News

ଦାଉଦ୍‌କୁ ନେଇ ଆମେରିକାର ଚାଞ୍ଚଲ୍ୟକର ତଥ୍ୟ

Untitled 1

ଯେଉଁ କଥାକୁ ବର୍ଷ ବର୍ଷ ଧରି ପାକିସ୍ତାନ  ଖଣ୍ଡନ୍ କରି ଆସୁଥିଲା ଆଜି ସେହି କଥାର ଖୁଲାସା ହୋଇଛି । ପାକିସ୍ତାନରେ ଲୁଚିଛି ଦାଉଦ୍ ।  ଦାଉଦ୍‌ ଭାରତରୁ ଫେରାର ହେବା ପରେ ପାକିସ୍ତାନରେ ହିଁ ରହିଛି ବୋଲି ଆମେରିକା ସରକାରଙ୍କ ପକ୍ଷରୁ ଲଣ୍ଡନର ଏକ କୋର୍ଟଙ୍କୁ ଅବଗତ କରାଯାଇଛି। ପାକିସ୍ତାନର କରାଚିରେ ସେ ବେଶ ଆରାମରେ ରହିଛି ବୋଲି ଆମେରିକା ସରକାର ଜାଣିବାକୁ ପାଇଛନ୍ତି। ଲଣ୍ଡନର ଏକ କୋର୍ଟରେ ଆମେରିକା ସରକାର ନିଜର ପକ୍ଷ ରଖିବା ବେଳେ ଏହି କଥା ସ୍ପଷ୍ଟ କରିଛନ୍ତି । ଡି କମ୍ପାନୀର ବରିଷ୍ଠ ସଦସ୍ୟ ତଥା ଅନ୍ୟତମ ମୋଷ୍ଟ ୱାଂଟେଡ୍ ଆତଙ୍କବାଦୀ ଜାବିର ମୋତି  ପ୍ରତ୍ୟର୍ପଣ ନେଇ ମାମଲା ଚାଲିଛି ଲଣ୍ଡନ କୋର୍ଟରେ ।

ଏହି ଡି-କମ୍ପାନୀର ମୁଖ୍ୟ ଦାଉଦ୍‌ ଭାରତରୁ ଫେରାର ହେବା ପରେ ପାକିସ୍ତାନରେ ଆତ୍ମଗୋପନ କରିଛି। ଦାଉଦ୍‌ ଓ ତା’ ଭାଇ ୧୯୯୩ ମସିହାରୁ ଭାରତରୁ ଖସି ଆସି ପାକିସ୍ତାନକୁ ନିଜର ସୁରକ୍ଷିତ ଭୂମି ଭାବେ ବ୍ୟବହାର କରୁଛନ୍ତି। ବିଗତ ୧୦ ବର୍ଷ ହେଲା ଡି-କମ୍ପାନୀର ସହଯୋଗୀମାନେ ଆମେରିକାରେ ମଧ୍ୟ ନିଜର କାୟା ବିସ୍ତାର କରିବା ଆରମ୍ଭ କରିଛନ୍ତି। ବିଶେଷ କରି ମନିଲଣ୍ଡରିଂ, ଅପହରଣ ଓ ଲୁଟ୍‌ପାଟ ଆଦି କାର୍ଯ୍ୟ କରୁଛନ୍ତି। ମୋତିୱାଲା  ସିଧାସଳଖ ହିଁ ଏସବୁ କଥା ବୁଝୁଥିଲା ଏବଂ ସେ ଦାଉଦ୍‌କୁ ରିପୋର୍ଟ କରୁଥିଲା। ତେଣୁ ଆମେରିକା ସରକାର ମୋତିୱାଲାକୁ ନିଜ ଦେଶକୁ ନେଇ ଏସବୁ ବିଷୟରେ ଖୋଳତାଡ଼ କରିବାକୁ ଚାହୁଁଛନ୍ତି।” ମୋତିୱାଲା ନାଁରେ ମନିଲଣ୍ଡିରିଂ, ନିଶା ଚୋରାଚାଲାଣ, ବ୍ଲାକମେଲ୍‌, ଅପହରଣ ଓ ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଣ ଭଳି ମାମଲା ରୁଜୁ ହୋଇଛି।

Daud 1
Daud 

ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍‌ କୋର୍ଟରେ ଦାଉଦ୍‌ର ସହଯୋଗୀ ଜାବିର ମୋତିୱାଲାର ପ୍ରତ୍ୟର୍ପଣ ମାମଲାର ଶୁଣାଣି ଚାଲିଛି। ଏହି ଶୁଣାଣି ସମୟରେ ଆମେରିକା ସରକାର ନିଜର ପକ୍ଷ ରଖି କହିଛନ୍ତି, “ଏଫ୍‌ବିଆଇ ପକ୍ଷରୁ ତଦନ୍ତ କରିବା ସମୟରେ ଭାରତ, ପାକିସ୍ତାନ ଓ ୟୁଏଇରେ ଡି-କମ୍ପାନୀ ସକ୍ରିୟ ଥିବା ଜାଣିବାକୁ ପାଇଛି।

ପଢନ୍ତୁ: ଆଜି ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ରଥଖଳାରୁ ସିଂହଦ୍ୱାର ଯାଏ ଟଣାଯିବ ୩ ରଥ

Related posts

ଲାଲୁଙ୍କୁ ଝଟକା : ଚତୁର୍ଥ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କୁ ୭ ବର୍ଷ ଜେଲ୍‌

ENO Beuro

ଭାରତ ବନ୍ଦ ସତ୍ତ୍ବେ ବଢିଲା ପେଟ୍ରୋଲ ଓ ଡିଜେଲର ଦର

ENO Beuro

ରାଜସ୍ଥାନର ଜଣେ କିନ୍ନର ରାଜ୍ୟର ପ୍ରଥମ କିନ୍ନର ଭାବେ ପୋଲିସ ଚାକିରିରେ ଯୋଗଦେଇଛନ୍ତି

ENO Beuro

Leave a Comment