LIFESTYLE

ତେଜପତ୍ର ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ, ଆସନ୍ତୁ ଜାଣିବା ସେ ସମ୍ପର୍କରେ

ପ୍ରାୟତଃ ତେଜପତ୍ରକୁ ସ୍ୱାଦ ପାଇଁ ବ୍ୟବହାର କରାଯାଇଥାଏ ।ସମସ୍ତଙ୍କ ରୋଷେଇ ଘରେ ତେଜପତ୍ର ଦେଖିବାକୁ ମିଳେ। କିନ୍ତୁ ଏହା ଶରୀର ପାଇଁ କେତେ ଉପକାରୀ ତାହା ଅନେକ ଲୋକଙ୍କୁ ଅଜଣା । ଏଥିରେ ଥିବା ଆଂଟିଅକ୍ସିଡାଂଟରେ ଅନେକ ଔଷଧିୟ ଗୁଣ ଭରପୁର ଥାଏ । ତେଜପତ୍ର ଖାଉଥିବା ଲୋକଙ୍କଠାରେ ପାଚନ ସମସ୍ୟା କମ ଦେଖାଯାଇଥାଏ । ଏହା ବ୍ୟତୀତ ତେଜପତ୍ର ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ । ଆସନ୍ତୁ ଜାଣିବା ତେଜପତ୍ର ଖାଇବାର ଅନେକ ଲାଭ ବିଷୟରେ ;

-ତେଜପତ୍ର ଘରେ ଜଳାଇବା ଦ୍ୱାରା ଥକାପଣ ଦୂର ହୋଇଥାଏ । ଏହାର ସୁଗନ୍ଧ ମସ୍ତିଷ୍କକୁ ଶାନ୍ତି ଦେଇଥାଏ । ତେଜ ପତ୍ର ଜଳାଇବା ଦ୍ୱାରା ମସ୍ତିଷ୍କର ଶୀରାକୁ ଶାନ୍ତି ମିଳିଥାଏ । କେବଳ ଏହା ନୁହେଁ ଏହାର ଧୂଆଁ ପ୍ରଶ୍ୱାସରେ ଯିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ମଜବୁତ ହୋଇଥାଏ ।

-ତେଜ ପତ୍ର ଆଖପାଖର ବାତାବରଣରେ ଥିବା ଦୂଷିତ କୀଟାଣୁ ମାରିଥାଏ । ଯଦି ଆପଣ ଚିନ୍ତାରେ ଅଛନ୍ତି ତେବେ ଗୋଟିଏ ତେଜ ପତ୍ର ଜଳାନ୍ତୁ । କିଛି ସମୟ ପରେ ଆପଣଙ୍କ ଚିନ୍ତା ଦୂର ହୋଇଯିବ ।

– ଯଦି ଆପଣଙ୍କର କେଷ୍ଠକାଠିନ୍ୟ, ଏସିଡିଟି ପରି ସମସ୍ୟା ରହିଛି ତେବେ ତେଜପତ୍ର ଆପଣଙ୍କ ପାଇଁ ଲାଭଦାୟକ ରହିବ । ଏହାଛଡା ତେଜପତ୍ରକୁ ଗୁଣ୍ଡ କରି ଏହାର ପାଉଡର ପ୍ରସ୍ତୁତ କରନ୍ତୁ । ଏହି ଗୁଣ୍ଡରେ କମଳା ଚୋପାର ପାଉଡରକୁ ମିଶାନ୍ତୁ । ଏହି ମିଶ୍ରଣରେ ସପ୍ତାହକୁ ୩ଥର ବ୍ରଶ କରବା ଦ୍ୱାରା ଦାନ୍ତର ହଳଦିଆପଣ ଦୂର ହୋଇଥାଏ।

– କିଡନୀ ସହ ଜଡୀତ ସମସ୍ୟା ଥିଲେ ତେଜପତ୍ର ଏଥିରୁ ମୁକ୍ତି ଦେଇଥାଏ । କିଡନୀ ସହ ଜଡିତ କୌଣସି ସମସ୍ୟା ପାଇଁ ତେଜ ପତ୍ରକୁ ପାଣିରେ ଫୁଟାନ୍ତୁ । ଏହାପରେ ପାଣିକୁ ଥଣ୍ଡା କରି ପିଅନ୍ତୁ । ତେଜପତ୍ରରେ କ୍ୟାନସରଠାରୁ ଲଢିବା ପରି ଗୁଣ ମିଳିଥାଏ । ଏଥିରେ ଥିବା ତତ୍ୱ କ୍ୟାନସର ପରି ମାରାତ୍ମକ ରୋଗଠାରୁ ମୁକ୍ତି ଦେଇଥାଏ ।

-ତେଜ ପତ୍ରର ଶୁଖିଲା ପତ୍ରକୁ ଗୁଣ୍ଡ କରି ଦିଅନ୍ତୁ । ଏହି ପାଉଡରରେ ଦହି ମିଶାଇ ଏହି ମିଶ୍ରଣକୁ କେଶରେ ଭଲ ଭାବେ ଲଗାଇ କିଛି ସମୟପରେ ଧୋଇଦିଅନ୍ତୁ । ଏହା କରିବା ଦ୍ୱାରା ରୂପି ସମସ୍ୟା ଦୂର ହୋଇଥାଏ ।

ପଢନ୍ତୁ ;

ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ ଖେଳିବ : ଓ୍ବେଷ୍ଟଇଣ୍ଡିଜ

Related posts

ଶ୍ଵାସ ସମ୍ବନ୍ଧୀୟ ରୋଗରୁ ମୁକ୍ତି ପାଇବା ପାଇଁ ଆୟୁର୍ବେଦିକ ଉପଚାର

ENO Beuro

କାନରେ ବି ହେଇପାରେ କ୍ୟାନସର, ଜାଣିରଖନ୍ତୁ ଏହାର କିଛି ଲକ୍ଷଣ

ENO Beuro

ଆପଣ ଦୀର୍ଘ ସମୟ ଧରି ବସୁଛନ୍ତି କି? ସାବଧାନ! ଏହା ହୃତପିଣ୍ଡ ପାଇଁ ବିପଦଜନକ ହୋଇପାରେ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More