Entertainment

ଦର୍ଶକ ବରୁଣଙ୍କୁ ଦେଖିବାକୁ ପାଇବେ ଆଶିକ୍-୩ ରେ

ଆଶିକ୍-୩ ରେ ଆଲିଆଙ୍କ ସହ ବରୁଣଙ୍କୁ ଦେଖିବାକୁ ପାଇବେ ଦର୍ଶକ

ବଲିଉଡର ରୋମାଣ୍ଟିକ୍ ହିଟ୍ ଫିଲ୍ମ ‘ ଆଶିକ୍-୨ ‘ ର ଆଗାମୀ ସିକ୍ୟୁଏଲ୍ ପାଇଁ ନିର୍ମାତା ଜୋରଦାର ପ୍ରସ୍ତୁତ ଚଳାଇଛନ୍ତି । ପ୍ରଥମେ ଏହି ସିକ୍ୟୁଏଲ୍ ରେ ଆଲିଆ ଭଟ୍ଟଙ୍କ ସହ ସିଦ୍ଧାର୍ଥ ମାଲହୋତ୍ରା ସାଇନ୍ କରିଥିବା ଶୁଣିବାକୁ ମିଳିଥିଲା । ମାତ୍ର ଏବେ ଜଣାପଡିଛି ଯେ ସିଦ୍ଧାର୍ଥଙ୍କ ଜାଗାରେ ଆଲିଆଙ୍କ ସହ ଅଭିନୟ କରିବେ ବରୁଣ ଧୱନ୍ ।

ମିଳିଥିବା ଖବର ଅନୁସାରେ ବଲିଉଡ ପ୍ରଶଂସକଙ୍କ ମଧ୍ୟରେ ଆଲିଆ ଭଟ୍ଟ ଓ ବରୁଣ ଧୱନ୍ ଙ୍କ ପ୍ରଶଂସକଙ୍କୁ ଦେଖି ନିର୍ମାତା ଏହି ଯୋଡିକୁ  ଆଶିକ୍-୩ ପାଇଁ ସାଇନ କରିଛନ୍ତି । ସେମିତି ଦେଖିବାକୁ ଗଲେ ଉଭୟଙ୍କର ବହୁସଂଖ୍ୟକ ପ୍ରଶଂସକ ରହିଛନ୍ତି ।

ତେବେ ଆଲିଆ ଓ  ବରୁଣ ଅନ୍ – ସ୍କ୍ରିନ୍ ଯୋଡିକୁ ମଧ୍ୟ ଖୁବ ପସନ୍ଦ କରିଥାନ୍ତି । ‘ ଷ୍ଟୁଡେଣ୍ଟ ଅଫ ଦ ଇଅର ‘ , ‘ ହମଟି ଶର୍ମା କି ଦୁଲହନିୟା ‘ ଓ ‘ ବଦ୍ରୀନାଥ କି  ଦୁଲହନିୟା ‘ ଆଦିରେ ଦର୍ଶକ ଏମାନଙ୍କ ଯୋଡି କୁ ଦର୍ଶକ ବେଶ ପସନ୍ଦ କରିଥିଲେ ।

ତେଣୁ ଆଶିକ୍-୩ ରେ ବରୁଣଙ୍କୁ ସାଇନ କରାଯାଇଛି ବୋଲି ଶୁଣିବାକୁ ମିଳୁଛି । ଫିଲ୍ମର ନିର୍ଦେଶକ ମୋହିତ ସୂରୀ ଏକ ସାକ୍ଷାତାକାରରେ କହିଛନ୍ତି , ସେ ଏହି ସିରିଜରେ ଆଗକୁ ଦର୍ଶକଙ୍କ ମନକୁ ଛୁଇଁ ପାରିଲା ଭଳି କାହାଣୀ ନେଇ ଆସିବେ ।

ସେ ଚାହାନ୍ତି ନାହିଁ କି ଯେକୌଣସି ସାଧାରଣ କାହାଣୀ ଏହି ସାନଦାର ଏହି ରୋମାଣ୍ଟିକ ଫିଲ୍ମ ସିରିଜ ଉପରେ ନକରାତ୍ମକ ପ୍ରଭାବ ପକାଉ । ଫିଲ୍ମ   ‘ ଆଶିକ୍-୨ ‘ରେ ଶ୍ରଦ୍ଧା କପୁର ଓ ଆଦିତ୍ୟ କପୁରଙ୍କ ଯୋଡିକୁ ଦର୍ଶକ ଖୁବ ପସନ୍ଦ କରିଥିଲେ ।

ଦର୍ଶକ ବରୁଣଙ୍କୁ ଦେଖିବାକୁ ପାଇବେ ଆଶିକ୍-୩ ରେ barun

ପଢନ୍ତୁ ;

ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ସବୁ ଜିନିଷ ଉଧାର ଆଣିବା ଅଶୁଭ ମାନାଯାଏ ?

Related posts

ହ୍ରିତିକ କ’ଣ ପୁଣି ଥରେ ବିବାହ କରିବେ ? ଆସନ୍ତୁ ଜାଣିବା ସେ ସମ୍ପର୍କରେ

ENO Beuro

ଜାଆଁଳା ପୁତ୍ରର ଜନନୀ ହେଲେ ସନ୍ନି ଲିଓନ

ENO Beuro

ଧମକ ଦେଲେ ରାଜପୁତ ନେତା ,ଫିଲ୍ମକୁ ନେଇ ଆଉ ଏକ ଖବର ସାମ୍ନାରେ ,ଆସନ୍ତୁ ଜାଣିବା ସେ ସମ୍ପର୍କରେ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More