POLITICALS

ପାକିସ୍ତାନକୁ ଆମେରିକାର କଡା ତାଗିତ

Untitled 1

ଧାରା ୩୭୦ ଉଚ୍ଛେଦ ନେଇ ମୁହଁ ଖୋଲୁନାହାନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ 

ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ  ପରେ ବିଳିବିଳେଇଲାଣି ପାକିସ୍ତାନ । ମାମଲାକୁ ବିଶ୍ୱ ମଂଚକୁ ନେଇ ଭାରତକୁ ସମସ୍ୟାରେ ପକାଇବାକୁ ପାକିସ୍ତାନ ଯୋଜନା କରୁଛି।  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ , ଭାରତ ପାକିସ୍ତାନର ବିବାଦ ଠାରୁ ନିଜକୁ ଦୂରେଇ ରଖିଛନ୍ତି । ଅନ୍ୟପଟେ ସାମ୍ନାକୁ ଆସିଛି ଆମେରିକାର ବୈଦେଶିକ ବ୍ୟାପାର ସମିତିର ଏକ ଟୁଇଟ୍ । ଭାରତରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍‌ରାନ ଖାନ୍ ୬ ତାରିଖରେ କହିବା ପରେ ଆମେରିକାର ସାସଂଦ ତଥା ବୈଦେଶିକ କମିଟିର ଦୁଇ ଅଧିକାରୀ ପାକିସ୍ତାନକୁ ଶାନ୍ତି କାଏମ ରଖିବା ପାଇଁ ଅପିଲ୍ କରିଛନ୍ତି। ଆମେରିକାର ବୈଦେଶିକ ବ୍ୟାପାର କମିଟିର ଦୁଇ ସଦସ୍ୟ ସିନେଟର ରବର୍ଟ ମେନେନଡେଜ ଏବଂ ଏଲିଅଟ୍ ଏନଜେଲ୍ ଭାରତରେ ଆତଙ୍କବାଦୀ ଅନୁପ୍ରବେଶ ଉପରେ ପାକିସ୍ତାନକୁ ନଜର ରଖିବାକୁ କହିବା ସହ ନିଜ ଅଞ୍ଚଳରେ ଥିବା ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ  ପରାମର୍ଶ କହିଛନ୍ତି।

ଜମ୍ମୁ-କାଶ୍ମୀରରେ ଧାରା ୩୭୦ ଓ ୩୫ ଏ ଉଚ୍ଛେଦ ପରେ ଗତକାଲି ଭାରତ ଠାରୁ ସମସ୍ତ ବାଣିଜ୍ୟ ସଂପର୍କ ଛିନ୍ନ କରିଥିଲା । ଏହା ପରେ ଭାରତ ସହିତ ରହିଥିବା ୯ଟି ରୁ ୩ଟି ଆକାଶପଥକୁ ବନ୍ଦ କରିଦେଇଥିଲା । ଏପରି ଭାବେ ଦୁଇଦେଶ ମଧ୍ୟରେ କୂଟନୈତିକ ସ୍ଥିତି ବିଗିଡା ଚିତ୍ର ସାମ୍ନାକୁ ଆସୁଥିବା ବେଳେ ଆମେରିକା , ପାକିସ୍ତାନକୁ ଆତଙ୍କବାଦ ବିରୋଧରେ କଠୋର ପଦକ୍ଷେପନେବା ପାଇଁ ତାଗିତ କରିଛି ଆମେରିକା।

ପଢନ୍ତୁ: ଏଣିକି ଓଡିଶାର ସମସ୍ତ ବସ୍‌ଷ୍ଟାଣ୍ଡରେ ମିଳିବ ୱାଇଫାଇ ସୁବିଧା

 

Related posts

ସୋମବାର ଶପଥ ନେଇପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Ratnamani Moharana

ଶଙ୍ଖ ଛାଡି ପଦ୍ମ ଧରି ପାରନ୍ତି ସିଦ୍ଧାନ୍ତ ମହାପାତ୍ର !

ENO Beuro

ନବୀନଙ୍କ ନିର୍ବାଚନୀ ପ୍ରଚାର ଆରମ୍ଭ: କେନ୍ଦ୍ରରେ ବିଜେଡି ହେବ କିଙ୍ଗ ମେକର

Ratnamani Moharana

Leave a Comment