମ୍ପାନୀଗୁଡ଼ିକ ବେଶ ଆଗ୍ରହୀ

ENO Beuro

Leave a Comment