Entertainment

ଏହି ଅଭିନେତ୍ରୀଙ୍କ ଫିଲ୍ମକୁ ୨୫ ଥର ଦେଖିଥିଲେ ବାଜପେୟୀ

ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ମଧ୍ୟ ଥିଲେ ବଲିଉଡ଼ର ଜଣେ ଅଭିନେତ୍ରୀଙ୍କ ବଡ଼ ଫ୍ୟାନ । ଆଉ ୨୫ ଥର ଦେଖିଥିଲେ ତାଙ୍କର ଗୋଟିଏ ଫିଲ୍ମ । ଅଟଳ କେବଳ ରାଜନୀତିରେ ଯୋଡ଼ିହୋଇଥିବା ବ୍ୟକ୍ତି ନଥିଲେ, ବରଂ ସେ ସାହିତ୍ୟ, କବିତା ଏବଂ ଫିଲ୍ମରେ ମଧ୍ୟ ଆଗ୍ରହୀ ଥିଲେ । ସେ ବଲିଉଡର ଡ୍ରିମଗର୍ଲ ତଥା ମଥୁରାର ବିଜେପି ସାଂସଦ ହେମାମାଳିନୀଙ୍କ ଜଣେ ବଡ଼ ଫ୍ୟାନ୍ ଥିଲେ।

୧୯୭୨ରେ ରିଲିଜ୍ ହୋଇଥିଲା ହେମାମାଳିନୀଙ୍କ ହିଟ୍ ଫିଲ୍ମ ‘ସୀତା ଔର ଗୀତା’। ଏହି ଫିଲ୍ମଟିକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୨୫ ଥର ଦେଖିଥିଲେ। ଏକଥା ନିଜେ ହେମାମାଳିନୀ କହିଥିଲେ। ଗତ ବର୍ଷ ଏପ୍ରିଲ୍‌ ମାସରେ ଉତ୍ତର ପ୍ରଦେଶର ମଥୁରାରେ ଏକ ଦଳୀୟ କାର୍ଯ୍ୟରେ ଯୋଗ ଦେବା ଅବସରରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କର ଏହି ରାଜ୍‌ର ଖୁଲାସା କରିଥିଲେ।

hema

“ବିଜେପିର ଜଣେ ଦକ୍ଷ ରାଜନେତା ଭାବେ ଅଟଳ ବିହାରୀ ବାଜପେୟୀଙ୍କ ବିଷୟରେ ମୁଁ ଅନେକ କଥା ଶୁଣିଥିଲି। ଆମର ପ୍ରଥମ ସାକ୍ଷାତକାରରେ ବାଜପେୟୀ ମୋ ସହ ଠିକ୍‍ ଭାବେ କଥା ହେଉନଥିବାର ମୁଁ ଲକ୍ଷ୍ୟ କରିଥିଲି। ସେଠାରେ ଉପସ୍ଥିତ ଥିବା ଜଣେ ମହିଳାଙ୍କୁ ମୁଁ ଏହାର କାରଣ ମଧ୍ୟ ପଚାରିଥିଲି। ସେ କହିଥିଲେ ଯେ ବାଜପେୟୀ ମୋର ଜଣେ ବଡ଼ ପ୍ରଶଂସକ। ସେ ୧୯୭୨ରେ ରିଲିଜ ହୋ‍ଇଥିବା ’ସୀତା ଔର ଗୀତା’ ସିନେମାକୁ ୨୫ ଥର ଦେଖିଥିଲେ। ମୋତେ ହଠାତ ସାମନାରେ ପାଇ ବାଜପେୟୀ ଭାବବିହ୍ୱଳ ହୋ‍ଇଯାଇଥିବାରୁ ଠିକ୍‍ ଭାବେ କଥା ହୋ‍ଇପାରିନଥିଲେ”, କହିଥିଲେ ଡ୍ରିମଗାର୍ଲ ହେମାମାଳିନୀ।

ପଢନ୍ତୁ;ଆମ ଗାଁ ଆମ ବିକାଶ:୭୭୭ ପ୍ରକଳ୍ପ ପାଇଁ ସାଢେ ୧୭ କୋଟି ମଞ୍ଜୁରୀ

Related posts

୩୩ ବର୍ଷରେ ପାଦ ଥାପିଲେ ବଲିଉଡ୍‌ ମସ୍ତାନୀ ଦୀପିକା ପାଦୁକୋନ

ENO Beuro

#MeToo ବିବାଦ: ଏହି ମହିଳାଜଣଙ୍କ ବିଗ୍‌ ବି ଅମିତାଭଙ୍କ ନାଁ ରେ କଲେ ବଡଖୁଲସା

ENO Beuro

ପୁଣି ସଙ୍କଟରେ ‘ପଦ୍ମାବତ୍‌’

ENO Beuro

Leave a Comment