Loading...

ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ଋଷକୁ ଚେତାବନୀ ଦେଲା ICJ

ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ଋଷକୁ ଚେତାବନୀ ଦେଲା ICJ

ୟୁକ୍ରେନ ଉପରେ ଫେବୃଆରୀ ୨୪ ଠାରୁ ରୁଷ କରୁଥିବା ହମଲାକୁ ତୁରନ୍ତ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଇଣ୍ଟରନ୍ୟାଶନାଲ କୋର୍ଟ ଅଫ ଜଷ୍ଟିସ ବା ଆଇସିଜେ। ରୁଷ ହମଲାକୁ ରୋକିବା ପାଇଁ ୟୁକ୍ରେନ ଆଇସିଜେଙ୍କ ଦ୍ୱାରସ୍ଥ ହୋଇଥିଲା।

ୟୁକ୍ରେନ ଉପରେ ଫେବୃଆରୀ ୨୪ ଠାରୁ ରୁଷ କରୁଥିବା ହମଲାକୁ ତୁରନ୍ତ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଇଣ୍ଟରନ୍ୟାଶନାଲ କୋର୍ଟ ଅଫ ଜଷ୍ଟିସ ବା ଆଇସିଜେ। ରୁଷ ହମଲାକୁ ରୋକିବା ପାଇଁ ୟୁକ୍ରେନ ଆଇସିଜେଙ୍କ ଦ୍ୱାରସ୍ଥ ହୋଇଥିଲା। ଏହାର ଶୁଣାଣି କରି ଆଇସିଜେ ଏପରି ନିର୍ଦ୍ଦେଶ ଦେଇଛନ୍ତି।ଆଇସିଜେ କହିଛନ୍ତି, ଏହି ରାୟକୁ ଉଭୟ ପକ୍ଷ ମାନିବା ଦରକାର। ରୁଷ ତୁରନ୍ତ ୟୁକ୍ରେନରେ ଚଳାଇଥିବା ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରୁ। ସେହିପରି ରୁଷ ସପକ୍ଷରେ କୌଣସି ରାଷ୍ଟ୍ର ପକ୍ଷରୁ ୟୁକ୍ରେନକୁ ସୈନ୍ୟ ପଠା ନ ଯାଉ। ବିବାଦ ବଢ଼ିବା ଭଳି କୌଣସି ପଦକ୍ଷେପ ଉଭୟ ଦେଶ ନିଅନ୍ତୁ ନାହିଁ ବୋଲି ଆଇସିଜେ କହିଛନ୍ତି। ଏଥିସହ ଏପରି ଯୁଦ୍ଧ ଦ୍ୱାରା ସାଧାରଣ ଲୋକମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ମିଲିଟାରୀ ଆକ୍ସନ ବର୍ତ୍ତମାନ ସୁଦ୍ଧା ଅନେକ ଲୋକଙ୍କ ଜୀବନ ନେଇ ସାରିଲାଣି। ସେହିପରି ଅନେକ ଲୋକ ଆହତ ହୋଇଛନ୍ତି। ଲୋକମାନେ ସେମାନଙ୍କ ମୌଳିବ ଆବଶ୍ୟକତାରୁ ବଞ୍ଚିତ ହୋଇଛନ୍ତି। ବିଶାଳ ସଂଖ୍ୟାରେ ଲୋକ ଦେଶ ଛାଡ଼ିବାକୁ ବାଧ୍ୟ ହେଉଥିବା ମଧ୍ୟ ଆଇସିଜେ କହିଛନ୍ତି।ବିଶାଳ ସଂଖ୍ୟାରେ ଲୋକ ଦେଶ ଛାଡିବାକୁ ବାଧ୍ୟ ହେଉଛନ୍ତି । ଶୁଣାଣିବେଳେ ୧୩ଜଣ ବିଚାରପତିଙ୍କ ମଧ୍ୟରୁ ମାତ୍ର ୨ଜଣ ରୁଷ ସପକ୍ଷରେ ଭୋଟ ଦେଇଥିଲେ । ଅବଶିଷ୍ଟ ସମସ୍ତ ଭୋଟ ୟୁକ୍ରେନ ସପକ୍ଷରେ ପଡିଥିଲା । ଆକ୍ରମଣ ପାଇଁ ରୁଷ ଯେଉଁ କାରଣ ଦର୍ଶାଉଛି ସେହି କାରଣକୁ ଆଇସିଜେ ଗ୍ରହଣ କରି ନାହିଁ । ପୂର୍ବ ୟୁକ୍ରେନରେ ଋଷର ସ୍ପିକରଙ୍କୁ ହତ୍ୟା କରାଯିବାରୁ ରୁଷ ଏହି ଆକ୍ରମଣ କରିଥିବା କହି ଆସୁଛି । ଆଇସିଜେର ନିର୍ଦ୍ଦେଶ ପରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ଏହା ୟୁକ୍ରେନର ବିଜୟ ।


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.