• Home
  • News
  • ଡାକ୍ତରଙ୍କ ମାନବିକତା ପାଇଁ ଗୋପବନ୍ଧୁ ସମ୍ମାନ ପ୍ରଦାନ କରିବେ ରାଜ୍ୟ ସରକାର
News

ଡାକ୍ତରଙ୍କ ମାନବିକତା ପାଇଁ ଗୋପବନ୍ଧୁ ସମ୍ମାନ ପ୍ରଦାନ କରିବେ ରାଜ୍ୟ ସରକାର

ଡାକ୍ତରଙ୍କୁ ମଣିଷ ଭଗବାନ ଭାବେ । ନୂଆ ଜୀବନ ଦେବାରେ ତାଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ । ସେହିଭଳି ଜଣେ ହେଲେ ଡାକ୍ତର ଓମ୍‌କାର ହୋତା । ମାଲକାନଗିରି ଜିଲାରେ ଜଣେ ପ୍ରସୂତିଙ୍କୁ ଭାରାରେ ବୁହାଇ ଡାକ୍ତରଖାନା ନେଇଥିବା ଏହି ଡାକ୍ତରଙ୍କୁ ସଚିବାଳୟରେ ସମ୍ପର୍ଦ୍ଧିତ କରିବା ସହ ଗୋପବନ୍ଧୁ ସମ୍ମାନ ପ୍ରଦାନ ପାଇଁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଚଳିତ ବର୍ଷଠାରୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉତ୍କୃଷ୍ଟ ଅବଦାନ ପାଇଁ ଉତ୍କଳମଣି ଗୋପବନ୍ଧୁ ଦାସ ସମ୍ମାନ ପ୍ରଦାନ କରିବେ ରାଜ୍ୟ ସରକାର ।

ସୂଚନାଯୋଗ୍ୟ, ମାଓବାଦୀ ଅଧ୍ୟୁଷିତ ଦୁର୍ଗମ ମାଲକାନଗିରି ଜିଲ୍ଲାରେ ଗମନାଗମନ ପାଇଁ ସୁବନ୍ଦୋବସ୍ତ ନ ଥିବାରୁ ଅନେକ ସମୟରେ ଲୋକେ ସ୍ୱାସ୍ଥ୍ୟ ସମସ୍ୟାରେ ପଡି ଡାକ୍ତରଖାନା ଯାଇପାରନ୍ତି ନାହିଁ । ଆମ୍ବୁଲାନ୍ସ ଭଳି ୪ ଚକିଆ ଯାନ ପହଞ୍ଚିପାରୁ ନ ଥିବାରୁ ଆପତ୍ତକାଳୀନ ସେବା ମଧ୍ୟ ପ୍ରଭାବିତ ହୋଇଥାଏ । ନିକଟରେ ଏମିତି ଗୋଟିଏ ଘଟଣା ଚର୍ଚ୍ଚା ପରିସରକୁ ଆସିଥିଲା।  ଯେଉଁଥିପାଇଁ ଲୋକଲୋଚନକୁ ଆସିଥିଲେ ଡାକ୍ତର ଓମ୍‌କାର ହୋତା।

ଓମ୍‌କାର ଏହି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକଠାରୁ ୧୫୦ କିମି ଦୂରବର୍ତ୍ତି ଦୁର୍ଗମ ଅଞ୍ଚଳ ପାପଲୁର ଡାକ୍ତରଖାନାର କାର୍ଯ୍ୟରତ । ବୁଧବାର ତାଙ୍କ ଡାକ୍ତରଖାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ  ମହିଳାଙ୍କ ପ୍ରସବ ଯନ୍ତ୍ରଣା ହେଉଥିବା ଖବର ମିଳିଥିଲା । ଓମ୍‌କାର ସେଠାକୁ ଯାଇ ଚିକିତ୍ସା କରିଥିଲେ ମଧ୍ୟ ମହିଳାଙ୍କ  ଅବସ୍ଥା ଅଧିକ ଗୁରୁତର ହୋଇପଡିବାରୁ ଡାକ୍ତରଖାନା ନେବା ନିହାତି ଆବଶ୍ୟକ ହୋଇପଡିଲା । କୌଣସି ବିକଳ୍ପ ବ୍ୟବସ୍ଥା ନ ଥିବାରୁ ମହିଳାଙ୍କୁ ଏକ ଖଟିଆର ବାନ୍ଧି ମହିଳାଙ୍କ ସ୍ଵାମୀଙ୍କ ସହ ଓମ୍‌କାର ନିଜେ ଭାର ବୋହି ଡାକ୍ତରଖାନା ଆଣିଥିଲେ। ଘଟଣା ପ୍ରଚାରିତ ହେବା ପରେ ଡାକ୍ତରଙ୍କ ମାନବିକତା ସର୍ବସମ୍ମୁଖକୁ ଆସିଥିଲା।

ଏହି ଘଟଣାରୁ ଅନୁପ୍ରାଣିତ ହୋଇ ସରକାର ଗୋପବନ୍ଧୁ ସମ୍ନାନ ପ୍ରଦାନ କରିବାକୁ ଯୋଜନା କରିଛନ୍ତି । ଏହା ଭବିଷ୍ୟତରେ ସ୍ୱାସ୍ଥ୍ୟସେବା ଯୋଗାଉଥିବା ବ୍ୟକ୍ତିଙ୍କୁ ପ୍ରୋତ୍ସାହିତ କରିବ ବୋଲି କୁହାଯାଉଛି।

ଡାକ୍ତରଙ୍କ ମାନବିକତା ପାଇଁ ଗୋପବନ୍ଧୁ ସମ୍ମାନ ପ୍ରଦାନ କରିବେ ରାଜ୍ୟ ସରକାର  ଡାକ୍ତରଙ୍କ ମାନବିକତା ପାଇଁ ଗୋପବନ୍ଧୁ ସମ୍ମାନ ପ୍ରଦାନ କରିବେ ରାଜ୍ୟ ସରକାର ଡାକ୍ତରଙ୍କ ମାନବିକତା ପାଇଁ ଗୋପବନ୍ଧୁ ସମ୍ମାନ ପ୍ରଦାନ କରିବେ ରାଜ୍ୟ ସରକାର  ଡାକ୍ତରଙ୍କ ମାନବିକତା ପାଇଁ ଗୋପବନ୍ଧୁ ସମ୍ମାନ ପ୍ରଦାନ କରିବେ ରାଜ୍ୟ ସରକାର

ପଢନ୍ତୁ, ୨୦୧୮ ମାଟ୍ରିକ ପରୀକ୍ଷା ତାରିଖ ଘୋଷଣା

Related posts

ଅହେତୁକ ତୈଳ ଦର ବୃଦ୍ଧିର ତୀବ୍ର ପ୍ରତିବାଦରେ ବିଜେଡ଼ିର ୫ ଘଂଟିଆ ହରତାଳ

Krishna Kumar Manoj

ଏବେବି କନ୍ଦଉଛି ପିଆଜ, ବଜାରରେ ପିଆଜ ଦର କେଜି ପିଛା ୪୫ଟଙ୍କା

Krishna Kumar Manoj

ସିନେମା ଓ ଟେଲିଭିଜନ୍‌ ଦୁନିଆଁର ଲୋକପ୍ରିୟ ଅଭିନେତ୍ରୀ ରୀତା ଭାଦୁରିଙ୍କ ପରଲୋକ!

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More