LIFESTYLE

ଫଳ ଚୋପାରେ ରହିଛି ଅନେକ ଉପକାରୀ ଗୁଣ ! ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ

ସାଧାରଣତଃ ମହିଳାମାନେ ଫଳ ଏବଂ ପନିପରିବା ବ୍ୟବହାର କରିବା ବେଳେ ଏହାର ଚୋପାକୁ ଅଦରକାରୀ ଦ୍ରବ୍ୟ ଭାବି ଫିଙ୍ଗିଦେଇଥାନ୍ତି। ଫଳ ଚୋପାକୁ ଫୋପାଡି ଆପଣ ବହୁତ ବଡ ଭୁଲ କରୁଛନ୍ତି।ଏଥିରେ ରହିଛି ଅନେକ ଲାଭଦାୟକ ଗୁଣ। ଏହି ଚୋପାରେ ବି ଲୁଚି ରହିଥାଏ ଔଷଧୀୟ ଗୁଣ। ଖାଦ୍ୟବିଶେଷଜ୍ଞଙ୍କ ମତରେ, ପ୍ରାଚୀନ ଯୁଗରେ ଫଳ ଚୋପା ଓ ପରିବା ଚୋପା ଉଭୟକୁ ଫିଙ୍ଗା ନଯାଇ ବିଭିନ୍ନ କାମରେ ଉପଯୋଗ କରାଯାଉଥିଲା ।

ତେବେ ଆସନ୍ତୁ ଜାଣିବା କେଉଁ ଫଳ ଚୋପାରେ ବ୍ୟବହାର କରିବା ଦ୍ଵାରା କି ଲାଭ ମିଳେ-

  • ଲେମ୍ବୁ ଚୋପାକୁ ଭଲଭାବେ ଧୋଇ ତାହାକୁ ବାଟି  ତ୍ଵଚାରେ ଲଗାଇଲେ ସମସ୍ତ ପ୍ରକାର  ତ୍ଵଚା ସଂକ୍ରମଣ ଦୂର ହୁଏ । ସପ୍ତାହକୁ ଅନ୍ତତଃ ଥରୁଟିଏ ଏପରି କରିବା ଉପକାରୀ।
  • ଅମୃତଭଣ୍ଡା ଚୋପାକୁ ବାଟି  ତ୍ଵଚାରେ ଲଗାଇଲେ ଭାଙ୍ଗ ଓ ବିଭିନ୍ନ ପ୍ରକାର ଦାଗ ଦୂର ହେଉଥାଏ।
  • ଖରାଦିନିଆ ଫଳ ଆମ୍ବ ଚୋପାକୁ ନ ଫିଙ୍ଗି ତାହାକୁ ଶୁଖାଇ ପରେ ଗୁଣ୍ଡ କରିନେବେ । ବିଭିନ୍ନ ପ୍ରକାର ତରକାରିରେ ଏହାର ପ୍ରୟୋଗ କଲେ ଅମ୍ଳ ରୋଗ ହୋଇ ନଥାଏ ।
  • ୨ଟି କମଳାର ଚୋପାକୁ ୧ ବାଲଟି ପାଣିରେ ରଖିବେ । ୧୦ ମିନିଟ୍ ପରେ ସେହି ପାଣିରେ ସ୍ନାନ କଲେ ଆଣ୍ଠୁଗଣ୍ଠି ସମସ୍ୟା ଦୂର ହୋଇଥାଏ ।
  • କଦଳୀ ଚୋପାକୁ ନ ଫିଙ୍ଗି ଏହାକୁ ଦାନ୍ତରେ ଘଷିଲେ ଭଲଭାବେ ସଫା ହୋଇଥାଏ । ଏପରିକି ଦାନ୍ତର ହଳଦିଆ ରଙ୍ଗ ମଧ୍ୟ ଶୀଘ୍ର ଦୂର ହେଉଥିବାର ବିଶେଷଜ୍ଞଙ୍କ ମତ।

ପଢନ୍ତୁ;

ଛତୁ ଖାଇବା ଦ୍ୱାରା ଶରୀରକୁ କି କି ଉପକାର ମିଳିଥାଏ ଜାଣନ୍ତୁ

Related posts

ବାସୀ ରୁଟି ସ୍ୱାସ୍ଥ୍ୟପକ୍ଷେ ହିତକର ,ଜାଣନ୍ତୁ ଏହାର ଉପକାରିତା

ENO Beuro

ଅଣ୍ଟାବିନ୍ଧାରୁ ମୁକ୍ତି ପାଇବାକୁ ଚହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର

ENO Beuro

ଝିଅର ମାତା-ପିତା ଝିଅର ପ୍ରେମିକାକୁ ପ୍ରଥମ ଦେଖରେ କେଉଁ ପ୍ରଶ୍ନ କରନ୍ତି ଜାଣନ୍ତୁ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More