News

ପରଲୋକରେ ଉତ୍ତରାଖଣ୍ଡ ଅର୍ଥମନ୍ତ୍ରୀ ପ୍ରକାଶ ପନ୍ଥ

Uu

ବିଜେପି ନେତା ତଥା ଉତ୍ତରାଖଣ୍ଡର ଅର୍ଥମନ୍ତ୍ରୀ ପ୍ରକାଶ ପନ୍ଥଙ୍କର ବୁଧବାର ପରଲୋକ ହୋଇଛି। ଦୀର୍ଘ ଦିନରୁ ଅସୁସ୍ଥ ପନ୍ଥ ଆମେରିକା ୟୁନିଭର୍ସିଟି ଅଫ ଟେକ୍ସାସର ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିବା ବେଳେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କର ମୃତ୍ୟୁ ଖବରକୁ ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାବତ  ଗଭୀର ଶୋକବ୍ୟକ୍ତ କରିବା ସହ ରାଜ୍ୟରେ ୩ ଦିବସୀୟ ସରକାରୀ ଶୋକ ଘୋଷଣା କରିଛନ୍ତି।

ସେ ଗତ ମେ’ ମାସ ଶେଷରେ ଚିକିତ୍ସା ପାଇଁ ଆମେରିକା ଯାଇଥିଲେ। ସେ ଏହା ପୂର୍ବରୁ ଦିଲ୍ଲୀସ୍ଥିତ ରୋହିଣୀ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ତେଣୁ ଦଳ ପାଇଁ ଲୋକସଭା ନିର୍ବାଚନରେ ପ୍ରଚାର କରିନଥିଲେ। ଏପରିକି ଚଳିତ ବର୍ଷ ଫେବୃଆରୀ ମାସରେ ବଜେଟ୍‌ ଅଭିଭାଷଣ  ପଢ଼ିବା ସମୟରେ ଦୁଇ ଦୁଇଥର ପଡ଼ିଯାଇଥିଲେ। ସେ ମାଇକ୍‌ ଉପରେ ପଡ଼ିଯିବା ପରେ ତାଙ୍କ ସାଥୀ ସଦସ୍ୟମାନେ ତାଙ୍କ ଉଠାଇଥିଲେ। ୨୦୧୭ ମସିହାରେ ସେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଥିଲେ।

ପଢନ୍ତୁ: ଆଜିଠୁ ଆରମ୍ଭ ଯୁକ୍ତ୨ ନାମଲେଖା ପ୍ରକ୍ରିୟା

Related posts

‘ମିଷ୍ଟର କହ୍ନେୟା’ ପୋଷ୍ଟରକୁ ନେଇ ପୁଣି ବିବାଦରେ ପପୁ ପମପମ୍

Ratnamani Moharana

ଷ୍ଟେସନ ସ୍ୱଚ୍ଛତା ଉପରେ ତୃତୀୟ ପକ୍ଷ ସର୍ଭେ ରିପୋର୍ଟ ଉନ୍ମୋଚନ କଲେ ପିୟୁଷ ଗୋୟଲ

ENO Beuro

୪ ଜୈଶ-ଏ-ଅହମ୍ମଦ ଆତଙ୍କବାଦୀଙ୍କୁ ଗୁଳି କଲେ ଯବାନ : ଜମ୍ମୁ ଓ କଶ୍ମୀର

ENO Beuro

Leave a Comment