News

ଏମଡିଏଚ ମସଲା ବିକ୍ରି ବନ୍ଦ ନିର୍ଦ୍ଦେଶ, ସମ୍ବର ମସଲାରେ ବ୍ୟାକ୍ଟେରିଆ ଚିହ୍ନଟ କଲା ଆମେରିକା

Untitled 1

ଭାରତର ଲୋକପ୍ରିୟ ମସଲା ବ୍ରାଣ୍ଡ ଏମଡିଏଚକୁ ଆମେରିକାରେ ଏକ ବଡ଼ ଧକ୍କା ଲାଗିଛି । ଏହାର ମସଲାରେ ବ୍ୟାକ୍ଟେରୀଆ ଥିବା ଆମେରିକାର ଖାଦ୍ୟ ଓ ଔଷଧ ନିୟନ୍ତ୍ରକ ସଂସ୍ଥା ୟୁଏସଏଫଡିଏ ରିପୋର୍ଟ ଦେଇଛି ।  ଆମେରିକାର ଖାଦ୍ୟ ନିରାପତ୍ତା ତଦନ୍ତକାରୀ ସଂସ୍ଥା ଫୁଡ୍‌ ଆଣ୍ଡ ଡ୍ରଗ୍‌ ଆଡ୍‌ମିନ୍‌ଷ୍ଟ୍ରେସନ୍‌ ଏମ୍‌ଡିଏଚ୍‌ର ସମ୍ବର ମସଲାରେ ସାଲମୋନେଲା ବ୍ୟାକ୍ଟେରିଆ  ଠାବ କରିଛି।

81ewsjrx7bl. Sy741

ଲଗାତାର ୩ଟି ବ୍ୟାଚ୍‌ର ଏମ୍‌ଡିଏଚ୍‌ ମସଲାରେ ଏହା ଠାବ କରାଯାଇଥିବା ଏହି ସଂସ୍ଥା ପକ୍ଷରୁ କୁହାଯାଇଛି। ମସାଲାରେ ସାଲମନେଲା ବ୍ୟାକ୍ଟେରିଆ ଥିବା ୟୁଏସଏଫଡିଏ ରିପୋର୍ଟ ଦେବାପରେ ବିକ୍ରି ହୋଇଥିବା ସେସବୁ ପ୍ୟାକେଟଗୁଡ଼ିକୁ ଦୋକାନରେ ଫେରସ୍ତ ଦେବା ପାଇଁ ଗ୍ରାହକମାନଙ୍କୁ ପରାମର୍ଶ ଦିଆଯାଇଛି ।

ଏହି ବ୍ୟାକ୍ଟେରିଆ ସାଧାରଣତଃ ପଶୁ ଏବଂ ମଣିଷଙ୍କ ଶରୀର ଭିତରେରେ ଥାଏ। ସାଲମୋନେଲା ଇନ୍‌ଫେକ୍ସନ୍‌କୁ ସାଲମୋନେଲୋସିସ୍‌ କୁହାଯାଏ। ଏହା ଆନ୍ତ୍ରିକ ସଂକ୍ରମଣର କାରଣ ପାଲଟେ। ଏହି କାରଣରୁ ହଇଜା ଏବଂ ବାନ୍ତି  ପରି ସମସ୍ୟା ଦେଖାଯାଇଥାଏ। ଏକ ଗବେଷଣାରୁ ଜଣାପଡ଼ିଛି, ସାଲମୋନେଲା କାରଣୁରୁ ବର୍ଷକୁ ୧.୨ ମିଲିଅନ୍‌ ଲୋକ ଅସୁସ୍ଥ ହୁଅନ୍ତି, ୨୩,୦୦୦ ଲୋକ ହସ୍ପିଟାଲରେ ଭର୍ତ୍ତି ହୁଅନ୍ତି ଏବଂ ୪୫୦ ଜଣଙ୍କର ମୃତ୍ୟୁ ହୁଏ।

ପଢନ୍ତୁ: ପିତ୍ତଳ ଥାଳିରେ ଖାଉଛନ୍ତି ମହାପ୍ରଭୁ! ଭଣ୍ଡାର ଘରେ ସାଇତା ହୋଇଛି ସୁନା ଓ ରୁପା ଥାଳି

Related posts

ପାକିସ୍ତାନ ଆକାଶରେ ମୋଦିଙ୍କ ବିମାନ ଉଡ଼ାଣ ଅନୁମତି ମାଗିଲା ଭାରତ

Ratnamani Moharana

ସପ୍ତାହେ ହେବ ପାଣି ଘେରରେ ରହିଛନ୍ତି ବାବା ଲୋକନାଥ

Ratnamani Moharana

ସକାଳ ୬ରୁ ରାତି ୯ପର୍ଯ୍ୟନ୍ତ ଖୋଲା ରହିବ ରାଜ୍ୟର ସବୁ ପାର୍କ

Ratnamani Moharana

Leave a Comment