• Home
  • LIFESTYLE
  • କେଉଁ ପୋଷାକରେ କେଉଁ ଅଳଙ୍କାର ପିନ୍ଧିଲେ ବେସ ମାନିଥାଏ ? ଜାଣନ୍ତୁ ସେ ବିଷୟରେ
LIFESTYLE

କେଉଁ ପୋଷାକରେ କେଉଁ ଅଳଙ୍କାର ପିନ୍ଧିଲେ ବେସ ମାନିଥାଏ ? ଜାଣନ୍ତୁ ସେ ବିଷୟରେ

ଅଳଙ୍କାରରେ ଆଭୂଷିତ ହେଲେ ଜଣେ ନାରୀ ସୁନ୍ଦରୀ ଦେଖାଯାଇଥାଏ ।ଅଳଙ୍କାରକୁ ନାରୀର ଆଭୂଷଣ ବୋଲି କୁହାଯାଏ । ଆଜିକାଲିର ଫ୍ୟାସନ ଯୁଗରେ କିନ୍ତୁ ଅଳଙ୍କାରର ଟ୍ରେଣ୍ଡ, ଏବଂ ତାର ବ୍ୟବହାର ମଧ୍ୟ ବଦଳି ଯାଇଛି । ସମସ୍ତ ନାରୀଙ୍କର ଅଳଙ୍କାର ପ୍ରତି ଦୁର୍ବଳତା ରହିଥାଏ। କେଉଁ ପୋଷାକ ସହିତ କେଉଁ ଅଳଙ୍କାର ପିନ୍ଧିଲେ ତାହା ମାନିଥାଏ।

ଏବେ ନଜର ପକାନ୍ତୁ କେଉଁ ପୋଷାକ ସହ କେଉଁ ଅଳଙ୍କାର ପିନ୍ଧିଲେ ସୁନ୍ଦର ଲାଗିଥାଏ –

ଯଦି କିଛି ପାର୍ଟିକୁ ଯିବାର ଅଛି, ଏବଂ ଆପଣ ଭାବିଛନ୍ତି ଯେ ଆପଣ ଘାଗରା ପିନ୍ଧିବେ, ତେବେ ବେଶି ପରିମାଣର ଅଳଙ୍କାର ପିନ୍ଧିଲେ ହିଁ, ଘାଗରା ସହିତ ଭଲ ମାନିଥାଏ ।

ଆଜିକାଲିର ଦୈନନ୍ଦିନ ଜୀବନ ଶୈଳୀରେ ସାଲୱାର ସୁଟର ବ୍ୟବହାର ବହୁତ ବେଶୀ । ସାଲୱାର ସୁଟ୍ ସହିତ ଯେ କୈାଣସି ଅଳଙ୍କାର ପିନ୍ଧିଲେ ଭଲ ମାନିଥାଏ । କିନ୍ତୁ ଗୋଟିଏ କଥା ମନେ ରଖିବା ଉଚିତ୍ ଯେ ସମସ୍ତ ଅଳଙ୍କାର ଗୋଟିଏ ଧାତୁରେ ନିର୍ମିତ ହୋଇଥିବା ଉଚିତ।

ଯଦି ଜିନ୍ସ, କିମ୍ବା ସୁଟ୍ ପିନ୍ଧିବା ତେବେ ବେଶୀ ଅଳଙ୍କାର ପିନ୍ଧିବାକୁ ପଡିନଥାଏ । ହାତରେ ବ୍ରେସଲେଟ୍ ପିନ୍ଧିଲେ ଭଲ ମାନିଥାଏ । ଜିନ୍ସ ପୋଷାକରେ ଚମଡା ତୋଆରି ଜିନିଷ ପିନ୍ଧିଲେ ଭଲ ମାନିଥାଏ । କଳା ସୂତାରେ ଷ୍ଟୋନ୍ କିମ୍ବା ପଥର ଗଳାଇ ପିନ୍ଧିଲେ ଭଲ ମାନିଥାଏ।

ଯଦି ଆପଣ ଶାଢୀ ପିନ୍ଧୁଛନ୍ତି ତେବେ ଗହଣା ଉପରେ ବେଶି ଗୁରୁତ୍ୱ ଦେବାକୁ ପଡିବ । ଯଦି ଆମେ ଓଜନଦାର ଶାଢୀ ମାନେ ବନାରସୀ କିମ୍ବା ସାଉଥ୍ ସିଲ୍କ ଶାଢୀ ପିନ୍ଧିବା ତେବେ ସୁନାର ଅଳଙ୍କାର ପିନ୍ଧିଲେ ବେଶ ମାନିଥାଏ।

କିନ୍ତୁ, ଯଦି ଶାଢୀରେ ରୂପା ରଙ୍ଗର କିଛି କାର୍ଯ୍ୟ ହୋଇଛି, ତେବେ ରୂପା କିମ୍ବା ସିଲଭର ରଙ୍ଗର ଗହଣା ଆମେ ପିନ୍ଧିପାରିବା । କିନ୍ତୁ ଯଦି ସିଫନ୍ କିମ୍ବା ହାଲୁକା ରଙ୍ଗର ଶାଢୀ ପିନ୍ଧିବା ତେବେ ପର୍ଲର ସେଟ୍ ପିନ୍ଧିଲେ ଶାଢୀ ସହିତ ଏହା ବେଶ ମାନିଥାଏ ।ଯଦି ଶାଢୀରେ ସୁନା, କିମ୍ବା ରୂପାରଙ୍ଗର କାରୁକାର୍ଯ୍ୟ ନଥିବ, ତେବେ ବ୍ଲାକ୍ ମେଟାଲର ଗହଣା ଆମେ ପିନ୍ଧିପାରିବା ଯଦି କାନରେ ଏବଂ ବେକରେ ପର୍ଲର ସେଟ୍ ପିନ୍ଧିବେ ତାହେଲେ ହାତରେ ସୁନାର ଅଳଙ୍କାର ପିନ୍ଧିଲେ ଭଲ ଦେଖାଯାଏ । ପିନ୍ଧୁଥିବା ଶାଢୀର ରଙ୍ଗ ଏବଂ ତାର ଦାମ୍ ଅନୁସାରେ ଅଳଙ୍କାର ପିନ୍ଧିଲେ ଏହା ଶରୀରକୁ ବେଶ୍ ମାନିଥାଏ।

କେଉଁ ପୋଷାକରେ କେଉଁ ଅଳଙ୍କାର ପିନ୍ଧିଲେ ବେସ ମାନିଥାଏ ? ଜାଣନ୍ତୁ ସେ ବିଷୟରେ ornament

ପଢନ୍ତୁ;

ଗୋରା ଓ ସୁନ୍ଦର ତ୍ଵଚା ପାଇଁ ବ୍ୟବହାର କରନ୍ତୁ ଆଳୁର ଫେସପ୍ୟାକ୍

Related posts

ବିମାନରେ ଦୀର୍ଘ ଯାତ୍ରା ସମୟରେ ନିଅନ୍ତୁ ନାହିଁ ଏହି ୪ଟି ଜିନିଷ ? ନଚେତ ପଡ଼ିପାରନ୍ତି ଅସୁବିଧାରେ !

Krishna Kumar Manoj

ଗଣ୍ଠିସ୍ଥାନ ରୁ କଳାଦାଗ ଦୂର କରିବା ପାଇଁ ଚାହାନ୍ତି ? ଆପଣାନ୍ତୁ କେତୋଟି ସହଜ ଉପାୟ

Krishna Kumar Manoj

ଷ୍ଟୋନ ସମସ୍ୟାକୁ ଦୂର କରିଥାଏ ତେଜପତ୍ର! ଆସନ୍ତୁ ଜାଣିବା ଏହାର ଉପକାରିତା ସମ୍ପର୍କରେ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More