ଛିଡି ଯାଇଥିବା କ୍ଷୀରକୁ ଫିଙ୍ଗିଦେଉଛନ୍ତି କି? ଜାଣନ୍ତୁ ଏହାକୁ କେମିତି ବ୍ୟବହାର କରିବେ!

କ୍ଷୀର ପିଇବା ଶରୀର ପାଇଁ ବହୁତ ଫଳପ୍ରଦ ଅଟେ। ଏଥିରେ ପୋଷାକ ତତ୍ଵ ଏବଂ ଭିଟାମିନ ଭରପୁର ପରିମାଣରେ ଥାଏ। କିନ୍ତୁ ଅଧିକ ଗରମ ହେଲେ କେବେ କେବେ କ୍ଷୀର ଛିଡି ଯାଇଥାଏ। ଲୋକେ ଏହାକୁ ଫିଙ୍ଗିଦେଇଥାନ୍ତି। କିନ୍ତୁ ଏହାର ବ୍ୟବହାର ମଧ୍ୟ କରାଯାଇପାରିବ।

ଜାଣନ୍ତୁ ଏହାର ବ୍ୟବାହାର ସମ୍ପର୍କରେ-

  • ନିଜ ମୁହଁକୁ ସୁନ୍ଦର ଏବଂ ଉଜ୍ଜଳ କରିବାକୁ ସମସ୍ତେ ଚାହିଁଥାନ୍ତି। ଏଥି ପାଇଁ ଆପଣଙ୍କୁ ଛିଡି ଯାଇଥିବା କ୍ଷୀରର ପାଣିକୁ ଥଣ୍ଡା କରି ମୁହଁକୁ ଧୋଇଦିଅନ୍ତୁ। ଏମିତି ବାରମ୍ବାର କରିବା ଦ୍ୱାରା କ୍ଷୀରରେ ଥିବା ମାଇକ୍ରୋବିୟଲ ପାଇଁ ମୁହଁକୁ ପ୍ରୋଟିନ ମିଳିଥାଏ। ଯାହାଦ୍ୱାରା ମୁହଁରେ ଉଜ୍ଜଳତା ଆସିଥାଏ।
  • କେଶ ସାମ୍ପୁ କରିବା ପୂର୍ବରୁ ଓ ପରେ ଛିଡି ଯାଇଥିବା କ୍ଷୀରର ପାଣିରେ କେଶକୁ ଧୋଇ ନିଅନ୍ତୁ । ଏହା ପରେ ଉଷୁମ ପାଣିରେ କେଶକୁ ସମ୍ପୂର୍ଣ ଧୋଇ ନିଅନ୍ତୁ। ଦେଖିବେ କେଶ ସିଳ୍କ ଲାଗିଥାଏ।
  • ଆପଣ ଏହାକୁ ଜୁସରେ ମିଶାଇ ମଧ୍ୟ ପିଇପାରିବେ। ଏହି ଛିଡି ଯାଇଥିବା କ୍ଷୀରକୁ ଜୁସରେ ମିଶାଇ ପିଇବା ଦ୍ୱାରା ଶରୀରକୁ ଅନେକ ମାତ୍ରାରେ ଭିଟାମିନ୍ ମିଳିଥାଏ। ଆପଣଙ୍କୁ ସୁସ୍ଥ ମଧ୍ୟ ଲାଗିବ।
  • ଅଟା ଚକଟିବା ସମୟରେ ମଧ୍ୟ ଏହାର ବ୍ୟବହାର କରିପାରିବେ। ଏହାକୁ ଅଟାରେ ମିଶାଇବା ଦ୍ଵାରା ଅଟା ନରମ ହୋଇଥାଏ।

ପଢନ୍ତୁ;

କ୍ଷୀର ସହ କେଉଁ ଜିନିଷ ଖାଇବା ଶରୀର ପାଇଁ କ୍ଷତିକାରକ ହୋଇଥାଏ! ଜାଣନ୍ତୁ ସେ ସମ୍ପର୍କରେ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More