News

ଉତ୍କଳ ବିଶ୍ୱବିଦ୍ୟାଳୟ – ଦେଶର ଶ୍ରେଷ୍ଠ ୧୦ ପ୍ରାଦେଶିକ ବିଶ୍ୱବିଦ୍ୟାଳୟ ତାଲିକାରେ ସ୍ଥାନ ପାଇଲା

ଉତ୍କଳ ବିଶ୍ୱବିଦ୍ୟାଳୟ – ଦେଶର ଶ୍ରେଷ୍ଠ ୧୦ ପ୍ରାଦେଶିକ ବିଶ୍ୱବିଦ୍ୟାଳୟ ତାଲିକାରେ ସ୍ଥାନ ପାଇଲା । ରାଜ୍ୟର ପ୍ରଥମ ପ୍ରାଦେଶିକ ବିଶ୍ୱବିଦ୍ୟାଳୟ ଭାବେ ଉତ୍କଳକୁ ମନୋନୀତ କରାଯାଇଛି।

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏହି ତାଲିକାରେ ଉତ୍କଳ ବିଶ୍ୱବିଦ୍ୟାଳୟ ସମେତ ସାବିତ୍ରୀ ବାଇ ଫୁଲେ ପୁନେ ବିଶ୍ୱବିଦ୍ୟାଳୟ, କର୍ଣ୍ଣାଟକର ତୁମ୍‌କୁର ବିଶ୍ୱବିଦ୍ୟାଳୟ, ସିକିମ ବିଶ୍ୱବିଦ୍ୟାଳୟ, ହରିୟାନା କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟ, କୋଲ୍ଲାପୁର ଶିବାଜୀ ବିଶ୍ୱବିଦ୍ୟାଳୟ, କର୍ଣ୍ଣାଟକର ମହୀଶୂର ବିଶ୍ୱବିଦ୍ୟାଳୟ, ଝାଡ଼ଖଣ୍ଡ କୋଲ୍‌ହାନ୍‌ ବିଶ୍ୱବିଦ୍ୟାଳୟ, ତାମିଲନାଡୁର କୋଇମ୍ବାଟୁରସ୍ଥିତ ଭରତିଆର ବିଶ୍ୱବିଦ୍ୟାଳୟ, କେରଳର ଶ୍ରୀଶଙ୍କରାଚାର୍ଯ୍ୟ ସଂସ୍କୃତ ବିଶ୍ୱବିଦ୍ୟାଳୟକୁ ଦେଶର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ମନୋନୀତ କରାଯାଇଛି ।

ଭିତ୍ତିିିଭୂମି, ଆଧୁନିକ ଓ ନୂତନ ଗବେଷଣା , ଶିକ୍ଷାଦାନ ପ୍ରଣାଳୀ ବେଶ୍‌ ସୁଦୃଢ଼ ଥିବାରୁ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଦେଶର ଶ୍ରେଷ୍ଠ ୧୦ ପ୍ରାଦେଶିକ ବିଶ୍ୱବିଦ୍ୟାଳୟରେ ସ୍ଥାନ ମିଳିଛି ବୋଲି କୁଳପତି ପ୍ରଫେସର ଅଶୋକ କୁମାର ଦାସ କହିଛନ୍ତି । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ନୂଆଦିଲ୍ଲୀରେ ‘ଉଚ୍ଚଶିକ୍ଷାରେ ଡିଜିଟାଲ୍‌ ପଦକ୍ଷେପ’ ଶୀର୍ଷକ ଦୁଇଦିନିଆ ଆଲୋଚନାଚକ୍ର ଉଦ୍‌ଘାଟିତ ହୋଇଛି । ଏହି ଅବସରରେ ଦେଶର ଶ୍ରେଷ୍ଠ ୧୦ଟି ପ୍ରାଦେଶିକ ବିଶ୍ୱବିଦ୍ୟାଳୟର ନାମ ଘୋଷଣା କରାଯାଇଛି ।

ସୂଚନା ଯୋଗ୍ୟ ଯେ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଜାତୀୟ ଆକଳନ ଓ ମାନ୍ୟତା ପ୍ରଦାନ କମିଟି(ନାକ୍‌)ର ଦ୍ୱିତୀୟ ପର୍ୟାୟ ପରିଦର୍ଶନରେ ‘ଏ+’ ମାନ୍ୟତା ମିଳିଛି। ବର୍ତମାନ ସୁଦ୍ଧା ଉତ୍କଳ ବିଶ୍ୱବିଦ୍ୟାଳୟ ସମେତ ତିନୋଟି ପ୍ରାଦେଶିକ ବିଶ୍ୱବିଦ୍ୟାଳୟକୁ ନାକ୍‌ ‘ଏ+’ ମାନ୍ୟତା ମିଳିଛି ।

ଉତ୍କଳ ବିଶ୍ୱବିଦ୍ୟାଳୟ - ଦେଶର ଶ୍ରେଷ୍ଠ ୧୦ ପ୍ରାଦେଶିକ ବିଶ୍ୱବିଦ୍ୟାଳୟ ତାଲିକାରେ ସ୍ଥାନ ପାଇଲା  ଉତ୍କଳ ବିଶ୍ୱବିଦ୍ୟାଳୟ – ଦେଶର ଶ୍ରେଷ୍ଠ ୧୦ ପ୍ରାଦେଶିକ ବିଶ୍ୱବିଦ୍ୟାଳୟ ତାଲିକାରେ ସ୍ଥାନ ପାଇଲା

ଭାରତୀୟ କ୍ରିକେଟ କୋଚ ଚୟନ ବିଷୟରେ ଅଧିକ ଜାଣନ୍ତୁ । 

Related posts

No fly list – Banning Passengers From Flying If They Misbehave

ENO Beuro

ଜାନୁୟାରୀରେ ଚିଲିକା ମୁହାଣରେ ଅନୁଷ୍ଠିତ ହେବ ଜାତୀୟ ପକ୍ଷୀ ଉତ୍ସବ

ENO Beuro

ଦେବ ଦେବ ମହାଦେବଙ୍କ ଠାରେ ଲାଗି କରନ୍ତୁ ନାହିଁ ଏହି ସବୁ ଦ୍ରବ୍ୟ , ଅଶୁଭ ହୋଇପାରେ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More