News

ଏବେ ଟିକଟକ୍ ସହ ଜଡିତ ହେବେ ପୋଲିସ୍

Tik 750x430

ଟିକଟକ ଏବେ ଭାରତର ଏକ ଲୋକପ୍ରିୟ ଆପ। ସାଧାରଣ ଲୋକଟିଏ ଏବେ ଚାହୁଁଚାହୁଁ ପାଲଟି ଯାଉଛି ସେଲିବ୍ରେଟି। ତେବେ ଏହି ଲୋକପ୍ରିୟ  ଆପ ରେ ଏବେ ନଜର ଆସିବେ ପୋଲିସ। ଲୋକପ୍ରିୟ ଚୀନ୍ ସର୍ଟ-ଫର୍ମ ଭିଡିଓ ପ୍ଲାଟଫର୍ମ ଟିକଟକ୍ କୁ ଆପଣାଇଛନ୍ତି ଉତ୍ତରଖଣ୍ଡ ପୋଲିସ୍ । ଲୋକଙ୍କ ସହ ସିଧାସଳଖ ଜଡିତ ହେବା ପାଇଁ ଉତ୍ତରଖଣ୍ଡ ପୋଲିସ୍ ଏବେ ଟିକଟକ୍ ଭିଡିଓ କରିବେ । ବରିଷ୍ଠ ପୋଲିସ୍ ଅଧିକାରୀ ଅଶୋକ କୁମାରଙ୍କ କହିବାନୁସାର ଟିକଟକ୍ ଏଭଳି ଏକ ଆପ୍ ଯେଉଁଥିରେ ଆମେ ଜନତାଙ୍କ ସହ ବ୍ୟକ୍ତିଗତ ଭାବରେ ଜଡିତ ହୋଇପାରିବୁ । ସେ କହିଥିଲେ ଉତ୍ତରଖଣ୍ଡ ପୋଲିସ୍ ଟିକଟକ୍ ଆପ୍ ମାଧ୍ୟମରେ ସଡକ ସୁରକ୍ଷା,ମହିଳା ସୁରକ୍ଷା,ସାଇବର ସିକ୍ୟୁରିଟି ଏବଂ ଅନ୍ୟ ସବୁ ସାମାଜିକ ବିଷୟକୁ ନେଇ ଭିଡିଓ ସେୟାର୍ କରିବ । ଯୁବକମାନଙ୍କ ପାଇଁ ଭିନ୍ନ ଭିନ୍ନ ସୃଜନଶୀଳତାର ଭିଡିଓ ମଧ୍ୟ ପୋଲିସ୍ ସେୟାର୍ କରିବେ ।

ଏହାସହ ଟିକଟକ୍ ଲୋକପ୍ରିୟ ନିର୍ମାତାଙ୍କ ସହ ମଧ୍ୟ କଥାବାର୍ତ୍ତା କରି ଏହି ସବୁ ଭିଡିଓକୁ କିଭଳି ଅଧିକରୁ ଅଧିକ ପ୍ରଭାବପୂର୍ଣ୍ଣ ଶୈଳୀରେ ଲୋକଙ୍କୁ ଦେଖାଯାଇ ପାରିବ ଏନେଇ ପ୍ରୟାସ କରାଯିବ । ଏହାସହ ଉତ୍ତରାଖଣ୍ଡର ସାମାଜିକ କାର୍ଯ୍ୟକ୍ରମକୁ ମଧ୍ୟ ଟିକଟକ୍ ରେ ଦେଖାଯିବ । ଆପଣଙ୍କୁ କହିରଖୁଛୁ ଏହା ପୂର୍ବରୁ କେରଳ ପୋଲିସ୍  ଟିକଟକରେ ନିଜ ଆକାଉଣ୍ଟ୍ ଖୋଲିଥିଲେ ଯେଉଁଥିରେ ଏବେ ୨.୨୫ ଲକ୍ଷରୁ ଅଧିକ ଲୋକ ଫଲୋଅର୍ସ ଅଛନ୍ତି ।

ପଢନ୍ତୁ: ଭାରତୀୟ ରାଷ୍ଟ୍ରଦୂତଙ୍କ ଉତ୍ତରରେ ଚୁପ ହୋଇଗଲେ ପାକିସ୍ତାନୀ ସାମ୍ୱାଦିକ

Related posts

ଗୁଣିଗାରେଡ଼ି ସନ୍ଦେହରେ ୩ ଜଣଙ୍କୁ ହତ୍ୟା ଘଟଣା : ୯ ଜଣଙ୍କୁ ଫାଶି ଦଣ୍ଡାଦେଶ

ENO Beuro

ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ କଳ୍ପନା ଲାଜମୀଙ୍କ ଦେହାନ୍ତ

ENO Beuro

ରେଲୱେ କ୍ରୀଡ଼ାବିତଙ୍କ ପାଇଁ ନୂତନ ପଦୋନ୍ନତି ନୀତିକୁ ପିୟୁଷ ଗୋଏଲଙ୍କ ମଞ୍ଜୁରି

ENO Beuro

1 comment

ରସୁଲଗଡ ଛକରେ ବନ୍ଧୁକ ଦେଖାଇ ଆତଙ୍କ ଖେଳାଇଲେ ନକଲି ସାମ୍ବାଦିକ August 17, 2019 at 3:50 pm

[…] ଏବେ ଟିକଟକ୍ ସହ ଜଡିତ ହେବେ ପୋଲିସ୍ […]

Leave a Comment