EnewsOdia.Com

ପ୍ରମିଜ୍‌ ଡେ’ରେ ଛେଚା ଖାଇଲେ ପ୍ରେମୀ ଯୁଗଳ

ଚାଲିଛି ପ୍ରେମ ସପ୍ତାହ। ଅଧା ଦିନ ବିତିଗଲାଣି। ଆଉ ଅଧା ବାକି ଅଛି। ଏହି ଦିନଗୁଡ଼ିକୁ ନିଜ ହୃଦୟ ଭିତରେ ସାଇତି ରଖିବା ପାଇଁ ଲାଗି ପଡ଼ିଛନ୍ତି ପ୍ରେମୀଯୁଗଳ। ଗତକାଲି ଥିଲା ପ୍ରମିଜ ଡେ’ ଏହି ଭଳି ଏକ ଦିବସରେ ଭୁବନେଶ୍ବରରେ ପ୍ରେମୀଯୁଗଳ ବଜାରରେ ବେଜିତ୍‌ ହେବା ସହ ନିର୍ଧୂମ୍‌ ଛେଚା ଖାଇଛନ୍ତି।  ତା’ପୁଣି ଆଉ କାହାଠାରୁ ନୁହେଁ; ଖୋଦ୍‌ ପ୍ରେମିକାର ମା’, ବାପାଙ୍କଠାରୁ।  ଏଭଳି ଏକ ସଙ୍ଗିନ ଘଟଣା ଦେଖିବାକୁ ମିଳିଛି ୟୁନିଟ୍‌-୨ ମାର୍କେଟ୍‌ରେ।

ଘଟଣାଟି ଥିଲା ଏଭଳି; ଅପରାହ୍‌ଣ ପ୍ରାୟ ସାଢ଼େ ଗୋଟାଏ ହେବ। ୟୁନିଟ୍‌-୨ ମାର୍କେଟ୍‌ ଭିତରେ ଭିଡ଼ ନ ଥିଲା। ଗ୍ରାହକ ନ ଥିଲେ କି ବେପାର ହେଉ ନ ଥିଲା। କାଁ ଭାଁ ଜଣେ ଦୁଇ ଜଣ ଆସୁଥିଲେ ଓ ଯାଉଥିଲେ। ଆଉ ଏହାର ସୁଯୋଗ ‌ନେଇ ପ୍ରେମୀଯୁଗଳ ମାର୍କେଟ୍‌ ପରିସରରେ ପହଞ୍ଚିଥିଲେ। ପ୍ରେମ ସପ୍ତାହର ଆଜିର ଦିନକୁ ପ୍ରେମୀଯୁଗଳ କେମିତି ବା ଛାଡ଼ିଥାନ୍ତେ। ଫେବ୍ରୁଆରି ୧୧ ତାରିଖ ‘ପ୍ରମିଜ୍‌ ଡେ’ ହୋଇଥିବା ଉଭୟ ପରସ୍ପରଙ୍କୁ ଗୋଲାପ ଦେଇଥିଲେ। ୟୁନିଟ୍‌-୨ ମାର୍କେଟରେ ଗହଳିଚହଳି ନ ଥିବାରୁ ବଜାରର ଠିକ୍‌ ମଝି ସ୍ଥାନରେ ପରସ୍ପରକୁ ଗୋଲାପ ଫୁଲ ଦେଇ ଜୀବନସାଥୀ ହେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି ମୁହୂର୍ତ୍ତକୁ ଚିରସ୍ମରଣୀୟ କରିବା ପାଇଁ ମୋବାଇଲ୍‌ କ୍ୟାମେରାରେ ଟିକ୍‌ଟକ୍‌ ବି ଆରମ୍ଭ କରି ଦେଇଥିଲେ।

ସବୁ କିଛି ଠିକ୍‌ ଠାକ୍‌ ଚାଲିଥିଲା। ଲାଗୁଥିଲା ଯେମିତି ସିନେମା ସୁଟିଂ ଚାଲିଛି। ନିକଟରେ ଥିବା ବ୍ୟବସାୟୀମାନେ ବି ଏହି ଦୃଶ୍ୟକୁ ଦେଖୁଥିଲେ। ତେବେ କିଏ ଜାଣିଥିଲା ପ୍ରେମିକାର ବାପା, ମା’ ପ୍ରେମରେ ବାଧା ସୃଷ୍ଟି କରିବେ। ପ୍ରେମୀଯୁଗଳଙ୍କ ଟିକ୍‌ଟକ୍‌ ଭିଡିଓ ଚାଲିଥିବା ବେଳେ ସେହି ସ୍ଥାନରେ ଥିବା ଏକ ଦୋକାନରୁ ସାମଗ୍ରୀ କିଣିବା ପାଇଁ ପ୍ରେମିକାର ମା’, ବାପା ଆସିଥିଲେ। ହଠାତ୍‌ ମା’ଙ୍କ ଆଖି ଝିଅର ପ୍ରେମ ଉପରେ ପଡ଼ିଥିଲା। ଝିଅର ଏଭଳି କାର୍ଯ୍ୟ ଦେଖି ମା’ଙ୍କ ରାଗ କାହିଁରେ କ’ଣ। ଯିଏ ନ ଦେଖିଛି, ସେ ଜାଣିପାରିବନି। ମହିଳାଜଣକ ସିଧା ଝିଅଙ୍କ ଉପରେ ଝାମ୍ପ ମାରିଥି‌ଲେ। କେହି କିଛି ବୁଝିବା‌ ପୂର୍ବରୁ ଝିଅଙ୍କୁ ଚାପୁଡ଼ା ମରି ଚାଲିଥିଲେ। ପ୍ରେମିକ ବି ନିସ୍ତାର ପାଇ ନ ଥିଲେ। ଦୁଇ ତିନିଟା ତାଙ୍କ ଠି ବି ବାଜିଥି‌ଲା।

ପଢନ୍ତୁ: ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ସମ୍ବନ୍ଧିତ ଖବର

୨୧ରେ ମହାଶିବରାତ୍ରି ପାଇଁ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନୀତି ନିର୍ଘଣ୍ଟ

Ratnamani Maharana

ଚୀନ୍‌ରେ ଭୟଙ୍କର ହେଉଛି କରୋନା ଭାଇରସ୍‌

Ratnamani Maharana

ଜାମିନ ନାମଞ୍ଜୁର ହେବାପରେ ଆତ୍ମହତ୍ୟା ଧମକ ଦେଲେ ନିରବ ମୋଦି

Ratnamani Maharana

ଓଭରୱେଟ ଯୋଗୁ ଉଡ଼ିପାରୁ ନ ଥିଲା ପେଚା, ଦୁଇ ସପ୍ତାହ Dietରେ ରହିଲା

Ratnamani Maharana

୨୦୨୧ ମସିହା ବେଳକୁ ଓଡ଼ିଶା ହେବ ଦେଶର ସବୁଠୁ ଉତ୍ତପ୍ତ ରାଜ୍ୟ

Ratnamani Maharana

ବ୍ଲାକରୋଜ ଜାହାଜରେ ପିଟି ହୋଇ ବୁଡ଼ିଗଲା ଟ୍ରଲର

Ratnamani Maharana