ବରୁଣଙ୍କ ସହ ପ୍ରଥମ ଥର ପାଇଁ ସ୍କ୍ରିନ୍‌ ସେଆର୍‌ କରିବେ ଏହି ହଟ ହେରୋଇନ

ବରୁଣଙ୍କ ସହ ରୋମାନ୍‌ସ କରିବେ ଏହି ହେରୋଇନ

ବଲିଉଡ଼୍‍ର ନିର୍ମାତା, ନିର୍ଦ୍ଦେଶକମାନେ ଅନେକ ସମୟରେ ନୂଆ ନୂଆ ନାୟକ-ନାୟିକାଙ୍କ ଯୋଡ଼ିକୁ ନେଇ ଫିଲ୍ମ ତିଆରି କରିଥାଆନ୍ତି । ବଲିଉଡ଼୍‍ର ଜଣାଶୁଣା କୋରିଓଗ୍ରାଫର୍‌ ଟର୍ଣ୍ଣଡ଼ ଡ଼ିରେକ୍ଟର୍‌ ରେମୋ ଡ଼ିସୁଜା ବରୁଣ୍‌ ଧଓ୍ଵନ୍‌ କାଟ୍ରିନା କୈଫ୍‌ଙ୍କୁ ନେଇ ଏକ ସିନେମା ନିର୍ମାଣ କରିବେ ବୋଲି ଶୁଣିବାକୁ ମିଳୁଛି।

‘ରେସ୍‌-୩’ ପାଇଁ ବ୍ୟସ୍ତ ଥିବା ନିର୍ଦ୍ଦେଶକ ରେମୋ ଡ଼ିସୁଜା ଏକ ଡ଼୍ୟାନ୍‌ସ ଉପରେ ଆଧାରିତ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି ।  ଯାହା ତାଙ୍କର ପୂର୍ବ ଫିଲ୍ମ‘ଏବିସିଡ଼ି’ ଓ ‘ଏବିସିଡ଼ି-୨’ଠାରୁ ମଧ୍ୟ ଅଧିକ ବିଗ୍‌ବଜେଟ୍‌ ଓ ଭବ୍ୟ ହେବ ବୋଲି ଶୁଣାଯାଉଛି । ଏହା ଭାରତର ସବୁଠାରୁ ବଡ଼ ଡ୍ୟାନ୍‌ସ ଫିଲ୍ମ ହେବ ବୋଲି କୁହାଯାଉଛି ।

ଏହି ଅନ୍‌ଟାଇଟଲ୍‌ଡ଼ ସିନେମାରେ ବରୁଣ ଧଓ୍ଵନ୍‌ ଓ କ୍ୟାଟ୍ରିନା କୈଫ୍‌ଙ୍କ ଯୋଡ଼ିକୁ ଦର୍ଶକ ପ୍ରଥମଥର ପାଇଁ ଭେଟିବେ । ବରୁଣ୍‌ ଧଓ୍ଵନ୍‌ କାଟ୍ରିନା କୈଫ୍‌ଙ୍କ ସହ କାମ କରିବାକୁ ନେଇ ଖୁବ୍‌ ଉତ୍ସାହିତ ଅଛନ୍ତି। ସେ କହିଛନ୍ତି ଯେ, ଆଗରୁ ସେ ନ୍ୟୁୟର୍କରେ ଏକ କାର୍ଯ୍ୟକ୍ରମରେ କାଟ୍ରିନା ସହିତ ଡ଼୍ୟାନ୍ସ ପରଫର୍‌ମାନ୍‌ସ ଦେଇଥିଲେ। ତାଙ୍କ ସହିତ ସ୍କ୍ରିନ୍‌ ସେଆର୍‌ କରିବାକୁ ସେ ଉତ୍କଣ୍ଠିତ ବୋଲି କହିଛନ୍ତି ।

ସେହିପରି କାଟ୍ରିନା ବି ବରୁଣଙ୍କ ସହ କାମ କରିବାକୁ ଉତ୍କଣ୍ଠିତ ଅଛନ୍ତି। ଏହି ଅନ୍‌ଟାଇଟଲ୍‌ଡ଼ ଫିଲ୍ମର ସୁଟିଂ ଚଳିତ ବର୍ଷ ଶେଷ ଭାଗରେ ଆରମ୍ଭ ହେବ ଓ ୨୦୧୯ ମସିହା ନଭେମ୍ବର ୮ ତାରିଖରେ ରିଲିଜ୍‌ ହେବ ବୋଲି ଜଣାଯାଇଛି ।

ପଢନ୍ତୁ ;

କୁଆଖାଇ ପଠାରୁ ଦରପୋଡା ଶବ ଜବତ ଘଟଣା : ଭିଡିଓ ଭାଇରାଲ କଲା କିଏ ?

‘ରେସ୍‌-୩’ ପାଇଁ ବ୍ୟସ୍ତ ଥିବା ନିର୍ଦ୍ଦେଶକ ରେମୋ ଡ଼ିସୁଜା ଏକ ଡ଼୍ୟାନ୍‌ସ ଉପରେ ଆଧାରିତ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି - 90%

90%

ଏହି ଅନ୍‌ଟାଇଟଲ୍‌ଡ଼ ସିନେମାରେ ବରୁଣ ଧଓ୍ଵନ୍‌ ଓ କ୍ୟାଟ୍ରିନା କୈଫ୍‌ଙ୍କ ଯୋଡ଼ିକୁ ଦର୍ଶକ ପ୍ରଥମଥର ପାଇଁ ଭେଟିବେ - 92%

92%
91%

Excellent!

ବରୁଣଙ୍କ ସହ ପ୍ରଥମ ଥର ପାଇଁ ସ୍କ୍ରିନ୍‌ ସେଆର୍‌ କରିବେ ଏହି ହଟ ହେରୋଇନ

ବଲିଉଡ଼୍‍ର ନିର୍ମାତା, ନିର୍ଦ୍ଦେଶକମାନେ ଅନେକ ସମୟରେ ନୂଆ ନୂଆ ନାୟକ-ନାୟିକାଙ୍କ ଯୋଡ଼ିକୁ ନେଇ ଫିଲ୍ମ ତିଆରି କରିଥାଆନ୍ତି । ବଲିଉଡ଼୍‍ର ଜଣାଶୁଣା କୋରିଓଗ୍ରାଫର୍‌ ଟର୍ଣ୍ଣଡ଼ ଡ଼ିରେକ୍ଟର୍‌ ରେମୋ ଡ଼ିସୁଜା ବରୁଣ୍‌ ଧଓ୍ଵନ୍‌ କାଟ୍ରିନା କୈଫ୍‌ଙ୍କୁ ନେଇ ଏକ ସିନେମା ନିର୍ମାଣ କରିବେ ବୋଲି ଶୁଣିବାକୁ ମିଳୁଛି।

No Votes Yet

You're not rated yet