• Home
  • Entertainment
  • ଆଗାମୀ ସିନେମାରେ ଦେଖିବାକୁ ମିଳିବ ବରୁଣ ଏବଂ ଅନୁଷ୍କାଙ୍କ ଦେଶୀ ଅନ୍ଦାଜ୍
Entertainment

ଆଗାମୀ ସିନେମାରେ ଦେଖିବାକୁ ମିଳିବ ବରୁଣ ଏବଂ ଅନୁଷ୍କାଙ୍କ ଦେଶୀ ଅନ୍ଦାଜ୍

ବରୁଣ ଏବଂ ଅନୁଷ୍କାଙ୍କ ନୂଆ ଲୁକ

ବରୁଣ ଧଓ୍ଵନଙ୍କ ଅଭିନୀତ ତଥା ଗତ ବର୍ଷ ରିଲିଜ୍‌ ହୋଇଥିବା ଦୁଇଟି ସିନେମା ‘ବଦ୍ରିନାଥକି ଦୁଲହନିଆ’ ଏବଂ ‘ ଜୁଡଓ୍ଵା-୨’ ବକ୍ସ ଅଫିସରେ ସୁପରହିଟ୍‌ ହୋଇଥିଲା। ଏହି କାରଣରୁ ବରୁଣ ଧଓ୍ଵନଙ୍କ ଆଗାମୀ ସିନେମାକୁ ଦର୍ଶକ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଏହି ସିନେମା କେବେ ରିଲିଜ୍‌ ହେବ ତାଙ୍କୁ ଜାଣିବାଲାଗି ବି ସମସ୍ତେ ଆଗ୍ରହୀ।

ବରୁଣ ଏବଂ ଅନୁଷ୍କାଙ୍କର ଆଗାମୀ ସିନେମା ସୁଇ ଧାଗାର ପ୍ରଥମ ଲୁକ ସାମ୍ନାକୁ ଆସିଛି । ବରୁଣ ଧାୱନ ନିଜ ଟ୍ୱିଟର ଆକାଉଂଟରେ ସିନେମାର ପ୍ରଥମ ଲୁକ ସେୟାର କରିଛନ୍ତି । ଯେଉଁଥିରେ ସେ କ୍ୟାପ୍ସନ ଦେଇଛନ୍ତିଯେ “ମୌଜି ଏବଂ ମମତାଙ୍କୁ ଦେଖିବାକୁ ବାଇବେ ୧୮ ସେପ୍ଟେମ୍ବରରେ” । ସିନେମା ଶରତ କଟାରିୟାଙ୍କ ଦ୍ୱାରା ନିର୍ଦ୍ଦେଶିତ ହେଉଛି ଏବଂ ସିନେମାର କାହାଣୀକୁ ମଧ୍ୟ ସେ ନିଜେ ଲେଖିଛନ୍ତି ।

ଗତ ଜାନୁୟାରୀରେ ଅନୁଷ୍କା ମଧ୍ୟ ଏକ ଫଟୋ ସେୟାର କରିଥିଲେ ଯେଉଁଥିରେ ସେ ବୁଣାବୁଣି କରୁଥିବାର ନଜର ଆସିଥିଲେ । ବରୁଣ ମଧ୍ୟ ଏଥିରୁ ବାଦ ପଡ଼ିନାହାଁନ୍ତି । ସେ ମଧ୍ୟ ସିଲେଇ କରୁଥିବାର ଏକ ଫଟୋ ସେୟାର କରିଥିଲେ । ସିନେମାର ସୁଟିଂ ମଧ୍ୟପ୍ରଦେଶରେ ଆରମ୍ଭ ହୋଇସାରିଛି ଏବଂ ୨୮ ସେପ୍ଟେମ୍ବରରେ ସିନେମା ରିଲିଜ ହେବ ବୋଲି ଧାର୍ଯ୍ୟ କରାଯାଇଛି । ତେବେ ଏହି ସିନେମାରେ ବରୁଣ ଏବଂ ଅନୁଷ୍କା ପ୍ରଥମ ଥର ପାଇଁ ଏକା ସାଙ୍ଗରେ ନଜର ଆସିବେ।

ଆଗାମୀ ସିନେମାରେ ଦେଖିବାକୁ ମିଳିବ ବରୁଣ ଏବଂ ଅନୁଷ୍କାଙ୍କ ଦେଶୀ ଅନ୍ଦାଜ୍ sui dhaga

ପଢନ୍ତୁ;

ମହାଶିବରାତ୍ରି ଯାତ୍ରାକୁ ଆଉ ମାତ୍ର ଦିନଟିଏ ବାକି ! ରାତି ୧୦ରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ

Related posts

ବିଭାହ କଲେ ଅଭିନେତ୍ରୀ ଶ୍ରୀୟା ସରନ

Krishna Kumar Manoj

ପୁଣି ସଙ୍କଟରେ ‘ପଦ୍ମାବତ୍‌’

Krishna Kumar Manoj

ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଲା ବିରାଟଙ୍କ ଡ୍ୟାନ୍ସ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More