27 C
Bhubaneswar
May 5, 2021
EnewsOdia.Com
ନ୍ୟୁଜ୍

ବାରଣାସୀର ମନ୍ଦିରକୁ ନିଷେଧ ବଳାତ୍କାରୀ ପ୍ରବେଶ

ନିକଟରେ ଘଟିଥିବା ହାଇଦରାବାଦ ଓ ଊନ୍ନାଓର ଗଣ ଧର୍ଷଣ ଓ ହତ୍ୟା ଘଟଣା ଯେମିତି ଦେଶବାସୀଙ୍କୁ ଏକ ପ୍ରକାର ସ୍ତବ୍ଧ କରିଦେଇଛି । ଏନେଇ ଦେଶ ବ୍ୟାପି ଲୋକେ ରାସ୍ତାକୁ ଓଲ୍ହାଇ ବିରୋଧ ପ୍ରଦର୍ଶନ ମଧ୍ୟ କରିଥିଲେ । ତେଣୁ ସମାଜରେ କିଛିଟା ସଂସ୍କାର ଆଣିବା ପାଇଁ ଲୋକେ ଭିନ୍ନ ଭିନ୍ନ ପଦକ୍ଷେପ ମାନ ନେବା ଆରମ୍ଭ କରିଛନ୍ତି । ସେମିତି ହିଁ ଏକ ଉଦାହରଣ ଦେଖିବାକୁ ମିଳିଛି ଉତ୍ତର ଭାରତର ଏକ ସହର ବାରଣାସୀରେ । ନିକଟରେ ବାରଣାସୀର ଏକ ସାମାଜିକ ସଂସ୍ଥା ଏକ ନୂଆ ଅଭିଯାନ ଆରମ୍ଭ କରିଛନ୍ତି । ଏ ଅନୁଯାୟୀ ସହରର ଏକ ମନ୍ଦିରରେ ଦୁଷ୍କର୍ମ ପରି ଜଘନ୍ୟ ଅପରାଧରେ ଜଡିତ ଥିବା ଦୋଷୀଙ୍କୁ ମନ୍ଦିର ପ୍ରବେଶରେ ପ୍ରତିବନ୍ଧକ ଲଗାଯାଇଛି । ବାରଣାସୀର କାଲିକା ଗଳି ସ୍ଥିତ କାଳରାତ୍ରି ମନ୍ଦିରର ମୁଖ୍ୟ ଦ୍ୱାର ସମେତ ଗର୍ଭଗୃହ ମାନଙ୍କରେ ଏହି ପୋଷ୍ଟର ଗୁଡିକ ଲଗାଯାଇଛି ।

ଯେଉଁଥିରେ ଝିଅ ମାନଙ୍କୁ ସମ୍ମାନ ନ କରୁଥିବା ଲୋକ, ଝିଅ ଜନ୍ମରେ ଦୁଃଖ ପ୍ରକାଶ କରୁଥିବା ଲୋକ ଓ ଦୁରାଚାରୀ ମାନଙ୍କୁ ମନ୍ଦିର ମଧ୍ୟରେ ପ୍ରବେଶକୁ ସଂପୁର୍ଣ ରୂପେ ବାରଣ କରାଯାଇଛି ।

ଏବାବଦରେ ଏହି ଅଭିଯାନର ମୁଖ୍ୟ ଦାୟିତ୍ୱରେ ଥିବା ସନ୍ତୋଷ ଓଝା ନିଜ ପ୍ରତିକ୍ରିୟାରେ କହିଛନ୍ତି କି ଭାଗବାନଙ୍କ ବାସସ୍ଥଳୀ ସବୁଠୁ ପବିତ୍ର ସ୍ଥାନ ହୋଇଥାଏ । କାହିଁ କେଉଁ ଯୁଗରୁ ଭାରତରେ ମହିଳା ଓ ଝିଅ ମାନଙ୍କୁ ସ୍ଵୟମ ଦେବୀଙ୍କ ଅବତାର ଭାବେ ପରିଗଣିତ କରାଯାଏ । ଆଉ ଯେଉଁ ମାନେ ଏମାନଙ୍କ ସମ୍ମାନ କରନ୍ତି ନାହିଁ ସେମାନଙ୍କୁ ପବିତ୍ର ସ୍ଥାନ ମାନଙ୍କୁ ପ୍ରବେଶର ଅନୁମତି ଦିଆଯିବା ଉଚିତ ନୁହେଁ ।

ପଢନ୍ତୁ: ଦୌଡରାଣୀରୁ ହୋଟେଲ ମାଲିକାଣୀ ସାଜିଲେ ଦୂତୀ ଚାନ୍ଦ

Related posts

ଚୀନ୍‌ରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

Ratnamani Maharana

୫ରୁ ରାଜ୍ୟରେ ବର୍ଷା ଓ ଘୂର୍ଣ୍ଣିଝଡ଼ ଆଶଙ୍କା

Ratnamani Maharana

ପାକ୍ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସ୍ୱାସ୍ଥ୍ୟାବସ୍ଥା ଉଦବେଗଜନକ

Ratnamani Maharana

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More