News

ପୁଣି ଥରେ ନିର୍ବାଚନରେ ବିଜୟୀ ହେଲେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌

ପୁଟିନ୍‌ ଚତୁର୍ଥ ଥର ପାଇଁ ହେଲେ ରୁଷ ରାଷ୍ଟ୍ରପତି

ରୁଷ୍‌ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ରବିବାର ଭୋଟ ଗ୍ରହଣ ସରିଛି। ଋଷିଆର ରାଷ୍ଟ୍ରପତି ଭ୍ଲାଦିମି ପୁଟିନ୍‌ ନିର୍ବାଚନରେ ବିଜୟୀ ହୋଇଛନ୍ତି । ବିଶ୍ୱର ଅନ୍ୟତମ ବିଶାଳ ଦେଶର ନିର୍ବାଚନରେ ପୁଟିନ୍‌ ୪ର୍ଥ ପାଇଁ ବିଜୟୀ ହୋଇ ଇତିହାସ ରଚିଛନ୍ତି । ସେ ଆଗାମୀ ୬ ବର୍ଷ ପାଇଁ ରାଷ୍ଟ୍ରପତି ପଦରେ ରହିବେ।

ପୁଟିନ୍‌ଙ୍କ ବିଜୟ ତାଙ୍କୁ ବିଶ୍ୱର ସର୍ବବୃହତ୍‌ ଦେଶ ରୁଷ୍‌ର ଶାସକ ଭାବେ ପାଖାପାଖି ଏକ ଶତାବ୍ଦୀର ଏକ ଚତୁର୍ଥାଂଶ ଯାଏ ଅବସ୍ଥାପିତ କରାଇବ। ଅର୍ଥାତ୍‌ ସେ ୨୦୨୪ ଯାଏଁ କ୍ଷମତାରେ ରହିବେ ଏବଂ ସେତେବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇ ଯାଇଥିବ। ପାଶ୍ଚାତ୍ୟ ରାଷ୍ଟ୍ରଙ୍କ କବଳରୁ ନିରାପଦ ରହିବାକୁ ରୁଷ୍‌ର ପ୍ରତିରକ୍ଷା ସୁଦୃଢ଼ କରିବା ଓ ବଞ୍ଚିବାର ମାନ ବଢ଼ାଇବାକୁ ପୁଟିନ୍‌ ନିର୍ବାଚନ ପ୍ରତିଶ୍ରୁତି ଦେଇଥିଲେ।

କେନ୍ଦ୍ରୀୟ ନିର୍ବାଚନ କମିଶନଙ୍କ ଘୋଷଣା ଅନୁସାରେ ମତଦାନ ସମୟରେ ପୁତିନଙ୍କୁ ୭୦ ପ୍ରତିଶତ ମତ ମିଳିବା ପରେ ବିଜୟୀ ହେବାର ସୁନିଶ୍ଚିତ ବୋଲି ମନେ କରାଯାଉଥିଲା । ୧୮ ବର୍ଷ କ୍ଷମତାରେ ରହି ସାରିଥିବା ପୁତିନଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ୭୫.୯ ପ୍ରତିଶତ ଭୋଟ ମିଳିଛି। ପୁଟିନ୍‌ଙ୍କ ପ୍ରତିନ୍ଦ୍ୱନ୍ଦୀ କମ୍ୟୁନିଷ୍ଟ ପ୍ରାର୍ଥୀ ପାୱେଲ ଗ୍ରୁଡିନନଙ୍କୁ ୧୩.୩ ପ୍ରତିଶତ, ଭ୍ଲାଦିମୀର ଜିହିରନବକ୍ସଙ୍କୁ ୬.୩ ପ୍ରତିଶତ, କେସିୟା ସୋବଚକଙ୍କୁ ୧.୪ ପ୍ରତିଶତ, ଗ୍ରିଗୋରୀ ୟଭ୍ଲିନସ୍କିଙ୍କୁ ୦.୮ ପ୍ରତିଶତ ଭୋଟ ମିଳିଛି।

ପଢନ୍ତୁ; ଭାରତକୁ ନିଦାହାସ ଟ୍ରଫି: ବାଂଲାଦେଶକୁ ୪ ଓ୍ଵିକେଟ୍‌ରେ ହରାଇଲା ଭାରତ

Related posts

“ନିଜ ପୂର୍ବ ନିଷ୍ପତ୍ତିକୁ ବଦଳାଇଛନ୍ତି ସୁପ୍ରିମକୋର୍ଟ ” ଜାଣନ୍ତୁ

ENO Beuro

ଭାରତୀୟ ବାୟୁସେନା ଚୀନ୍‌କୁ କଡ଼ା ଟକ୍କର ଦେବାପାଇଁ ନିର୍ମାଣ କରିବ ଏୟାରଫିଲ୍ଡ

ENO Beuro

ଜୀବନ ହାରିବାକୁ ଭରା କୁଆଖାଇକୁ ଡେଇଁଲେ ମହିଳା: ମୃତ୍ୟ ସହ ଲଢି ବଞ୍ଚିଲେ

ENO Beuro

1 comment

Leave a Comment