LIFESTYLE

ଏପରି ଭାବେ ଲୁଣର ବ୍ୟବହାର କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ

Salt700

ପ୍ରାୟ ଆପଣ ବହୁ ଲୋକଙ୍କ ଠାରୁ ଏହା କହିଥିବାର ଶୁଣି ଥିବେ ଯେ, ଦରକାର ଠାରୁ ଯେକୌଣସି ଦ୍ରବ୍ୟ ଅଧିକ ଖାଇବା ଶରୀର ପାଇଁ କ୍ଷତିକାରକ ଅଟେ। ଏହିପରି ହିଁ ଲୁଣର ଅଧିକ ମାତ୍ରାରେ ସେବନ ସ୍ୱାସ୍ଥ୍ୟ ପାଇଁ ହାନିକାରକ। ସମସ୍ତେ ଏହା ଜାଣି ଥାଆନ୍ତି ଯେ, ସୁସ୍ଥ ଓ ଖାଦ୍ୟକୁ ସ୍ୱାଦିଷ୍ଟ କରିବା ପାଇଁ ଲୁଣର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ। ଲୁଣ ଏପରି ଏକ ଦ୍ରବ୍ୟ ଯାହାର ସଠିକ ମାତ୍ରାରେ ବ୍ୟବହାର ସ୍ୱାସ୍ଥ୍ୟ ପାଇଁ ନିତ୍ୟାନ୍ତ ଜରୁରୀ ଅଟେ। ମାତ୍ର ବହୁ ଲୋକେ ବ୍ୟଞ୍ଜନ ପ୍ରସ୍ତୁତ ପରେ ମଧ୍ୟ ଏହାର ଉପରେ କିମ୍ବା ଖାଦ୍ୟ ଖାଇବା ସମୟରେ ଖାଲି ଲୁଣକୁ ମଧ୍ୟ ଖାଇବାରେ ବ୍ୟବହାର କରିଥାଆନ୍ତି। ଜାଣନ୍ତୁ ଏପରି କରିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ କି କୁପ୍ରଭାବ ପକାଇଥାଏ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ବ୍ୟଞ୍ଜନ ବ୍ୟତୀତ ଲୁଣକୁ ସିଧାସଳଖ ଖାଦ୍ୟ ଖାଇବା ସମୟରେ ବ୍ୟବହାର କରିବା ଦ୍ୱାରା ରକ୍ତ ଚାପ, ମୋଟାପଣ ବୃଦ୍ଧି, ଆଜ୍ଜମା, ହୃଦୟ ଓ ବୃକକ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ।

ଖାଦ୍ୟଦ୍ରବ୍ୟ ଉପରେ ଲୁଣ ଛିଞ୍ଚି ଖାଇବା କ୍ଷତିକାରକ

Download

ପ୍ରସ୍ତୁତ ହୋଇଥିବା ଖାଦ୍ୟ ଉପରେ ଲୁଣ ଛିଞ୍ଚି ଖାଇବା ଦ୍ୱାରା ଶରୀରରେ ବିଭିନ୍ନ ପ୍ରକାର ରୋଗର ବୃଦ୍ଧି ହୋଇଥାଏ। ପ୍ରସ୍ତୁତ ହୋଇଥିବା ଖାଦ୍ୟ ଉପରେ ଲୁଣ ପକାଇ ଖାଇବା ଦ୍ୱାରା ଏହା ସହଜରେ ଶରୀରରେ ରକ୍ତ ଚାପ ସମସ୍ୟା ସୃଷ୍ଟି କରିଥାଏ। ସ୍ମରଣ ଶକ୍ତି ମଧ୍ୟ ହ୍ରାସ କରିଥାଏ। ହାଡ଼ ଦୁର୍ବଳ ହେବା ସହ ଆଣ୍ଠୁଗଣ୍ଠି ଭଳି ସମସ୍ୟା ଦେଖାଯାଏ।

କେତେ ପରିମାଣରେ ଲୁଣ ଖାଇବା ଉଚିତ 

Download (1)

ଆମେରିକା ବିଶେଷଜ୍ଞଙ୍କ ମତରେ ପ୍ରତ୍ୟେକ ଲୋକଙ୍କୁ ଗୋଟିଏ ଦିନରେ ସର୍ବମୋଟ ୨ ଚାମଚ ଲୁଣ ଖାଇବା ଆବଶ୍ୟକ ଅଟେ। ଯେଉଁମାନଙ୍କର ରକ୍ତ ଚାପ ଭଳି ସମସ୍ୟା ରହିଛି ସେମାନେ ଗୋଟିଏ ଦିନରେ ସର୍ବମୋଟ ଅଧ ଚାମଚ ଲୁଣ ଖାଇବା ଉଚିତ।

ପଢନ୍ତୁ: ଚିକେନ୍‌ ଧୋଇବା ବିପଦ, ଜାଣନ୍ତୁ ଏହାର କାରଣ

Related posts

ଚଷମା ପିନ୍ଧିବା ପରେ ନାକ ଓ ଆଖିରେ ରହୁଥିବା ଦାଗକୁ ଦୂର କରିବାପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର!

ENO Beuro

ଘରୋଇ ଉପାୟରେ ଆପଣାନ୍ତୁ ଆଖି ତଳୁ କଳା ଦାଗ ଦୂର କରିବା ପାଇଁ ମୁଲତାନ ମିଟି

ENO Beuro

ଫାଉଣ୍ଡେସନ ଲଗାଇବା ବେଳେ ଆପଣଙ୍କର ଭୁଲ୍‌ ହେଉଛି କି ? ଜାଣନ୍ତୁ ଲଗାଇବାର ସଠିକ ଉପାୟ

Ratnamani Moharana

Leave a Comment