News

ଓଡ଼ିଶାକୁ ବାଜପେୟୀଙ୍କ ଅମୂଲ୍ୟ ଅବଦାନ:ଏମ୍ସ, ତୈଳ ବିଶୋଧନାଗାର

ଓଡିଶା ପ୍ରତି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାର ବାଜପେୟୀଙ୍କର ଅନେକ ଅବଦାନ ରହିଛି। ବିଶେଷକରି ଭୁବନେଶ୍ୱର ସିଜୁଆଠାରେ ନିର୍ମିତ ଏମ୍ସ, ପାରାଦୀପଠାରେ ଥିବା ଭାରତୀୟ ତୈଳ ନିଗମ(ଆଇଓସିଏଲ)ର ବିଶୋଧନାଗାର ଏବଂ ଭୁବନେଶ୍ୱରଠାରେ ପୂର୍ବତଟ ରେଳର ମୁଖ୍ୟ କାର୍ଯ୍ୟାଳୟ ଆଦି ଥିଲା ବାଜପେୟୀଙ୍କର ଓଡିଶା ପ୍ରତି ଅମୂଲ୍ୟ ଅବଦାନ

୨୦୦୩ ଜୁଲାଇ ୧୫ ତାରିଖରେ ସେ ଭୁବନେଶ୍ୱରରେ ଏମ୍ସର ଶିଳାନ୍ୟାସ କରିଥିଲେ। ବାଜପେୟୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାର ଦେଶରେ ଯେଉଁ ଛଅଟି ନୂଆ ଏମ୍ସ ସ୍ଥାପନ କରିବାର ନିଷ୍ପତ୍ତି ନେଇଥିଲେ ସେଥିରେ ଭୁବନେଶ୍ୱରରେ ଏମ୍ସ ସ୍ଥାନ ପାଇଥିଲା। ସେହିପରି ୨୦୦୦ ମଇ ୨୪ ତାରିଖରେ ଅଟଳ ବିହାରୀ ବାଜପେୟୀ ପାରାଦ୍ୱୀପଠାରେ ଭାରତୀୟ ତୈଳ ନିଗମ ବିଶୋଧନାଗାରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ପୂର୍ବତଟ ରେଳବାଇ ସ୍ୱତନ୍ତ୍ର ରେଳବାଇ ଜୋନର ମାନ୍ୟତା ପାଇବା ସହିତ ଭୁବନେଶ୍ୱରରେ ଏହାର ମୁଖ୍ୟାଳୟ ଖୋଲିଥିଲା। ବାଜପେୟୀଙ୍କ ସ୍ୱପ୍ନର ପରିଯୋଜନା ‘ସୁବର୍ଣ୍ଣ ଚତୁର୍ଭୁଜ’ ଅଧୀନରେ ଓଡ଼ିଶାରେ ପ୍ରାୟ ୪୦୦ କିଲୋମିଟର ରାଜପଥ ନିର୍ମାଣ କରାଯାଇଥିଲା। ଯାହା ବ୍ରହ୍ମପୁରରୁ ବାଲେଶ୍ୱର ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଥିଲା।

bajpayee ଅବଦାନ ଓଡ଼ିଶାକୁ ବାଜପେୟୀଙ୍କ ଅମୂଲ୍ୟ ଅବଦାନ:ଏମ୍ସ, ତୈଳ ବିଶୋଧନାଗାର Naveen Bajapayee

୧୯୯୯ ମହାବାତ୍ୟା ସମୟରେ ବାଜପେୟୀ ଓଡିଶାକୁ ସହଯୋଗର ହାତ ବଢାଇଥିଲେ। ଓଡିଶା ଗସ୍ତ କରି ସେ ବାତ୍ୟା ପୀଡିତଙ୍କ ଅବସ୍ଥା ଦେଖିବା ସହ ତୁରନ୍ତ ୨୫୦ କୋଟି ଟଙ୍କା ମଞ୍ଜୁର କରିଥିଲେ। ଏନଡିଏ କ୍ଷମତାରେ ଥିବା ବେଳେ ସେ ଓଡିଶାକୁ ଅଧିକ ନଜର ଦେଇଥିଲେ। ଜୁଏଲ ଓରାମ ବାଜପେୟୀଙ୍କ ଶାସନ କାଳରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଦାୟିତ୍ୱ ତୁଲାଇଥିବା ବେଳେ ଦିଲୀପ ରାୟ, ଅର୍ଜୁନ ସେଠୀ, ବ୍ରଜ କିଶୋର ତ୍ରିପାଠୀ, ଦେବେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଏନଡିଏ ସରକାରରେ ମନ୍ତ୍ରୀ ପଦବୀ ମିଳିଥିଲା। ଓଡିଶା ପ୍ରତି ବାଜପେୟୀଙ୍କ ଅବଦାନ ସ୍ମରଣୀୟ ହୋଇ ରହିବ ବୋଲି ରାଜନୀତିଜ୍ଞମାନେ ମତ ଦେଉଛନ୍ତି।

ପଢନ୍ତୁ;ବକ୍ସ ଅଫିସରେ ‘ସତ୍ୟମେବ ଜୟତେ’କୁ ପଛରେ ପକେଇଲା ଅକ୍ଷୟ କୁମାରଙ୍କ ଫିଲ୍ମ‘ଗୋଲ୍ଡ’

Related posts

ଜଙ୍ଗଲୀ ଜନ୍ତୁ ଆକ୍ରମଣରେ ମୃତ୍ୟୁ ହେଲେ ସରକାରଙ୍କ ତରଫରୁ ମିଳିବ ଆର୍ଥିକ ସହାୟତା

ENO Beuro

କୁଆଖାଇ ମର୍ଡର : ଖୋଲିଲା ବହୁ ଚର୍ଚ୍ଚିତ ଉନ୍ମୟ ପାଢୀଙ୍କ ହତ୍ୟା ରହସ୍ୟ !

ENO Beuro

ଭୁବନେଶ୍ୱରକୁ ଶ୍ରେଷ୍ଠ ସ୍ମାର୍ଟ ସିଟି ପୁରସ୍କାର

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More