Events And Parties

୩୦ ରେ ଓଡିଆ ଫିଲ୍ମ ଫେୟାର ଆୱାର୍ଡ: ଜୀବନବ୍ୟାପୀ ସାଧନ ପୁରସ୍କାର ପାଇବେ ଉତ୍ତମ ମହାନ୍ତି

ମାର୍ଚ ୩୦ ପ୍ରଦର୍ଶନୀ ପଡିଆରେ ହେବାକୁ ଯାଉଛି ଓଡିଆ ଫିଲ୍ମ ଫେୟାର ଆୱାର୍ଡ । ଯେଉଁଥିରେ ଏହି ବର୍ଷ ୨୬ଟି ଭିନ୍ନ ଭିନ୍ନ ଆୱାର୍ଡ ପ୍ରଦାନ କରାଯିବ। ତେବେ ଚଳଚିତ୍ର ଜଗତ ପ୍ରତି ନିଜର ଉସ୍ଚାର୍ଗୀକୃତ ସେବା ପାଇଁ ବର୍ଷିୟାନ ଅଭିନେତା ଉତ୍ତମ ମହାନ୍ତିକୁ ମିଳିବ ଜୀବନବ୍ୟାପୀ ସାଧନ  ପୁରସ୍କାର। ପୁରସ୍କାର ସ୍ୱରୂପ ତାଙ୍କୁ ୨୫ ହଜାର ଟଙ୍କା ସହ ‘ଓଫା’ ଟ୍ରଫି ଓ ଉତ୍ତରୀୟ ପ୍ରଦାନ କରାଯିବ ବୋଲି କହିଛନ୍ତି ଏହାର ପ୍ରତିଷ୍ଠାତା ଉଲ୍ଲାସ ଚନ୍ଦ୍ର ବେହୁରା

ଏହି ବର୍ଷ ଓଫାର ମୁଖ୍ୟ ଆକର୍ଷଣ ସାଯିବେ ବଲିଉଡର କାମେଡି କିଙ୍ଗ ଜନି ଲିଭର  ଓ ମିସ ଏସିଆ ବିଜୟିନୀ ନିବେଦିତା ବିଶ୍ଵାଳ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରୁଚି’ର ପରିଚାଳନା ନିର୍ଦେଶକ ଡ. ଶରତ କୁମାର ସାହୁ, ଓଫା ର ପ୍ରତିଷ୍ଠାତା ଉପଦେଶଠା ବିଭୁତି ନାୟକ, ମାନସ ରଞ୍ଜନ କର, ଶୁଭେନ୍ଦୁ ଦାସ, ଅଜୟ କୁମାର ସ୍ଵାଇଁଙ୍କ ସମେତ ଓଫା’ର ସଦସ୍ୟମାନେ ଉପସ୍ଥିତ ଥିଲେ।
ପଢନ୍ତୁ: ହିଞ୍ଜିଳିରେ ହେବ ନବୀନ-ପିତାମ୍ବର ଟକ୍କର

Related posts

Kalki Odia Film Music Release Event at The Empires Hotel

Jitendra

“Sabka Malik Ek” Upcoming Odia Film Mahurat

Jitendra

Bindas Romeo Odia Movie Releasing Today

Jitendra

Leave a Comment