LIFESTYLE

ଆପଣ ଜାଣନ୍ତି କି? ପାନ ପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି ; ଆସନ୍ତୁ ଜାଣିବା ଏହାର କିଛି ଉପକାରୀ ଗୁଣ

ସମସ୍ତ ଭାବନ୍ତି ପାନ ଖାଇବା ଭଲ ନୁହେଁ କିମ୍ବା ପାନ କେବଳ ନିଶା ଦ୍ରବ୍ୟ ରୂପେ ବ୍ୟବହୃତ ହୁଏ । କିନ୍ତୁ ଏପରି ଧାରଣା ବିଲକୁଲ ଭୁଲ । ଆଜି ଆମେ ପାନ ପତ୍ରର ଉପକାରିତା ବିଷୟରେ ଆଲୋଚନା କରିବା । ପାନ ଏକ ମାଉଥ ଫ୍ରେସନର ପରି କାମ କରେ । ଏହାସହ ଶରୀରର ପାଇଁ ବହୁତ ଉପଯୋଗୀ ସାବ୍ୟସ୍ତ ହୋଇଥାଏ ପାନ । ପାନକୁ ସବୁ ବୟସର ଲୋକେ ସେବନ କରିପାରିବେ । କୌଣସି ସମାରୋହ, ଭୋଜନ ପରେ, ଉତ୍ତମ ହଜମ କ୍ରିୟା ପାଇଁ ଓ ମୁଖସୁଗନ୍ଧ ପାଇଁ ଏହାକୁ ବ୍ୟବହାର କରାଯାଏ । ତେବେ ଏହା ବ୍ୟତୀତ ଅନେକ ସମସ୍ୟାରୁ ରକ୍ଷା କରେ ପାନ ।

ପାଟିର ସ୍ଵାଦ ବଦଳାଇବା ନିମନ୍ତେ ସାଧାରଣତଃ ମିଠାପାନ ଖିଆଯାଏ । ପ୍ରକୃତରେ ପାନପତ୍ର ଶରୀର ପାଇଁ ଅତ୍ୟନ୍ତ ଉପକାରୀ । ପାନକୁ ବିଭିନ୍ନ ପ୍ରାକାର ନିଶାଦ୍ରବ୍ୟ, ତମାଖୁ, ଗୁଣ୍ଡି ସହ ଖାଇବା ସ୍ୱାସ୍ଥ୍ୟ ନିମନ୍ତେ କ୍ଷତିକାରକ ହେଲେ ଏହି ପତ୍ରକୁ ଖାଲି ଚୋବାଇ ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ । ମିଠା ପାନ କିମ୍ବା ପାନପତ୍ରାରେ ଲବଙ୍ଗ, ଗୁଜୁରାତି ସହ ଖାଇବା ଶରୀର ପାଇଁ ଉପକାରୀ । ତେବେ ଆପଣ ଜାଣନ୍ତି କି ପାନକୁୁ ଔଷଧ ରୂପେ ମଧ୍ୟ ବ୍ୟବହାର କରାଯାଏ ।

-ଅନିଦ୍ରା ହୋଇ କିମ୍ବା ଅନ୍ୟ କୌଣସି କାରଣବଶତଃ ଯଦି ଆପଣଙ୍କ ଆଖି ଲାଲ ହେଉଛି, ତେବେ ଏପରିସ୍ଥଳେ ବି ଆପଣ ପାନ ପତ୍ରର ଉପଯୋଗ କରିପାରିବେ । ଏଥିପାଇଁ ପାନ ପତ୍ରକୁ ପାଣିରେ ଫୁଟାନ୍ତୁ । ଆଉ ସେହି ପାଣିରେ ଫୁଟା ସେହି ପାଣିକୁ ଆଖି ଧୁଅନ୍ତୁ । ଏପରି କିରିବା ଦ୍ୱାରା ଆପଣଙ୍କୁ ଆରାମ ମିଳିବ ।

– ନିୟମିତ ପାନପତ୍ର ଚୋବାଇ ଖାଇଲେ ଏହାର ରସ ଦନ୍ତ ଓ ମାଢି ଉପରେ ଉତ୍ତମ ପ୍ରଭାବ ପକାଏ । ମାଢି ବିନ୍ଧାରୁ ରକ୍ଷା ମିଳେ ।

– ଯଦି ଆପଣଙ୍କ ସ୍ୱରେ ଭାରି ପବଣ ରହିଛି , ତେବେ ଏଥିପାଇଁ ଆପଣ ପାନ ପତ୍ର ସେବନ କରିବା ଦରକାର । ପାନ ପତ୍ର ସେବନ କରିବା ଦ୍ୱାରା ଆପଙ୍କ ସ୍ୱର ପତଳା ହୋଇଯିବ ।

– ପାନରେ ଆଣ୍ଟି ଡାଇବେଟିସ୍ ଗୁଣ ଥିବାରୁ ଏହା ରକ୍ତରେ ଶର୍କରାକୁ ନିୟନ୍ତ୍ରିତ କରେ।

-ପାନ ପତ୍ରକୁ ଆମେ ଆଣ୍ଟିସେପ୍ଟିକ ରୂପେ ବ୍ୟବହାର କରିପାରିବା । ପାନ ପତ୍ରକୁ ଆପଣ ଆଘାତପ୍ରାପ୍ତ ସ୍ଥାନରେ ଲଗାଇପାରିବେ । ଆଘାତପ୍ରାପ୍ତ ସ୍ଥାନରେ ପାନ ପତ୍ରକୁ ବାନ୍ଧିବା ଦ୍ୱାରା ଆରାମ ମିଳିବ।

-ଯୁବତୀ ଓ ମହିଳାମାନେ ନିୟମିତ ଏହି ପାନପତ୍ରକୁ ଚୋବାଇ ଖାଇବା ଭଲ । ଏଥିରେ ଥିବା ଆଣ୍ଟି ଡାଇବେଟିସ୍ ତ୍ଵଚାରେ ଭାଙ୍ଗ ପକାଇନଥାଏ ।

– ୧ ଚାମଚ ଲେମ୍ବୁ ରସ ଓ ୧ ଚାମଚ ପାନରାସ ମିଶାଇ ଖାଇଲେ କବ୍ମରୁ ମୁକ୍ତି ମିଳେ ।

– ମୁଣ୍ଡ ବିନ୍ଧା ହେଉଥିଲେ ପାନପତ୍ରର ପେଷ୍ଟକୁ ମଥାରେ ଲଗାଇ ଶୁଖିଲା ପରେ ଧୋଇଦେବେ । କିଛି ସମୟ ମଧ୍ୟରେ ମୁଣ୍ଡା ବିନ୍ଧା କମିଯାଏ ।

– ଯଦି ଆପଣ କଫ ସମସ୍ୟା ଭୋଗୁଛନ୍ତି, ତେବେ ପାନ ପତ୍ର ଓ ପାଣିରେ ଚିନି ମିଳାଇ ଫୁଟାନ୍ତୁ । ଏହପରେ ଏହି ମିଶ୍ରଣକୁ ସେବନ କରନ୍ତୁ । ଖୁବ ଶୀଘ୍ର ଆପଣଙ୍କ କଫରୁ ମୁକ୍ତି ମିଳିବ ।

ଆପଣ ଜାଣନ୍ତି କି? ପାନ ପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି ; ଆସନ୍ତୁ ଜାଣିବା ଏହାର କିଛି ଉପକାରୀ ଗୁଣ betel leaf

ପଢନ୍ତୁ ;

ମାଡ଼ି ଆସୁଛି ସମସ୍ୟା ; ଭାରତକୁ ଚାରିପଟୁ ଘେରିବାକୁ ଉଦ୍ୟମ ଚଳାଇଛି “ଚୀନ୍‌”

Related posts

ଚାଉଳରେ କଣ ମିଶାଇ ଭାତ ରାନ୍ଧି ଖାଇଲେ ଆପଣଙ୍କ ମୋଟାପଣ କମିଥାଏ! ଆସନ୍ତୁ ଜାଣିବା ସେ ସମ୍ପର୍କରେ

ENO Beuro

ଲବଙ୍ଗରୁ ପ୍ରସ୍ତୁତ ଲବଙ୍ଗ ତେଲରେ ରହିଛି ଭରପୂର ଔଷଧୀୟ ଗୁଣ ! ଆସନ୍ତୁ ଜାଣିବା ଏହି ତେଲର କିଛି ଅନ୍ୟ ଉପକାରିତା ବିଷୟରେ

ENO Beuro

ଗରମ ଦିନେ କେଶର ଯତ୍ନ ନେବା ପାଇଁ ଆପଣାନ୍ତୁ ଏହି ଉପାୟ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More