୭୫ ବର୍ଷରେ ପାଦ ରଖି ପ୍ଲାଟିନମ ଜୁବିଲି ପାଳନ କରୁଛି ଉତ୍କଳ ବିଶ୍ୱବିଦ୍ୟାଳୟ

୭୫ ବର୍ଷରେ ପାଦ ରଖି ପ୍ଲାଟିନମ ଜୁବିଲି ପାଳନ କରୁଛି ଉତ୍କଳ ବିଶ୍ୱବିଦ୍ୟାଳୟ

ଉତ୍କଳ ବିଶ୍ୱବିଦ୍ୟାଳୟକୁ ୭୫ବର୍ଷ ପୁରିଯାଇଛି । ଅନୁଷ୍ଠାନ ଆଜି ଠାରୁ ପାଳୁଛି ପ୍ଲାଟିନମ ଜୁବିଲି । ପୃଥିବୀର କୋଣ ଅନୁକୋଣରେ ଉତ୍କଳ ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀ ଓଡିଶାର ଗୌରବ ବଢାଇବା ସହ ରାଜଧାନୀ ଭୁବନେଶ୍ଵରର ଶୋଭା ମଧ୍ୟ ବୃଦ୍ଧି  କରୁଛି ।

୧୯୪୩ ମସିହା ଆଜିର ଦିନରେ ସ୍ଥାପିତ ହୋଇଥିଲା ଉତ୍କଳ ବିଶ୍ୱବିଦ୍ୟାଳୟ ।ସେହିଦିନ ଠାରୁ ହିଁ  ନିରନ୍ତର ଶିକ୍ଷା ପ୍ରଦାନ କରି ଅନେକ ଛାତ୍ରଛାତ୍ରୀଙ୍କୁ ଯୋଗ୍ୟ କରି ଗଢି ତୋଳିପାରିଛି । ୨୦୧୬ରେ ନାକ୍ ‘ଏ+’ ମାନ୍ୟତା ପାଇବା ପରେ ଶିକ୍ଷାଦାନ ପ୍ରଣାଳୀରେ ପରିବର୍ତନ, କ୍ୟାମ୍ପସର ସମ୍ପ୍ରସାରଣ, ବିଶ୍ୱସ୍ତରୀୟ ଗବେଷଣା ପରି ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଗବେଷଣା ସାଙ୍ଗକୁ ଗୁଣାତ୍ମକ ଶିକ୍ଷାଦାନ କ୍ଷେତ୍ରରେ ମଧ୍ୟ ଉତ୍କଳ ଏବେ ନିଜ ପାଇଁ ସୃଷ୍ଟି କରିଛି ସ୍ୱତନ୍ତ୍ର ପରିଚୟ। ୨୦୨୦ ସୁଦ୍ଧା ଉତ୍କଳକୁ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ପରିଣତ କରିବାକୁ ଉଭୟ ରାଜ୍ୟସରକାର ଏବଂ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ ଯୋଜନା ପ୍ରସ୍ତୁତ କରିଛନ୍ତି।

ଆଜି ପ୍ରତିଷ୍ଠା ଦିବସ ପାଳନ ଅବସରରେ ବିଶ୍ୱବିଦ୍ୟାଳୟର ଦୂର ନିରନ୍ତର ଶିକ୍ଷା ନିର୍ଦେଶାଳୟ (ଡିଡିସିଇ)ରେ ହେରିଟେଜ ହଲ ଉଦଘାଟିତ ହେବ। କୁଳାଧିପତି ତଥା ରାଜ୍ୟପାଳ ଏସ.ସି. ଜମିର, ୟୁଜିସି ଅଧ୍ୟକ୍ଷ ବୀରେନ୍ଦ୍ର ସିଂ ଚୌହ୍ଵାନ ଯୋଗଦେଇ ଏହାକୁ ଉଦଘାଟନ କରିବେ। ୬୦ ଦଶକରେ ଏହି ହଲ ପ୍ରତିଷ୍ଠା ହୋଇଥିଲା। ଏବେ ନବୀକରଣ କରାଯାଇଛି। ଏଥିସହ ୩ ମହଲା ବିଶିଷ୍ଟ ନୂଆ ଏକାଡେମିକ ବ୍ଲକ ମଧ୍ୟ ଉଦଘାଟନ ହେବାର କା ର୍ଯ୍ୟକ୍ରମ ରହିଛି।

ପଢନ୍ତୁ, “ୟସ୍ ସାର୍” ଏବଂ “ୟସ୍ ମ୍ୟାଡମ୍” ଭଳି ଶବ୍ଦରେ ନାହିଂ ଦେଶ ଭକ୍ତି – ବିଜୟ ଶାହା

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More