News

ଅନ୍ତିମ ଯାତ୍ରାରେ ଅଟଳ,ଦିଲ୍ଲୀସ୍ଥିତ ବାସଭବନରୁ ବାହାରିଲା ବାଜପେୟୀଙ୍କ ପାର୍ଥିବ ଶରୀର

atal

ଆଜି ହେବ ଅନ୍ତିମ ସଂସ୍କାର

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଅଶ୍ରୁଳ ବିଦାୟ ଦେଉଛି ସାରା ଦେଶ । ତାଙ୍କ ଦିଲ୍ଲୀସ୍ଥିତ ବାସଭବରେ ଶେଷ ଦର୍ଶନ କରୁଛନ୍ତି ବହୁ ବିଶିଷ୍ଟ ବ୍ୟକ୍ତି । ସକାଳ ୯ଟାରେ ତାଙ୍କ ପାର୍ଥିବ ଶରୀର ପହଞ୍ଚିବ ବିଜେପି ଦଳୀୟ କାର୍ୟ୍ୟାଳୟରେ । ସେଠାରେ ଦଳୀୟ କର୍ମକର୍ତ୍ତା ଅନ୍ତିମ ଦର୍ଶନ କରିବା ପରେ ଦିନ ଗୋଟାଏରୁ ଶେଷ ଶୋଭଯାତ୍ରା ବାହାରିବ । ଅପରାହ୍ଣ ୪ଟାରେ ଶେଷକୃତ୍ୟ ସଂପନ୍ନ ହେବ।

atal

ସ୍ମୃତିସ୍ଥଳରେ ବାଜପେୟୀଙ୍କ ଅନ୍ତିମ ସଂସ୍କାର ଏକ ଉଚ୍ଚା ସ୍ଥାନରେ କରାଯିବ । ଯାହାର ଚାରିପଟ ସବୁଜିମାରେ ପୂର୍ଣ୍ଣ ଥିବ । ଜବାହାରଲାଲ୍ ନେହେରୁଙ୍କ ସ୍ମାରକ ଶାନ୍ତିବନ ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ବିଜୟଘାଟ ମଝିରେ ରହିଛି ସ୍ମୃତିସ୍ଥଳ । ପୂର୍ବତନ ପ୍ରଧାନମନ୍ତ୍ରୀ ଆଇ.କେ ଗୁଜରାଲଙ୍କର ଅନ୍ତିମ ସଂସ୍କାର ଯମୁନା ନଦୀକୂଳରେ ୨୦୧୨ରେ ସ୍ମୃତିସ୍ଥଳରେ କରାଯାଇଥିଲା । ବାଜପେୟୀଙ୍କର ଅନ୍ତିମ ସଂସ୍କାର ମଧ୍ୟ ସ୍ମୃତି ସ୍ଥଳରେ କରାଯିବ, ଯାହାକି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଓ ଦ୍ୱିତୀୟ ପ୍ରଧାନମନ୍ତ୍ରୀଙ୍କ ସ୍ମାରକ ମଝିରେ ରହିଛି।

ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଆମ ସମସ୍ତଙ୍କୁ ଛାଡି ଚାଲି ଯାଇଛନ୍ତି । ଏହା ସହ ଭାରତୀୟ ରାଜନୀତିର ଗୋଟିଏ ଯୁଗର ଅବସାନ ଘଟିଛି । ଦେଶ ଜଣେ ମହାନ ରାଷ୍ଟ୍ରନାୟକ ତଥା ଜଣେ ଲୋକପ୍ରିୟ ଜନନେତାଙ୍କୁ ହରାଇଛି । ଗତ ସଂଧ୍ୟାରେ ଏହି ଖବର ଆସିବା ପରେ ଥମିଯାଇଛି ସାରା ଦେଶ, ସ୍ତବ୍ଧ ହୋଇଯାଇଛନ୍ତି ଦେଶବାସୀ । ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି । କୋଟି କୋଟି ଭାରତୀୟଙ୍କ ଆଖିରେ ଜକେଇ ଆସିଛି ଲୁହ । ସମସ୍ତଙ୍କ ମୁହଁରେ ଗୋଟିଏ ସ୍ୱର ଅଟଳ ବିହାରୀ ଅମର ରହେ।

vajpayee

ପଢନ୍ତୁ; ଚିରନିଦ୍ରାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏକ ଯୁଗର ଅନ୍ତ

Related posts

ଶରୀରକୁ ସମ୍ଭାଳ

Ratnamani Moharana

ଜମ୍ମୁ କାଶ୍ମୀର: ସ୍ନାଇପର୍‌ ସହ ୨ ଆତଙ୍କୀ ନିହତ

ENO Beuro

ଓଡ଼ିଶା ସମେତ ସାରା ଦେଶରେ ବାଘ ଗଣନା ଆରମ୍ଭ : ନୂତନ ଜ୍ଞାନ କୌଶଳରେ ଗଣତି ହେଉଛି

ENO Beuro

Leave a Comment