POLITICALS

ମଦ ଓ ବନ୍ଧୁକ ସହ ବିଜେପି ବିଧାୟକଙ୍କ ଡ୍ୟାନ୍ସ

Mla 750x430

ବିଜେପି ନେତାଙ୍କ ପିଛା ଛାଡୁନି ବିବାଦ । ବିଜେପିରୁ ନିଲମ୍ବିତ ଉତ୍ତରାଖଣ୍ଡର ସବୁଠାରୁ ବିବାଦୀୟ ବିଧାୟକ ପ୍ରଣବ ସିଂହ ଚାମ୍ପିୟନ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ସେ କାହାକୁ ମାରପିଟ୍‌ କରିବା ଘଟଣାରେ ନୁହେଁ, ମଦ ଗ୍ଲାସ ଓ ପିସ୍ତଲ ହାତରେ ଧରି ଲମ୍ବା ଲମ୍ବା ଘୁଂଘଟ କାହେକୋ ଡାଲା ଗୀତର ତାଳେ ତାଳେ ଠୁମକା ଲଗାଉଛନ୍ତି ଉତ୍ତରାଖଣ୍ଡର ବିଧାୟକ ପ୍ରଣବ ସିଂହ । ନେତାଙ୍କ ଏହି କାରନାମା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

 

ଉକ୍ତ ଭାଇରାଲ ହୋଇଥିବା ଭିଡିଓରୁ ଜଣାପଡୁଛି ବିଧାୟକଙ୍କ ନିକଟରେ ତାଙ୍କର କିଛି ସମର୍ଥକ ରହିଛନ୍ତି । ଜଣେ ସମର୍ଥକ ପ୍ରଣବଙ୍କୁ ପ୍ରଶଂସା କରିବାକୁ ଯାଇ କହିଛନ୍ତି ଉତ୍ତରାଖଣ୍ଡରେ ସେ ହିଁ ଜଣେ ନେତା ଯିଏକି ଏଭଳି କରିପାରନ୍ତି । ସମର୍ଥକଙ୍କ ପ୍ରଶଂସା ପରେ ପ୍ରଣବ କହୁଛନ୍ତି କେବଳ ଉତ୍ତରାଖଣ୍ଡରେ ନୁହେଁ ସମଗ୍ର ଭାରତରେ କେବଳ ସେ ହିଁ ଏପରି କରିପାରିବେ । ପୂର୍ବରୁ ମାରପିଟ ସହ ବିବାଦୀୟ କାର୍ଯ୍ୟ ପାଇଁ ବିଜେପିରୁ ପ୍ରଣବଙ୍କୁ ନିଲମ୍ବିତ  କରାଯାଇଛି । ଉତ୍ତରାଖଣ୍ଡର ଖାନପୁର ବିଧାନସଭା ଆସନରୁ ନିର୍ବାଚିତ ପ୍ରଣବ ସିଂହ ଚାମ୍ପିୟନଙ୍କୁ ଗତ ଜୁନରେ ୩ମାସ ପାଇଁ ନିଲମ୍ବନ କରାଯାଇଛି। ସାମ୍ବାଦିକଙ୍କୁ ଦୁର୍ବ୍ୟବହାର  କରିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

ପଢନ୍ତୁ: ଯୁକ୍ତ୨ ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ଖାଲି ପଡିଲା ଦେଢ଼ ଲକ୍ଷ ସିଟ୍‌

Related posts

ଓଡିଶାର ଦୁଇ ଜଣ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ହେଲେ କେନ୍ଦ୍ରମନ୍ତ୍ରୀ

Ratnamani Moharana

ସୋନିଆଙ୍କ ରାତ୍ର ଭୋଜନରେ ରାଜନୀତି : ସାମିଲ ହେଲେ ୧୯ ବିରୋଧୀ ଦଳ ନେତା

ENO Beuro

ତାମିଲନାଡୁ ରାଜନୀତିରେ ପାଦ ଥାପିବାକୁ ଯାଉଛନ୍ତି ଦକ୍ଷିଣ ଭାରତର ଦୁଇ ବଡ କଳାକାର ରଜନୀକାନ୍ତ ଓ କମଲ ହାସନ

ENO Beuro

Leave a Comment