ଶରୀର ସହ କେଶ ପାଇଁ ଲୁଣ କେତେ ଉପକାରୀ ଆସନ୍ତୁ ନଜର ପକାଇବା

ଶରୀର ସହ କେଶ ପାଇଁ ଲୁଣ କେତେ ଉପକାରୀ ଆସନ୍ତୁ ନଜର ପକାଇବା

ସାଧାରଣତଃ ଲୁଣକୁ ଆମେ ଖାଦ୍ୟ ପ୍ରସ୍ତୁତି  ବେଳେ ବ୍ୟବହାର କରିଥାଉ। ଲୁଣ ବିନା ଖାଦ୍ୟ ସ୍ୱାଦହୀନ । ଲୁଣରେ ମାଗ୍ନେସିୟମ, କ୍ୟାଲସିୟମ, ସୋଡ଼ିୟମ  ଓ ମିନେରାଲ୍ସ ଭରପୁର ଥାଏ ।  ଖାଦ୍ୟ ଛଡା, ଲୁଣ ଶରୀର ସହ କେଶ ପାଇଁ ମଧ୍ୟ ବେଶ ଉପକାରୀ । ଶରୀର ଓ କେଶ ପାଇଁ ଲୁଣ କେମିତି ଉପକାରୀ ଆସନ୍ତୁ ନଜର ପକାଇବା ।

  • ଉଷୁମ ପାଣିରେ ଲୁଣକୁ ମିଶାଇ ଗାଧୋଇଲେ ଶରୀର ବିଭିନ୍ନ ସଂକ୍ରମଣରୁ ରକ୍ଷା ପାଇଥାଏ । ଶରୀରର ହାଲିଆ ପଣକୁ ଦୂର ହୁଏ।
  • ଉଷୁମ ପାଣିରେ ଲୁଣକୁ ମିଶାଇ ଗାଧୋଇଲେ ବହୁ ଅନାବଶ୍ୟକ ଚିନ୍ତାରୁ ମୁକ୍ତି ମିଳିଥାଏ। ଶରୀରରେ ରକ୍ତ ସଞ୍ଚାଳନ ଠିକ୍‌ ଭାବରେ ହୋଇଥାଏ ଓ ରାତିରେ ଭଲ ନିଦ ହୁଏ।
  • ସାମ୍ପୋ କରି ସାରିବା ପରେ ଗୋଟିଏ ଚାମଚ ଲୁଣ ନେଇ କେଶ ମୂଳରେ ୧୦ମିନିଟ ପାଇଁ ମାଲିସ୍ କରନ୍ତୁ । ତାପରେ ଧୋଇ ଦିଅନ୍ତୁ । ଏପରି ସପ୍ତାହକୁ ଦୁଇ ଥର କରନ୍ତୁ । ଧୀରେ ଧୀରେ କେଶ ଝଡିବା କମିବା ସହ ରୂପୀ ସମସ୍ୟାରୁ ମୁକ୍ତି ମିଳେ ।
  • କେଶ ମୂଳ ଅତ୍ୟଧିକ ତେଲିଆ ହୋଇଥିଲେ କେଶ ଝଡିବା ସହ ପତଳା ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହୋଇଥାଏ । ଏଥିରୁ ମୁକ୍ତି ପାଇଁ ସାମ୍ପୋରେ ଦୁଇ ଚାମଚ୍ ଲୁଣକୁ ମିଶାନ୍ତୁ । ତାପରେ ଏହି ସାମ୍ପୋକୁ ବ୍ୟବହାର କରନ୍ତୁ । ମାତ୍ର ପ୍ରଥମ ବ୍ୟବାହରରେ ହିଁ ଆପଣ ଫରକ ଜାଣି ପାରିବେ । ପୂର୍ବଠାରୁ କେଶ ଅଳ୍ପ ତେଲିଆ ହେବାସହ ଘନ ଦେଖା ଯାଇଥାଏ ।

ଶରୀର ସହ କେଶ ପାଇଁ ଲୁଣ କେତେ ଉପକାରୀ ଆସନ୍ତୁ ନଜର ପକାଇବା

ଜାଣନ୍ତୁ, ଅନୁଲୋମ ବିଲୋମ ପ୍ରାଣାୟମ ବିଷୟରେ ଜାଣନ୍ତୁ