LIFESTYLE

ହଜମ କ୍ରିୟା ଓ ମଳକଣ୍ଟକରୁ ରକ୍ଷା ପାଇବା ପାଇଁ ଜାଣନ୍ତୁ ଏକ ସହଜ ଯୋଗାସନ ବିଷୟରେ

ହଜମ କ୍ରିୟା ଓ ମଳକଣ୍ଟକରୁ ରକ୍ଷା ପାଇବା ପାଇଁ ଜାଣନ୍ତୁ ଏକ ସହଜ ଯୋଗ ବିଷୟରେ

ଯୋଗ ସମସ୍ତ ସମସ୍ୟା ର ସମାଧାନର ସୂତ୍ର । ଏହା ଦ୍ଵାରା ଆପଣ ନିରୋଗ ରହିବେ। ଯଦି ଆପଣ ହଜମ କ୍ରିୟା ଓ ମଳକଣ୍ଟକ ଭଳି ରୋଗରେ ପୀଡିତ ତେବେ ଯୋଗ ଦ୍ଵାରା ଏଥିରୁ ତୁରନ୍ତ ମୁକ୍ତି ପାଇବେ । ଖାଦ୍ୟ ଶୃଙ୍ଖଳରେ ଅନିୟମିତତା ଓ ପର୍ୟ୍ୟାପ୍ତ ପରିମାଣରେ ପାଣି ନ ପିଇଲେ ଏହି ରୋଗ ହୋଇଥାଏ । ଏଥିପାଇଁ ଲୋକମାନେ ବିଭିନ୍ନ ଉପାୟ ଅବଲମ୍ବନ କରିଥାଆନ୍ତି । ଯାଣତୁ ଏହି ନିମ୍ନ ଲିଖିତ ଏକ ସହଜ ଯୋଗାସନ ବିଷୟରେ ।

ଉତ୍ତାନପାଦ ଆସନ :

– ଏହି ଆସନକୁ କରିବା ପାଇଁ ପ୍ରଥମେ ଗୋଡ କୁ ସମାନ ଭାବରେ ରଖି ପେଟ ଉପରକୁ କରି ସିଧା ଶୋଇ ଯାଆନ୍ତୁ ଓ ଗଭୀର ନିଶ୍ୱାସ ନିଅନ୍ତୁ । ଏବେ ଦୁଇ ପାଦକୁ ଖୋଲା କରି ୪୦ରୁ୬୦ ଡିଗ୍ରୀ ପର୍ଯ୍ୟନ୍ତ ସିଧା ଉଠାନ୍ତୁ । ଏହି ଆସନ କରିବା ସମୟରେ ଧ୍ୟାନ ରଖନ୍ତୁ ଅପଣଙ୍କ ମୁଦ୍ରା ସିଧା ହେବା ଦରକାର ।

– ଦୁଇ ପାଦକୁ ଉପରକୁ ଉଠାଇଲାବେଳେ ନିଶ୍ୱାସ ନିଅନ୍ତୁ ଓ ଯେତେବେଳେ ପାଦକୁ ତଳକୁ ଆଣୁଛନ୍ତି ଧୀରେ ଧୀରେ ନିଶ୍ୱାସ ଛାଡନ୍ତୁ । ଏହା କରିବା ସମୟରେ ଚେହେରାରେ କୌଣସି ପ୍ରକାରର ବିଷାଦ ରହିବା ଉଚିତ ନୁହଁ ।

yoga

– ଏହି ଆସନକୁ କରିବା ସମୟରେ ପାଦକୁ ଏତେ ଜୋରରେ ଟଣାଯାଏ ଯେ ତାହା ପେଟର ତଳ ଅଂଶ ଓ ନାଭି ପର୍ଯ୍ୟନ୍ତ ଆସେ । ଏହି କାରଣ ଯୋଗୁଁ ଏହି ଆସନ ପେଟ ପାଇଁ ବହୁତ ଲାଭପ୍ରଦ ।

– ଏହି ଆସନ ପେଟର ବିଭିନ୍ନ ସମସ୍ୟା ପାଇଁ ବହୁତ ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ । ଏହି ଆସନ କରିବା ଦ୍ୱାରା ଗ୍ୟାସ, ଅମ୍ଳ, ବଦହଜମି, ପେଟ ବ୍ୟଥା ଆଦି ରୋଗରୁ ରକ୍ଷା ମିଳେ । ଏହାସହ ଆଣ ଯଦି ଓଜନ ହ୍ରାସ କରିବା ପାଇଁ ଚାହୁଁଛନ୍ତି ତେବେ ଏହି ଆସନ ମଧ୍ୟ ବହୁତ ଲାଭପ୍ରଦ ।

ଭୁବନେଶ୍ଵର ବମିଖାଲ ଓଭରବ୍ରିଜ ଭୁଶୁଡିବା ବିଷୟରେ ଅଧିକ ତଥ୍ୟ ଜାଣନ୍ତୁ

Related posts

କେଶର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବ୍ୟବହାର କରନ୍ତୁ ପିଜୁଳି ପତ୍ର! ଆସନ୍ତୁ ଜାଣିବା ଏହି ପତ୍ର ଦ୍ଵାରା କେଶର କେଉଁ କେଉଁ ସମସ୍ୟା ଦୂରହୋଇଥାଏ?

ENO Beuro

ହେଡ ଫୋନ ଲଗାଇ ଗୀତ ଶୁଣୁଛନ୍ତି କି!!! ଜାଣିନିଅନ୍ତୁ ଏହାର କୁପ୍ରଭାବ ସମ୍ପର୍କରେ

Ratnamani Moharana

ଖରାଦିନେ ବେଲପଣା ପିଇବା ଦ୍ଵାରା କି କି ଲାଭ ମିଳିଥାଏ ଜାଣନ୍ତୁ ?

ENO Beuro

Leave a Comment